ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ କଲବଲ ହେଉଛନ୍ତି। ଜିଲାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୧ ତାରିଖରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ହୋଇଥିଲା। ପ୍ରତିଦିନ ତାପମାତ୍ରା ବଢୁଥିବା ବେଳେ ବନାଗ୍ନି ସ୍ଥିିତି ମଧ୍ୟ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ୧୨୩୫ କି.ମି. ଫାୟାର ଲାଇନ କରାଯାଇଥିଲା। ତଥାପି ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗ ସକ୍ଷମ ହୋଇନାହିଁ।

ସୂଚନା ଅନୁଯାୟୀ, ସିଦ୍ଧମଠ, କାକୁଡ଼ଇମ୍ବା, କାଞ୍ଜିପାଣି, ଚମକପୁର, ଠାକୁରାଣୀ, କଳାପାଟ, ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଔଷଧୀୟ ବୃକ୍ଷଲତା ସମେତ ଅନ୍ୟାନ୍ୟ ପୁରାତନ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଫାୟାର ଲାଇନ ରକ୍ଷଣାବେକ୍ଷଣ ଠିକ୍‌ ଭାବରେ ହେଉ ନ ଥିବାରୁ ଜଙ୍ଗଲରେ ନିଆଁ ଲାଗିଲେ ଅନ୍ୟ ସ୍ଥାନକୁ ବ୍ୟାପୁଛି। ବନ କର୍ମଚାରୀମାନେ ଯେତିକି ନିଆଁ ଲିଭାଉଛନ୍ତି ଅନ୍ୟପଟେ ସେତିକି ମାଡ଼ି ମାଡ଼ି ଚାଲିଛି। ଚଳିତ ବର୍ଷ ତେଲକୋଇ ରେଞ୍ଜ, ଘଟଗାଁ ଏବଂ ଚମ୍ପୁଆ ରେଞ୍ଜରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। କେନ୍ଦୁଝର ଡିଭିଜନରେ ଅଧିକାଂଶ ଜଙ୍ଗଲରେ ନିଅଁା ମନ୍ୟୁଷକୃତ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଶିକାର ଓ ପୋଡ଼ୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଜଙ୍ଗଲ ନିଆଁ ପ୍ରଭାବରେ ବହୁ ସଂଖ୍ୟାରେ ବନ୍ୟଜନ୍ତୁ ଜଙ୍ଗଲ ଛାଡ଼ି ଜନବସତିକୁ ପଳାଇ ଆସୁଛନ୍ତି। ଫଳରେ ଶିକାରୀ, ଜଙ୍ଗଲ ପାଖ ଗ୍ରାମବାସୀ ବନ୍ୟପ୍ରାଣୀଙ୍କୁ ମାରି ଖାଉଥିବା ଜଣାଯାଇଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ଦେଇଥିବା ଉପଗ୍ରହ ତଥ୍ୟ ଅନୁସାରେ କେନ୍ଦୁଝର ବନଖଣ୍ଡରେ ଅଦ୍ୟାବଧି ୪୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ଭୂୟାଁ ଜୁଆଙ୍ଗପୀଢ଼ ରେଞ୍ଜର ଶୁଆକାଟୀ ସେକ୍ସନ ଗୁଣ୍ଡୁଳା ଏବଂ କାଞ୍ଜିପାଣି ସେକ୍ସନର ବାଲି, ବେଣିଡିହି ଏବଂ ଟାଙ୍ଗରପଡ଼ା, ସଦର ରେଞ୍ଜ ଜଙ୍ଗିରା ସେକ୍ସନ କପ୍ତିଡିହା, ନଡ଼ାମ, ଡୁମୁରିଆ, ବାରାହଗଡ଼ ଏବଂ ତେଲକୋଇ ରେଞ୍ଜ ତାଳପଦା ସେକ୍ସନ ଓରିଆ ବିଟ୍‌ ଅଞ୍ଚଳରେ ପୋଡୁଚାଷ ପାଇଁ ଚଳିତ ବର୍ଷ ଜଙ୍ଗଲରେ ଜୁଆଙ୍ଗ ଲୋକ ନିଆଁ ଲଗାଉଛନ୍ତି। ବନାଗ୍ନି ରୋକିବାକୁ ଫେବୃଆରୀରୁ ବନ ବିଭାଗ ଗାଁ ଗାଁରେ ପାଲା, ସଚେତନତା ସଭା, ପଥପ୍ରାନ୍ତ ନାଟକ କରୁଥିଲେ ହେଁ ଜଙ୍ଗଲ ନିଆଁ ରୋକିବା ସମ୍ଭବପର ହେଉନାହିଁ। ଡିଏଫ୍‌ଓ ଏଚ୍‌. ଡି. ଧନ୍‌ରାଜ କହିଛନ୍ତି, ସମସ୍ତ ସ୍ଥାନରେ ନିଆଁ ମନୁଷ୍ୟକୃତ। ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ୱେ ଲୁଚାଛପାରେ ଜଙ୍ଗଲରେ ପୋଡୁଚାଷ, ମହୁଲ ଫୁଲ ସଂଗ୍ରହ, ବନ୍ୟପ୍ରାଣୀ ଶିକାର ଏବଂ ଜାଳେଣି କାଠ ସଂଗ୍ରହ ପାଇଁ ଏଭଳି ନିଆଁ ଲଗାଯାଉଛି। ନିଆଁ ଲିଭା କାର୍ଯ୍ୟରେ ୧୪୪ଟି ମେଶିନ,୧୦୪ ଜଣ କର୍ମଚାରୀ ଓ ୧୦ଟି ରକ୍ଷକ ଗାଡ଼ି ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri