ଦୃଢ଼ହେବ ବନ୍ୟପ୍ରାଣୀ ଅପରାଧ ମାମଲା

ଭୁବନେଶ୍ୱର, ୪।୭(ଅସମାପିକା ସାହୁ)ଦେଶରେ ନୂଆ ଆପରାଧିକ ଆଇନ ଲାଗୁ ହୋଇଛି। ତେବେ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନରେ ସେପରି ପରିବର୍ତ୍ତନ ହୋଇ ନ ଥିଲେ ମଧ୍ୟ ଓଡ଼ିଶା ବନ ବିଭାଗ ରାଜ୍ୟରେ ବନ୍ୟପ୍ରାଣୀ ଶିକାର, ଚୋରା ଚାଲାଣ ସହ ବିଭିନ୍ନ ଅପରାଧ ରୋକିବାକୁ ନୂଆ ନିୟମ ଲାଗୁ କରିଛି। ପୂର୍ବରୁ ବହୁ ବନ୍ୟପ୍ରାଣୀ ଅପରାଧ ମାମଲା କୋର୍ଟରେ ପହଞ୍ଚତ୍ଥାଏ, କିନ୍ତୁ ବନ ବିଭାଗର ଉପଯୁକ୍ତ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ଓ ପ୍ରମାଣ ଦାଖଲ ହୋଇପାରୁ ନ ଥିବାରୁ ତାହା ଖାରଜ ହୋଇଯାଏ। ଫଳରେ ଅପରାଧୀ ବାରମ୍ବାର ଅପରାଧ ଘଟାଇବାକୁ ସୁଯୋଗ ପାଆନ୍ତି। ତେଣୁ ଏହି ମାମଲା କିପରି ଦୃଢ଼ ହେବ ଓ କୋର୍ଟରେ ଦୃଢ଼ ପ୍ରମାଣ ଦାଖଲ କରାଯିବ ସେଥିପାଇଁ ବନ ବିଭାଗ ରାଜ୍ୟର ସବୁ ଟେରିଟୋରିଆଲ ଡିଭିଜନ ଓ ବନ୍ୟପ୍ରାଣୀ ଡିଭିଜନ ମୁଖ୍ୟଙ୍କ ସମେତ ୭ ସର୍କଲର ଆର୍‌ସିସିଏଫ୍‌, ଶିମିଳିପାଳ ଉପନିର୍ଦ୍ଦେଶକ ଓ ନନ୍ଦନକାନନ ନିର୍ଦ୍ଦେଶକଙ୍କୁ ୱାଇଲ୍ଡଲାଇଫ ୱାର୍ଡେନ ବା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ କ୍ଷମତା ପ୍ରଦାନ କରିଛି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ୨୦୦୪ ମସିହା ଜାନୁଆରୀ ୨୮ରେ ପ୍ରକାଶିତ ଏ ସଂକ୍ରାନ୍ତ ଗେଜେଟ ନୋଟିଫିକେଶନକୁ ମଧ୍ୟ ରଦ୍ଦ କରାଯାଇଛି। ଏଥିସହ ବନ୍ୟପ୍ରାଣୀ ଅପରାଧର ମାସିକ ସମୀକ୍ଷା ବୈଠକକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ଏଣିକି କ୍ଷମତାପ୍ରାପ୍ତ ଅଧିକାରୀମାନେ ଅନଧିକୃତ ଅଧିକାରୀଙ୍କୁ ଆଉ ମାମଲାର ଦାୟିତ୍ୱ ଦେଇପାରିବେ ନାହିଁ ଏବଂ ବନ୍ୟପ୍ରାଣୀ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି କୁହାଯାଉଛି।

ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ, ୧୯୭୩ରେ କେବଳ ୱାଇଲ୍ଡଲାଇଫ୍‌ ୱାର୍ଡେନ ବା ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ କୋର୍ଟକୁ ମାମଲା ପଠାଇବାର ପ୍ରାବଧାନ ରହିଛି। ସେହି ଅନୁସାରେ, ୨୦୦୪ରେ କେବଳ ଡିଏଫ୍‌ଓଙ୍କୁ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ କ୍ଷମତା ଦିଆଯାଇଥିଲା। କିନ୍ତୁ ସ୍ଥଳ ବିଶେଷରେ ଅପରାଧ ଘଟିଲେ ଡିଏଫ୍‌ଓ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ନିଜ ଦସ୍ତଖତରେ କୋର୍ଟଙ୍କ ପାଖକୁ ମାମଲା ନ ପଠାଇ ରେଞ୍ଜରମାନଙ୍କୁ ଏଥିପାଇଁ ବାଧ୍ୟ କରୁଥିଲେ। ଯଦିଓ ପ୍ରଥମେ କୋର୍ଟ ଜାମିନ ନାମଞ୍ଜୁର କରି ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଅନ୍ତି, କିନ୍ତୁ ଏହି କାରଣରୁ ବିଚାର ସମୟରେ କୋର୍ଟରେ ମାମଲା ଦୁର୍ବଳ ହୋଇଯାଏ। କାରଣ ବନ୍ୟପ୍ରାଣୀ ଆଇନର ଦଫା ୫୫(cognizance of offences)ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, କେବଳ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଦ୍ୱାରା ଅଧିକୃତ ବ୍ୟକ୍ତି କୋର୍ଟଙ୍କ ନିକଟରେ ମାମଲା ଉପସ୍ଥାପନା କଲେ, ତାହା ଗ୍ରହଣୀୟ ହେବ। ଯଦିଓ ରାଜ୍ୟରେ କେତେଜଣ ଡିଏଫ୍‌ଓ ନିଜେ ଦସ୍ତଖତ କରି ମାମଲା କୋର୍ଟକୁ ପଠାଇଥାନ୍ତି, କିନ୍ତୁ ଅନେକ ଡିଏଫ୍‌ଓ ଏହି ନିୟମକୁ ଗୁରୁତ୍ୱ ଦିଅନ୍ତି ନାହିଁ। ସେହିପରି ଅଧିକାଂଶ ଡିଏଫ୍‌ଓ ଆଇନ ଉଲ୍ଲଂଘନ କରି ନିଜ କାନ୍ଧରୁ ଦାୟିତ୍ୱ ଖସାଇ ରେଞ୍ଜରଙ୍କ କାନ୍ଧରେ ଲଦିଦେଉଥିବାରୁ ସେମାନେ ମଧ୍ୟ ନିଜ କାର୍ଯ୍ୟରେ ମନମାନି କରୁଥିବା ନଜିର ରହିଛି। ଯେନତେନ ପ୍ରକାରେ ନଥି ଓ ପ୍ରମାଣପତ୍ର ପ୍ରସ୍ତୁତ କରି କୋର୍ଟଙ୍କ ନିକଟକୁ ପଠାଇଥାନ୍ତି। ତେଣୁ କୋର୍ଟ ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଦେଖି ବନ ବିଭାଗ ପରିଚାଳିତ ମାମଲାରେ ସେପରି ଦଣ୍ଡବିଧାନ କରିପାରନ୍ତି ନାହଁ। ଫଳରେ ରାଜ୍ୟ ବନ ବିଭାଗ ଇତିହାସରେ ଅପରାଧୀଙ୍କ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି।

ବନ୍ୟପ୍ରାଣୀ ଆଇନର ଧାରା ୫୦ରେ ଉଲ୍ଲେଖ ରହିଛି ଯେ, ଏସିଏଫ୍‌ଙ୍କ ତଳ ପାହ୍ୟାରୁ କେହି ମଧ୍ୟ ଜମାନବନ୍ଦୀ ରେକର୍ଡ କରି ପାରିବେ ନାହିଁ। କିନ୍ତୁ ଡିଏଫ୍‌ଓଙ୍କ କାର୍ଯ୍ୟକୁ ଦେଖି କେତେଜଣ ଏସିଏଫ୍‌ ମଧ୍ୟ ନିଜେ ଅଭିଯୁକ୍ତ ଏବଂ ସାକ୍ଷୀଙ୍କ ଜମାନବନ୍ଦୀ ରେକର୍ଡ ନ କରି ଫରେଷ୍ଟରଙ୍କୁ ଦାୟିତ୍ୱ ଧରାଇଦିଅନ୍ତି। ଫଳରେ ମାମଲା ଖାରଜ ହେବାର ଏହା ଆଉଏକ କାରଣ କୁହାଯାଇପାରେ ବୋଲି ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ସେ କୁହନ୍ତି, ମୁଁ ବହୁ ଦସ୍ତାବିଜ ଦେଖିଛି, ଯେଉଁଥିରେ ଫରେଷ୍ଟର କିମ୍ବା ଫରେଷ୍ଟ ଗାର୍ଡ ଅଭିଯୁକ୍ତଙ୍କ ଜମାନବନ୍ଦୀ ନେଇଛନ୍ତି ଏବଂ ରେଞ୍ଜର ନିଜ ଦସ୍ତଖତରେ ମାମଲା କୋର୍ଟ ପଠାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri