Posted inରାଜ୍ୟ

ବନ୍ୟପ୍ରାଣୀ ସଂରକ୍ଷଣ ଆଇନ: ସଂଶୋଧନ ପାଇଁ କେନ୍ଦ୍ର ତରବର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଗତବର୍ଷ ଭାରତ ସରକାର ଲୋକଙ୍କ ପରାମର୍ଶ ନ ନେଇ ପାର୍ଲାମେଣ୍ଟରେ ଦୁଇଟି ବିଲ୍‌ ଆଗତ କରିଥିଲେ। ଜୈବିକ ଉତ୍ସଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଜୈବ ବିବିଧତା ଆଇନ, ୨୦୦୨ରେ ସଂଶୋଧନ ପାଇଁ ପ୍ରଥମ ବିଧେୟକ ଉଦ୍ଦିଷ୍ଟ ଥିଲା। ସେହିପରି ବନ୍ୟଜନ୍ତୁଙ୍କୁ ଶିକାର ଓ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗର ବେଆଇନ ଚାଲାଣ ରୋକିବା ପାଇଁ ରହିଥିବା ବନ୍ୟପ୍ରାଣୀ ସଂରକ୍ଷଣ ଆଇନ(ଡବ୍ଲ୍ୟୁଏଲ୍‌ପିଏ), ୧୯୭୨ରେ ଦ୍ୱିତୀୟ ବିଲ୍‌ ଜରିଆରେ ପରିବର୍ତ୍ତନ ଆଣିବା ପ୍ରସ୍ତାବ ରହିଥିଲା।

ବାୟୋଲୋଜିକାଲ୍‌ ଡାଇଭର୍ସିଟି ଆକ୍ଟ ଅପେକ୍ଷାକୃତ ବେଶି ପୁରୁଣା ହୋଇ ନ ଥିବାବେଳେ ଡବ୍ଲ୍ୟୁଏଲ୍‌ପିଏ ପ୍ରାୟ ୫୦ ବର୍ଷ ତଳର ଆଇନ। ତେବେ ଏଥିରେ କୌଣସି ପରିବର୍ତ୍ତନ ଆଣିବା ଅନାବଶ୍ୟକ। ଏହାସତ୍ତ୍ୱେ ଜନ ସାଧାରଣ କିମ୍ବା ବିଶେଷଜ୍ଞମାନଙ୍କ ବିନା ପରାମର୍ଶରେ କୌଣସି ବିଲ୍‌କୁ ଆଗକୁ ବଢ଼ାଇଲେ ସୁଫଳ ମିଳି ନ ଥାଏ। ପରବର୍ତ୍ତୀ ସମୟରେ ଏହାକୁ ନେଇ ସମାଲୋଚନା କରାଯିବାରୁ ସରକାର ବାଧ୍ୟ ହୋଇ ସଂସଦର ବିଜ୍ଞାନ ଓ କାରିଗରି ଏବଂ ପରିବେଶ ଓ ଜଙ୍ଗଲ ସମ୍ପର୍କିତ ସ୍ଥାୟୀ କମିଟି ଡବ୍ଲ୍ୟୁଏଲ୍‌ପିଏ ବିଲ୍‌ ଉପରେ ବିଚାର କରିବେ ବୋଲି ରାଜି ହୋଇଥିଲେ। ଏଥିସହ ଯୁଗ୍ମ ସଂସଦୀୟ କମିଟି ବାୟୋଲୋଜିକାଲ ଡାଇଭର୍ସିଟି ବିଲ୍‌କୁ ନେଇ ଅନୁଧ୍ୟାନ କରିବ ବୋଲି ସହମତି ପ୍ରକାଶ କରିଥିଲା। ଡବ୍ଲ୍ୟୁଏଲ୍‌ପିଏ ଭଳି ଏକ ଆଇନ ପାଇଁ ବୈଜ୍ଞାନିକ ପରାମର୍ଶ ବିକଳ୍ପ ନୁହେଁ, ବରଂ ଆବଶ୍ୟକତା। ମୂଳ ଆଇନରେ ପ୍ରବାଳ, ପକ୍ଷୀ, ଉଦ୍ଭିଦ, ସରୀସୃପ ଭଳି ପ୍ରଜାତିର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ବର୍ଗୀକରଣରେ କୌଣସି ପ୍ରକାର ପରିବର୍ତ୍ତନ ଆଣିବାକୁ ହେଲେ ବୈଜ୍ଞାନିକ, ଉଦ୍ଭିଦ ବିଜ୍ଞାନୀ ଓ କୀଟ ବିଜ୍ଞାନୀଙ୍କୁ ନେଇ ବିସ୍ତୃତ ଗବେଷଣା ଆବଶ୍ୟକ ହୋଇଥାଏ। ଡବ୍ଲ୍ୟୁଏଲ୍‌ପିଏ ପାଇଁ ଉଦ୍ଦିଷ୍ଟ ବିଲ୍‌ରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ନାମ ଉଲ୍ଲେଖ ସମୟରେ ଭୁଲ୍‌ ବନାନ କରାଯାଇଛି ଓ କେତେକଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ଉକ୍ତ ବିଲ୍‌ରେ ଅନ୍ୟ କେତେକ ତ୍ରୁଟିଗତ ସମସ୍ୟା ମଧ୍ୟ ରହିଛି। ପ୍ରଥମତଃ ଏହି ବିଲ୍‌ରେ କୌଣସି ପ୍ରଜାତିର ଜୀବଙ୍କୁ ହିଂସ୍ର ବୋଲି ଘୋଷଣା କରିବାକୁ ସରକାରଙ୍କୁ ଏକତରଫା କ୍ଷମତା ପ୍ରଦାନ କରାଯାଇଛି। ଦ୍ୱିତୀୟରେ ରାଜ୍ୟର ଜଙ୍ଗଲ କିମ୍ବା ସୁରକ୍ଷିତ ଅଞ୍ଚଳରେ ବୃହତ୍‌ ପ୍ରକଳ୍ପଗୁଡ଼ିକର ଭବିଷ୍ୟତ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ଷ୍ଟେଟ୍‌ ଓ୍ବାଇଲ୍ଡଲାଇଫ୍‌ ବୋର୍ଡଗୁଡ଼ିକର ଭୂମିକାକୁ ସଙ୍କୁଚିତ କରାଯାଇଛି। ଏତିକି ନୁହେଁ, ଏହି ବିଲ୍‌ରେ ହାତୀଙ୍କୁ ପରିବହନ କରି ଅନ୍ୟତ୍ର ସ୍ଥାନାନ୍ତରଣର ନିୟମଗୁଡ଼ିକୁ ମଧ୍ୟ ଦୁର୍ବଳ କରିଦିଆଯାଇଛି, ଯଦ୍ଦ୍ବାରା ହାତୀଙ୍କୁ ନେଇ ବେଆଇନ କାରବାର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ପ୍ରତି ଜୀବଜନ୍ତୁଙ୍କ ଦୌରାତ୍ମ୍ୟ ବଢ଼ିଲେ ସେମାନଙ୍କୁ ଶିକାର କରିବା ଲାଗି ଡବ୍ଲ୍ୟୁଏଲ୍‌ପିଏରେ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି। କିନ୍ତୁ ଏଥିଲାଗି ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡ଼ିବ ବୋଲି ସର୍ତ୍ତ ରହିଛି। ସାମୟିକ ଭାବେ କେଉଁ ଜୀବମାନଙ୍କୁ ହିଂସ୍ର ଘୋଷଣା କରାଯିବ ସେନେଇ ରାଜ୍ୟଗୁଡ଼ିକୁ ପରିବେଶ ମନ୍ତ୍ରଣାଳୟ ତଥ୍ୟ ମାଗିଥିଲା। ବିହାରର ନୀଳଗାଈ ହେଉ ଅଥବା ହିମାଚଳ ପ୍ରଦେଶର ପାତିମାଙ୍କଡ଼ ସେଗୁଡ଼ିକୁ ହିଂସ୍ର ଘୋଷଣାର ପ୍ରକ୍ରିୟା ପରିବେଶ ବିଜ୍ଞାନ ଆଧାରିତ ହେବା ପରିବର୍ତ୍ତେ ରାଜନୈତିକ ହେବାରେ ଲାଗିଛି। ସମସ୍ୟାର ମୂଳକୁ ନ ଯାଇ ବନ୍ୟଜନ୍ତୁଙ୍କୁ ଅବିଚାରିତ ଭାବେ ଗୁଳି କିମ୍ବା ହତ୍ୟା କରାଯିବା ସମାଧାନର ବାଟ ଖୋଜିବା ବଦଳରେ ପ୍ରତିଶୋଧ ନେବା ସଦୃଶ। ୨୦୨୧ର ବିଲ୍‌ରେ ଉଲ୍ଲେଖ କରାଯାଇଛି ଯେ, ସିଡ୍ୟୁଲ୍‌-୨ ପ୍ରାଣୀଙ୍କୁ ହିଂସ୍ର ଘୋଷଣା କରାଯାଇପାରିବ। ଜଙ୍ଗଲୀ ବିଲେଇ ଭଳି କେତେକ ନିରୀହ ଜନ୍ତୁ ସିଡ୍ୟୁଲ-୨ରେ ଅଛନ୍ତି। ତେବେ ହିଂସ୍ର ଘୋଷଣା କରିବା ବିଷୟକୁ ନେଇ କୌଣସି ସମସ୍ୟା ନାହିଁ। କିନ୍ତୁ କୌଣସି ଜନ୍ତୁକୁ ମନଇଚ୍ଛା ହିଂସ୍ର ଘୋଷଣା କରିବା ପାଇଁ ନିରଙ୍କୁଶ କ୍ଷମତା ପ୍ରଦାନର ଯଥାର୍ଥତା ନାହିଁ। ଏପରି ପଦକ୍ଷେପ ନେବା ପୂର୍ବରୁ ସମ୍ପୃକ୍ତ ଜୀବଜନ୍ତୁଙ୍କ ସଂଖ୍ୟା ଗଣନା କରିବା ଜରୁରୀ।

କେନ୍ଦ୍ର ସରକାର ଅନେକ ସମୟରେ ସ୍ଥାନୀୟ ଲୋକ କିମ୍ବା ରାଜ୍ୟ ସରକାରଙ୍କ ସମର୍ଥନ ନ ଥିବା ପ୍ରକଳ୍ପଗୁଡ଼ିକୁ ହାତକୁ ନେଇଛନ୍ତି। ମଧ୍ୟପ୍ରଦେଶର ପ୍ରସ୍ତାବିତ କେନ୍‌-ବେଟ୍‌ଓ୍ବା ନଦୀ ସଂଯୋଗୀକରଣ ଯୋଜନାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ପ୍ରକଳ୍ପ ଜରିଆରେ କେନ୍‌ ଜଳର ଦିଗ ପରିବର୍ତ୍ତନ କରି ବେଟ୍‌ଓ୍ବା ନଦୀକୁ ନିଆଯିବ। ତେଣୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି। ଅନ୍ୟ କେତେକ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ନେଇ ଅଧିକ ଯାଞ୍ଚ ଆବଶ୍ୟକ। ହୁବ୍‌ଲିରୁ ଅଙ୍କୋଲାକୁ ସଂଯୋଗ ଲାଗି ଏକ ରେଳଲାଇନ୍‌ ପ୍ରକଳ୍ପ ପାଇଁ କର୍ନାଟକର ପଶ୍ଚିମ ଘାଟରେ ଲକ୍ଷ ଲକ୍ଷ ଗଛ କଟାଯିବାକୁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପକ୍ଷରୁ ବିରୋଧ କରାଯାଇଥିଲା। କାରଣ ବିକଳ୍ପ ରେଲଓ୍ବେ ରୁଟ୍‌ ପାଇଁ ପୂର୍ବରୁ ମଞ୍ଜୁରୀ ମିଳିସାରିଛି।
୨୦୨୧ ବିଲ୍‌ରେ ଧାରା ୬କୁ ଅନ୍ତର୍ଭୁକ୍ତ କରାଯାଇଛି, ଯଦ୍ଦ୍ବାରା ଷ୍ଟେଟ୍‌ ଓ୍ବାଇଲ୍ଡଲାଇଫ୍‌ ବୋର୍ଡର ଏକ ଷ୍ଟାଣ୍ଡିଂ କମିଟି ରହିବ। ଏହା ହେଉଛି ଜାତୀୟ ବନ୍ୟପ୍ରାଣୀ ବୋର୍ଡର ଅବିକଳ ନକଲ। ପ୍ରଧାନମନ୍ତ୍ରୀ ନାମକୁ ମାତ୍ର ଏହାର ଅଧ୍ୟକ୍ଷ ଥିବାବେଳେ ଷ୍ଟାଣ୍ଡିଂ କମିଟି ହିଁ ସବୁ କାର୍ଯ୍ୟ କରିଥାଏ। ରାଜ୍ୟଗୁଡ଼ିକରେ ସମାନ ବ୍ୟବସ୍ଥା ଆଣିବା ହେଉଛି ପରିବେଶଗତ ନିଷ୍ପତ୍ତି ନେବା ପ୍ରକ୍ରିୟାରୁ ବିବିଧ ମତାମତକୁ ବାଦ୍‌ ଦେବା ପାଇଁ ଏକ ରାଜନୈତିକ ଉଦ୍ୟମ। ମଧ୍ୟପ୍ରଦେଶ ସରକାର ଦୁଇଟି ନୂଆ ବ୍ୟାଘ୍ର ସଂରକ୍ଷଣ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏହିପରି ଭାବେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ତତ୍ପରତା ପ୍ରକାଶ କରୁଥିବାବେଳେ ଆଇନରେ ପରିବର୍ତ୍ତନ ଅଣାଗଲେ ସଂଘୀୟ ବ୍ୟବସ୍ଥାର ପୂର୍ଣ୍ଣତା ନୂ୍ୟନ ହୋଇଯିବ।

ଡବ୍ଲ୍ୟୁଏଲ୍‌ପିଏରେ ଭାରତର ଐତିହ୍ୟ ପ୍ରାଣୀ ହାତୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହାତୀଙ୍କ ସୁରକ୍ଷା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ବନ୍ୟପ୍ରାଣୀଙ୍କ ସାଂସ୍କୃତିକ ଓ ଅର୍ଥନୈତିକ ଗୁରୁତ୍ୱ ଥିବାରୁ ଡବ୍ଲ୍ୟଏଲ୍‌ପିଏରେ ସେମାନଙ୍କୁ ଆବଦ୍ଧ କରି ସୁରକ୍ଷା ଦିଆଯାଇଥାଏ। ତେବେ ମାଲିକ ସମ୍ପୃକ୍ତ ଜନ୍ତୁକୁ କିଣାବିକା କରି ଆଣି ନ ଥିବା କଥା। ହେଲେ ହାତୀ ଉପହାର କେଉଁଠୁ ମିଳିବ? ଏହା ସମସ୍ତଙ୍କୁ ଜଣା ଯେ, ଆଇନକୁ ଉଲ୍ଲଂଘନ କରି ହାତୀଙ୍କୁ ଅଣାଯାଉଛି। ସେମାନଙ୍କୁ ଆବଦ୍ଧ କରି ରଖାଯାଉଛି। ୨୦୨୧ ବିଲ୍‌ରେ ପ୍ରସ୍ତାବିତ ପରିବର୍ତ୍ତନ ଦ୍ୱାରା ଧାରା ୪୩ର କେତେକ ନିୟମ ବଦଳାଗଲେ ହାତୀର ମାଲିକାନା ପ୍ରମାଣପତ୍ରଧାରୀ ବ୍ୟକ୍ତି ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିବେ। ଏହାଦ୍ୱାରା ହାତୀଙ୍କୁ ରଖିବା ଆହୁରି ସହଜ ହୋଇଯିବ। ତରବରିଆ ଭାବେ ବିଲ୍‌କୁ ଆଗକୁ ବଢ଼ାଇବା ପରିବେଶ ପାଇଁ ଅନୁକୂଳ ହେବ ନାହିଁ। ଏଥିରେ ପର୍ଯ୍ୟାପ୍ତ ନିୟମ ନ ରଖିବା ତରବର ହେବାର ପ୍ରଥମ କାରଣ ହୋଇଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri