Posted inରାଜ୍ୟ

ବନ୍ୟପ୍ରାଣୀ ସଂରକ୍ଷଣ ଆଇନ: ସଂଶୋଧନ ପାଇଁ କେନ୍ଦ୍ର ତରବର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଗତବର୍ଷ ଭାରତ ସରକାର ଲୋକଙ୍କ ପରାମର୍ଶ ନ ନେଇ ପାର୍ଲାମେଣ୍ଟରେ ଦୁଇଟି ବିଲ୍‌ ଆଗତ କରିଥିଲେ। ଜୈବିକ ଉତ୍ସଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଜୈବ ବିବିଧତା ଆଇନ, ୨୦୦୨ରେ ସଂଶୋଧନ ପାଇଁ ପ୍ରଥମ ବିଧେୟକ ଉଦ୍ଦିଷ୍ଟ ଥିଲା। ସେହିପରି ବନ୍ୟଜନ୍ତୁଙ୍କୁ ଶିକାର ଓ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗର ବେଆଇନ ଚାଲାଣ ରୋକିବା ପାଇଁ ରହିଥିବା ବନ୍ୟପ୍ରାଣୀ ସଂରକ୍ଷଣ ଆଇନ(ଡବ୍ଲ୍ୟୁଏଲ୍‌ପିଏ), ୧୯୭୨ରେ ଦ୍ୱିତୀୟ ବିଲ୍‌ ଜରିଆରେ ପରିବର୍ତ୍ତନ ଆଣିବା ପ୍ରସ୍ତାବ ରହିଥିଲା।

ବାୟୋଲୋଜିକାଲ୍‌ ଡାଇଭର୍ସିଟି ଆକ୍ଟ ଅପେକ୍ଷାକୃତ ବେଶି ପୁରୁଣା ହୋଇ ନ ଥିବାବେଳେ ଡବ୍ଲ୍ୟୁଏଲ୍‌ପିଏ ପ୍ରାୟ ୫୦ ବର୍ଷ ତଳର ଆଇନ। ତେବେ ଏଥିରେ କୌଣସି ପରିବର୍ତ୍ତନ ଆଣିବା ଅନାବଶ୍ୟକ। ଏହାସତ୍ତ୍ୱେ ଜନ ସାଧାରଣ କିମ୍ବା ବିଶେଷଜ୍ଞମାନଙ୍କ ବିନା ପରାମର୍ଶରେ କୌଣସି ବିଲ୍‌କୁ ଆଗକୁ ବଢ଼ାଇଲେ ସୁଫଳ ମିଳି ନ ଥାଏ। ପରବର୍ତ୍ତୀ ସମୟରେ ଏହାକୁ ନେଇ ସମାଲୋଚନା କରାଯିବାରୁ ସରକାର ବାଧ୍ୟ ହୋଇ ସଂସଦର ବିଜ୍ଞାନ ଓ କାରିଗରି ଏବଂ ପରିବେଶ ଓ ଜଙ୍ଗଲ ସମ୍ପର୍କିତ ସ୍ଥାୟୀ କମିଟି ଡବ୍ଲ୍ୟୁଏଲ୍‌ପିଏ ବିଲ୍‌ ଉପରେ ବିଚାର କରିବେ ବୋଲି ରାଜି ହୋଇଥିଲେ। ଏଥିସହ ଯୁଗ୍ମ ସଂସଦୀୟ କମିଟି ବାୟୋଲୋଜିକାଲ ଡାଇଭର୍ସିଟି ବିଲ୍‌କୁ ନେଇ ଅନୁଧ୍ୟାନ କରିବ ବୋଲି ସହମତି ପ୍ରକାଶ କରିଥିଲା। ଡବ୍ଲ୍ୟୁଏଲ୍‌ପିଏ ଭଳି ଏକ ଆଇନ ପାଇଁ ବୈଜ୍ଞାନିକ ପରାମର୍ଶ ବିକଳ୍ପ ନୁହେଁ, ବରଂ ଆବଶ୍ୟକତା। ମୂଳ ଆଇନରେ ପ୍ରବାଳ, ପକ୍ଷୀ, ଉଦ୍ଭିଦ, ସରୀସୃପ ଭଳି ପ୍ରଜାତିର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ବର୍ଗୀକରଣରେ କୌଣସି ପ୍ରକାର ପରିବର୍ତ୍ତନ ଆଣିବାକୁ ହେଲେ ବୈଜ୍ଞାନିକ, ଉଦ୍ଭିଦ ବିଜ୍ଞାନୀ ଓ କୀଟ ବିଜ୍ଞାନୀଙ୍କୁ ନେଇ ବିସ୍ତୃତ ଗବେଷଣା ଆବଶ୍ୟକ ହୋଇଥାଏ। ଡବ୍ଲ୍ୟୁଏଲ୍‌ପିଏ ପାଇଁ ଉଦ୍ଦିଷ୍ଟ ବିଲ୍‌ରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ନାମ ଉଲ୍ଲେଖ ସମୟରେ ଭୁଲ୍‌ ବନାନ କରାଯାଇଛି ଓ କେତେକଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ଉକ୍ତ ବିଲ୍‌ରେ ଅନ୍ୟ କେତେକ ତ୍ରୁଟିଗତ ସମସ୍ୟା ମଧ୍ୟ ରହିଛି। ପ୍ରଥମତଃ ଏହି ବିଲ୍‌ରେ କୌଣସି ପ୍ରଜାତିର ଜୀବଙ୍କୁ ହିଂସ୍ର ବୋଲି ଘୋଷଣା କରିବାକୁ ସରକାରଙ୍କୁ ଏକତରଫା କ୍ଷମତା ପ୍ରଦାନ କରାଯାଇଛି। ଦ୍ୱିତୀୟରେ ରାଜ୍ୟର ଜଙ୍ଗଲ କିମ୍ବା ସୁରକ୍ଷିତ ଅଞ୍ଚଳରେ ବୃହତ୍‌ ପ୍ରକଳ୍ପଗୁଡ଼ିକର ଭବିଷ୍ୟତ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ଷ୍ଟେଟ୍‌ ଓ୍ବାଇଲ୍ଡଲାଇଫ୍‌ ବୋର୍ଡଗୁଡ଼ିକର ଭୂମିକାକୁ ସଙ୍କୁଚିତ କରାଯାଇଛି। ଏତିକି ନୁହେଁ, ଏହି ବିଲ୍‌ରେ ହାତୀଙ୍କୁ ପରିବହନ କରି ଅନ୍ୟତ୍ର ସ୍ଥାନାନ୍ତରଣର ନିୟମଗୁଡ଼ିକୁ ମଧ୍ୟ ଦୁର୍ବଳ କରିଦିଆଯାଇଛି, ଯଦ୍ଦ୍ବାରା ହାତୀଙ୍କୁ ନେଇ ବେଆଇନ କାରବାର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ପ୍ରତି ଜୀବଜନ୍ତୁଙ୍କ ଦୌରାତ୍ମ୍ୟ ବଢ଼ିଲେ ସେମାନଙ୍କୁ ଶିକାର କରିବା ଲାଗି ଡବ୍ଲ୍ୟୁଏଲ୍‌ପିଏରେ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି। କିନ୍ତୁ ଏଥିଲାଗି ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡ଼ିବ ବୋଲି ସର୍ତ୍ତ ରହିଛି। ସାମୟିକ ଭାବେ କେଉଁ ଜୀବମାନଙ୍କୁ ହିଂସ୍ର ଘୋଷଣା କରାଯିବ ସେନେଇ ରାଜ୍ୟଗୁଡ଼ିକୁ ପରିବେଶ ମନ୍ତ୍ରଣାଳୟ ତଥ୍ୟ ମାଗିଥିଲା। ବିହାରର ନୀଳଗାଈ ହେଉ ଅଥବା ହିମାଚଳ ପ୍ରଦେଶର ପାତିମାଙ୍କଡ଼ ସେଗୁଡ଼ିକୁ ହିଂସ୍ର ଘୋଷଣାର ପ୍ରକ୍ରିୟା ପରିବେଶ ବିଜ୍ଞାନ ଆଧାରିତ ହେବା ପରିବର୍ତ୍ତେ ରାଜନୈତିକ ହେବାରେ ଲାଗିଛି। ସମସ୍ୟାର ମୂଳକୁ ନ ଯାଇ ବନ୍ୟଜନ୍ତୁଙ୍କୁ ଅବିଚାରିତ ଭାବେ ଗୁଳି କିମ୍ବା ହତ୍ୟା କରାଯିବା ସମାଧାନର ବାଟ ଖୋଜିବା ବଦଳରେ ପ୍ରତିଶୋଧ ନେବା ସଦୃଶ। ୨୦୨୧ର ବିଲ୍‌ରେ ଉଲ୍ଲେଖ କରାଯାଇଛି ଯେ, ସିଡ୍ୟୁଲ୍‌-୨ ପ୍ରାଣୀଙ୍କୁ ହିଂସ୍ର ଘୋଷଣା କରାଯାଇପାରିବ। ଜଙ୍ଗଲୀ ବିଲେଇ ଭଳି କେତେକ ନିରୀହ ଜନ୍ତୁ ସିଡ୍ୟୁଲ-୨ରେ ଅଛନ୍ତି। ତେବେ ହିଂସ୍ର ଘୋଷଣା କରିବା ବିଷୟକୁ ନେଇ କୌଣସି ସମସ୍ୟା ନାହିଁ। କିନ୍ତୁ କୌଣସି ଜନ୍ତୁକୁ ମନଇଚ୍ଛା ହିଂସ୍ର ଘୋଷଣା କରିବା ପାଇଁ ନିରଙ୍କୁଶ କ୍ଷମତା ପ୍ରଦାନର ଯଥାର୍ଥତା ନାହିଁ। ଏପରି ପଦକ୍ଷେପ ନେବା ପୂର୍ବରୁ ସମ୍ପୃକ୍ତ ଜୀବଜନ୍ତୁଙ୍କ ସଂଖ୍ୟା ଗଣନା କରିବା ଜରୁରୀ।

କେନ୍ଦ୍ର ସରକାର ଅନେକ ସମୟରେ ସ୍ଥାନୀୟ ଲୋକ କିମ୍ବା ରାଜ୍ୟ ସରକାରଙ୍କ ସମର୍ଥନ ନ ଥିବା ପ୍ରକଳ୍ପଗୁଡ଼ିକୁ ହାତକୁ ନେଇଛନ୍ତି। ମଧ୍ୟପ୍ରଦେଶର ପ୍ରସ୍ତାବିତ କେନ୍‌-ବେଟ୍‌ଓ୍ବା ନଦୀ ସଂଯୋଗୀକରଣ ଯୋଜନାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ପ୍ରକଳ୍ପ ଜରିଆରେ କେନ୍‌ ଜଳର ଦିଗ ପରିବର୍ତ୍ତନ କରି ବେଟ୍‌ଓ୍ବା ନଦୀକୁ ନିଆଯିବ। ତେଣୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି। ଅନ୍ୟ କେତେକ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ନେଇ ଅଧିକ ଯାଞ୍ଚ ଆବଶ୍ୟକ। ହୁବ୍‌ଲିରୁ ଅଙ୍କୋଲାକୁ ସଂଯୋଗ ଲାଗି ଏକ ରେଳଲାଇନ୍‌ ପ୍ରକଳ୍ପ ପାଇଁ କର୍ନାଟକର ପଶ୍ଚିମ ଘାଟରେ ଲକ୍ଷ ଲକ୍ଷ ଗଛ କଟାଯିବାକୁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପକ୍ଷରୁ ବିରୋଧ କରାଯାଇଥିଲା। କାରଣ ବିକଳ୍ପ ରେଲଓ୍ବେ ରୁଟ୍‌ ପାଇଁ ପୂର୍ବରୁ ମଞ୍ଜୁରୀ ମିଳିସାରିଛି।
୨୦୨୧ ବିଲ୍‌ରେ ଧାରା ୬କୁ ଅନ୍ତର୍ଭୁକ୍ତ କରାଯାଇଛି, ଯଦ୍ଦ୍ବାରା ଷ୍ଟେଟ୍‌ ଓ୍ବାଇଲ୍ଡଲାଇଫ୍‌ ବୋର୍ଡର ଏକ ଷ୍ଟାଣ୍ଡିଂ କମିଟି ରହିବ। ଏହା ହେଉଛି ଜାତୀୟ ବନ୍ୟପ୍ରାଣୀ ବୋର୍ଡର ଅବିକଳ ନକଲ। ପ୍ରଧାନମନ୍ତ୍ରୀ ନାମକୁ ମାତ୍ର ଏହାର ଅଧ୍ୟକ୍ଷ ଥିବାବେଳେ ଷ୍ଟାଣ୍ଡିଂ କମିଟି ହିଁ ସବୁ କାର୍ଯ୍ୟ କରିଥାଏ। ରାଜ୍ୟଗୁଡ଼ିକରେ ସମାନ ବ୍ୟବସ୍ଥା ଆଣିବା ହେଉଛି ପରିବେଶଗତ ନିଷ୍ପତ୍ତି ନେବା ପ୍ରକ୍ରିୟାରୁ ବିବିଧ ମତାମତକୁ ବାଦ୍‌ ଦେବା ପାଇଁ ଏକ ରାଜନୈତିକ ଉଦ୍ୟମ। ମଧ୍ୟପ୍ରଦେଶ ସରକାର ଦୁଇଟି ନୂଆ ବ୍ୟାଘ୍ର ସଂରକ୍ଷଣ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏହିପରି ଭାବେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ତତ୍ପରତା ପ୍ରକାଶ କରୁଥିବାବେଳେ ଆଇନରେ ପରିବର୍ତ୍ତନ ଅଣାଗଲେ ସଂଘୀୟ ବ୍ୟବସ୍ଥାର ପୂର୍ଣ୍ଣତା ନୂ୍ୟନ ହୋଇଯିବ।

ଡବ୍ଲ୍ୟୁଏଲ୍‌ପିଏରେ ଭାରତର ଐତିହ୍ୟ ପ୍ରାଣୀ ହାତୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହାତୀଙ୍କ ସୁରକ୍ଷା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ବନ୍ୟପ୍ରାଣୀଙ୍କ ସାଂସ୍କୃତିକ ଓ ଅର୍ଥନୈତିକ ଗୁରୁତ୍ୱ ଥିବାରୁ ଡବ୍ଲ୍ୟଏଲ୍‌ପିଏରେ ସେମାନଙ୍କୁ ଆବଦ୍ଧ କରି ସୁରକ୍ଷା ଦିଆଯାଇଥାଏ। ତେବେ ମାଲିକ ସମ୍ପୃକ୍ତ ଜନ୍ତୁକୁ କିଣାବିକା କରି ଆଣି ନ ଥିବା କଥା। ହେଲେ ହାତୀ ଉପହାର କେଉଁଠୁ ମିଳିବ? ଏହା ସମସ୍ତଙ୍କୁ ଜଣା ଯେ, ଆଇନକୁ ଉଲ୍ଲଂଘନ କରି ହାତୀଙ୍କୁ ଅଣାଯାଉଛି। ସେମାନଙ୍କୁ ଆବଦ୍ଧ କରି ରଖାଯାଉଛି। ୨୦୨୧ ବିଲ୍‌ରେ ପ୍ରସ୍ତାବିତ ପରିବର୍ତ୍ତନ ଦ୍ୱାରା ଧାରା ୪୩ର କେତେକ ନିୟମ ବଦଳାଗଲେ ହାତୀର ମାଲିକାନା ପ୍ରମାଣପତ୍ରଧାରୀ ବ୍ୟକ୍ତି ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିବେ। ଏହାଦ୍ୱାରା ହାତୀଙ୍କୁ ରଖିବା ଆହୁରି ସହଜ ହୋଇଯିବ। ତରବରିଆ ଭାବେ ବିଲ୍‌କୁ ଆଗକୁ ବଢ଼ାଇବା ପରିବେଶ ପାଇଁ ଅନୁକୂଳ ହେବ ନାହିଁ। ଏଥିରେ ପର୍ଯ୍ୟାପ୍ତ ନିୟମ ନ ରଖିବା ତରବର ହେବାର ପ୍ରଥମ କାରଣ ହୋଇଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri