ଦୃଢ଼ହେବ ବନ୍ୟପ୍ରାଣୀ ଅପରାଧ ମାମଲା

ଭୁବନେଶ୍ୱର, ୪।୭(ଅସମାପିକା ସାହୁ)ଦେଶରେ ନୂଆ ଆପରାଧିକ ଆଇନ ଲାଗୁ ହୋଇଛି। ତେବେ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନରେ ସେପରି ପରିବର୍ତ୍ତନ ହୋଇ ନ ଥିଲେ ମଧ୍ୟ ଓଡ଼ିଶା ବନ ବିଭାଗ ରାଜ୍ୟରେ ବନ୍ୟପ୍ରାଣୀ ଶିକାର, ଚୋରା ଚାଲାଣ ସହ ବିଭିନ୍ନ ଅପରାଧ ରୋକିବାକୁ ନୂଆ ନିୟମ ଲାଗୁ କରିଛି। ପୂର୍ବରୁ ବହୁ ବନ୍ୟପ୍ରାଣୀ ଅପରାଧ ମାମଲା କୋର୍ଟରେ ପହଞ୍ଚତ୍ଥାଏ, କିନ୍ତୁ ବନ ବିଭାଗର ଉପଯୁକ୍ତ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ଓ ପ୍ରମାଣ ଦାଖଲ ହୋଇପାରୁ ନ ଥିବାରୁ ତାହା ଖାରଜ ହୋଇଯାଏ। ଫଳରେ ଅପରାଧୀ ବାରମ୍ବାର ଅପରାଧ ଘଟାଇବାକୁ ସୁଯୋଗ ପାଆନ୍ତି। ତେଣୁ ଏହି ମାମଲା କିପରି ଦୃଢ଼ ହେବ ଓ କୋର୍ଟରେ ଦୃଢ଼ ପ୍ରମାଣ ଦାଖଲ କରାଯିବ ସେଥିପାଇଁ ବନ ବିଭାଗ ରାଜ୍ୟର ସବୁ ଟେରିଟୋରିଆଲ ଡିଭିଜନ ଓ ବନ୍ୟପ୍ରାଣୀ ଡିଭିଜନ ମୁଖ୍ୟଙ୍କ ସମେତ ୭ ସର୍କଲର ଆର୍‌ସିସିଏଫ୍‌, ଶିମିଳିପାଳ ଉପନିର୍ଦ୍ଦେଶକ ଓ ନନ୍ଦନକାନନ ନିର୍ଦ୍ଦେଶକଙ୍କୁ ୱାଇଲ୍ଡଲାଇଫ ୱାର୍ଡେନ ବା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ କ୍ଷମତା ପ୍ରଦାନ କରିଛି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ୨୦୦୪ ମସିହା ଜାନୁଆରୀ ୨୮ରେ ପ୍ରକାଶିତ ଏ ସଂକ୍ରାନ୍ତ ଗେଜେଟ ନୋଟିଫିକେଶନକୁ ମଧ୍ୟ ରଦ୍ଦ କରାଯାଇଛି। ଏଥିସହ ବନ୍ୟପ୍ରାଣୀ ଅପରାଧର ମାସିକ ସମୀକ୍ଷା ବୈଠକକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ଏଣିକି କ୍ଷମତାପ୍ରାପ୍ତ ଅଧିକାରୀମାନେ ଅନଧିକୃତ ଅଧିକାରୀଙ୍କୁ ଆଉ ମାମଲାର ଦାୟିତ୍ୱ ଦେଇପାରିବେ ନାହିଁ ଏବଂ ବନ୍ୟପ୍ରାଣୀ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି କୁହାଯାଉଛି।

ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ, ୧୯୭୩ରେ କେବଳ ୱାଇଲ୍ଡଲାଇଫ୍‌ ୱାର୍ଡେନ ବା ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ କୋର୍ଟକୁ ମାମଲା ପଠାଇବାର ପ୍ରାବଧାନ ରହିଛି। ସେହି ଅନୁସାରେ, ୨୦୦୪ରେ କେବଳ ଡିଏଫ୍‌ଓଙ୍କୁ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ କ୍ଷମତା ଦିଆଯାଇଥିଲା। କିନ୍ତୁ ସ୍ଥଳ ବିଶେଷରେ ଅପରାଧ ଘଟିଲେ ଡିଏଫ୍‌ଓ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ନିଜ ଦସ୍ତଖତରେ କୋର୍ଟଙ୍କ ପାଖକୁ ମାମଲା ନ ପଠାଇ ରେଞ୍ଜରମାନଙ୍କୁ ଏଥିପାଇଁ ବାଧ୍ୟ କରୁଥିଲେ। ଯଦିଓ ପ୍ରଥମେ କୋର୍ଟ ଜାମିନ ନାମଞ୍ଜୁର କରି ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଅନ୍ତି, କିନ୍ତୁ ଏହି କାରଣରୁ ବିଚାର ସମୟରେ କୋର୍ଟରେ ମାମଲା ଦୁର୍ବଳ ହୋଇଯାଏ। କାରଣ ବନ୍ୟପ୍ରାଣୀ ଆଇନର ଦଫା ୫୫(cognizance of offences)ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, କେବଳ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଦ୍ୱାରା ଅଧିକୃତ ବ୍ୟକ୍ତି କୋର୍ଟଙ୍କ ନିକଟରେ ମାମଲା ଉପସ୍ଥାପନା କଲେ, ତାହା ଗ୍ରହଣୀୟ ହେବ। ଯଦିଓ ରାଜ୍ୟରେ କେତେଜଣ ଡିଏଫ୍‌ଓ ନିଜେ ଦସ୍ତଖତ କରି ମାମଲା କୋର୍ଟକୁ ପଠାଇଥାନ୍ତି, କିନ୍ତୁ ଅନେକ ଡିଏଫ୍‌ଓ ଏହି ନିୟମକୁ ଗୁରୁତ୍ୱ ଦିଅନ୍ତି ନାହିଁ। ସେହିପରି ଅଧିକାଂଶ ଡିଏଫ୍‌ଓ ଆଇନ ଉଲ୍ଲଂଘନ କରି ନିଜ କାନ୍ଧରୁ ଦାୟିତ୍ୱ ଖସାଇ ରେଞ୍ଜରଙ୍କ କାନ୍ଧରେ ଲଦିଦେଉଥିବାରୁ ସେମାନେ ମଧ୍ୟ ନିଜ କାର୍ଯ୍ୟରେ ମନମାନି କରୁଥିବା ନଜିର ରହିଛି। ଯେନତେନ ପ୍ରକାରେ ନଥି ଓ ପ୍ରମାଣପତ୍ର ପ୍ରସ୍ତୁତ କରି କୋର୍ଟଙ୍କ ନିକଟକୁ ପଠାଇଥାନ୍ତି। ତେଣୁ କୋର୍ଟ ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଦେଖି ବନ ବିଭାଗ ପରିଚାଳିତ ମାମଲାରେ ସେପରି ଦଣ୍ଡବିଧାନ କରିପାରନ୍ତି ନାହଁ। ଫଳରେ ରାଜ୍ୟ ବନ ବିଭାଗ ଇତିହାସରେ ଅପରାଧୀଙ୍କ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି।

ବନ୍ୟପ୍ରାଣୀ ଆଇନର ଧାରା ୫୦ରେ ଉଲ୍ଲେଖ ରହିଛି ଯେ, ଏସିଏଫ୍‌ଙ୍କ ତଳ ପାହ୍ୟାରୁ କେହି ମଧ୍ୟ ଜମାନବନ୍ଦୀ ରେକର୍ଡ କରି ପାରିବେ ନାହିଁ। କିନ୍ତୁ ଡିଏଫ୍‌ଓଙ୍କ କାର୍ଯ୍ୟକୁ ଦେଖି କେତେଜଣ ଏସିଏଫ୍‌ ମଧ୍ୟ ନିଜେ ଅଭିଯୁକ୍ତ ଏବଂ ସାକ୍ଷୀଙ୍କ ଜମାନବନ୍ଦୀ ରେକର୍ଡ ନ କରି ଫରେଷ୍ଟରଙ୍କୁ ଦାୟିତ୍ୱ ଧରାଇଦିଅନ୍ତି। ଫଳରେ ମାମଲା ଖାରଜ ହେବାର ଏହା ଆଉଏକ କାରଣ କୁହାଯାଇପାରେ ବୋଲି ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ସେ କୁହନ୍ତି, ମୁଁ ବହୁ ଦସ୍ତାବିଜ ଦେଖିଛି, ଯେଉଁଥିରେ ଫରେଷ୍ଟର କିମ୍ବା ଫରେଷ୍ଟ ଗାର୍ଡ ଅଭିଯୁକ୍ତଙ୍କ ଜମାନବନ୍ଦୀ ନେଇଛନ୍ତି ଏବଂ ରେଞ୍ଜର ନିଜ ଦସ୍ତଖତରେ ମାମଲା କୋର୍ଟ ପଠାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri