ଚାପିଦେଲେ ନା ଭୁଲିଗଲେ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ରୋକିବା ସହ ଜଙ୍ଗଲ ସୁରକ୍ଷା ଓ ଅପରାଧୀ ଦମନ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଢାଞ୍ଚାରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ (ଏସ୍‌ଏସ୍‌ଏଫ୍‌) ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଇତିମଧ୍ୟରେ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ଏହା ଗଠନ ହୋଇପାରୁନି। ଏପଟେ ରାଜ୍ୟରେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ମୁହୂର୍ତ୍ତରେ ବିପଦ ଦେଖାଦେଉଛି। ବଜ୍ରକାପ୍ତା ଚୋରା ଚାଲାଣର ଅନ୍ତର୍ଜାତୀୟ ର଼୍ୟାକେଟ ରାଜ୍ୟରେ ସକ୍ରିୟ ରହିଥିବାବେଳେ ହାତୀ, ବାଘ, ହରିଣ ଆଦି ବନ୍ୟପ୍ରାଣୀ ଶିକାର ମଧ୍ୟ ବଢ଼ି ଚାଲିଛି। ଏ ପରିସ୍ଥିତିରେ ଏସ୍‌ଏସ୍‌ଏଫ୍‌ ଗଠନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ବନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଚାପି ଦେଉଥିବା ବନ୍ୟପ୍ରାଣୀ ବିଶେଜ୍ଞମାନେ ଅଭିଯୋଗ ଆଣିଛନ୍ତି।
ବର୍ତ୍ତମାନ ରାଜ୍ୟରେ ବନ୍ୟପ୍ରାଣୀ ଚୋରା ଚାଲାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବଡ଼ ବଡ଼ ର଼୍ୟାକେଟକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଧରୁଛି। ବନ ବିଭାଗ କାଁଭାଁ କେଉଁଠି ଛୋଟମୋଟ ଚଢ଼ାଉ କରି ବାହାବା ନେଉଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗଠନର ୪ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୦୮ ଏପ୍ରିଲ ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫୦ ସ୍ଥାନରେ ଏସ୍‌ଏସ୍‌ଏଫ୍‌ ଗଠନ କରିବାକୁ ଘୋଷଣା କରିଥିଲେ। ଏଥିପାଇଁ ଆବଶ୍ୟକ କର୍ମଚାରୀ, ଗାଡ଼ି, ଅସ୍ତ୍ରଶସ୍ତ୍ର ଆଦିର ମଧ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ଉଭୟ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା, ବିଶେଷକରି ଅପରାଧୀଙ୍କୁ ସାବାଡ଼ କରିବାକୁ ଲକ୍ଷ୍ୟ ରହିଥିଲା। ଏହାର ପରବର୍ତ୍ତୀ ସମୟରେ ମଧ୍ୟ ବନ ବିଭାଗ ଅନେକ ଯୋଜନା ଓ ନିଯୁକ୍ତି ଦେଇଛି। କିନ୍ତୁ ଏସଏସ୍‌ଏଫ୍‌କୁ ବନ ବିଭାଗ କାହିଁକି ସେତେଟା ଗୁରୁତ୍ୱ ଦେଉନି ତାହାକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟ ଅଣ ଗେଜେଟେଡ୍‌ ବନ କର୍ମଚାରୀ ସଂଘର ସମ୍ପାଦକ ସମୀର ବେହେରା କହିଛନ୍ତି, ସ୍ପେଶାଲ ଷ୍ଟ୍ରାଇକ ଫୋର୍ସ ଗଠନ କରାଗଲେ ନିଶ୍ଚୟ ବନ୍ୟପ୍ରାଣୀ ଶିକାର ରୋକିବାରେ ସଫଳତା ମିଳିବ। ଯେହେତୁ ରାଜ୍ୟରେ ୨୧୯୦ ଫରେଷ୍ଟ ଗାର୍ଡ, ୪୫୩ ଫରେଷ୍ଟର, ୭୦ ଡେପୁଟି ରେଞ୍ଜର ପଦବୀ ଖାଲି ରହିଛି, ସେହି ଖାଲି ପଦବୀରୁ ହିଁ ଏଥିପାଇଁ ଷ୍ଟାଫ୍‌ ନିଯୁକ୍ତି ହେଇଥାନ୍ତା। କିନ୍ତୁ ଏଭଳି ଜନକଲ୍ୟାଣ ପଦକ୍ଷେପକୁ କିଏ ଚାପିଦେଲେ ଏ ବିଷୟରେ ତର୍ଜମା ହେବା ନିହାତି ଆବଶ୍ୟକ ବୋଲି ବେହେରା କହିଛନ୍ତି।
ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସ୍ପେଶାଲ ଷ୍ଟ୍ରାଇକ ଫୋର୍ସ କେନ୍ଦ୍ରୀୟ ଭାବରେ କାମ କରିଥାନ୍ତା ଏବଂ ସ୍ବତନ୍ତ୍ର ମର୍ଯ୍ୟାଦା ମିଳିଥାନ୍ତା। ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ରହି ସାରା ରାଜ୍ୟକୁ ମନିଟରିଂ କରିଥାନ୍ତା। ସ୍ଥାନୀୟ ଡିଏଫ୍‌ଓ ବା ଅନ୍ୟ ଉଚ୍ଚପଦାଧିକାରୀଙ୍କର ଏହି ଫୋର୍ସ ଉପରେ ଆଦୌ କର୍ତ୍ତୃତ୍ୱ ରହି ନ ଥାନ୍ତା। ଫଳରେ ରେଞ୍ଜର ଓ ଡିଏଫ୍‌ଓଙ୍କର ବେଆଇନ କାର୍ଯ୍ୟ ଉପରେ ନଜର ରହିଥାନ୍ତା। ନିଜ ଗୋଡ଼ରେ କାଳେ କୁରାଢ଼ି ମାରି ହୋଇଯିବ, ସେଥିପାଇଁ ବନ ବିଭାଗର ମୁଣ୍ଡିଆଳମାନେ ଏତେ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଚତୁରତାର ସହିତ ଚାପି ଦେଲେ ସେ କହିଛନ୍ତି।
ଇତିମଧ୍ୟରେ ୨୦୧୬ରେ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବର୍ବରା-ଧୂଅଁାନଳୀ ସଂରକ୍ଷିତ ଜଙ୍ଗଲ ପାଇଁ ସ୍ବତନ୍ତ୍ର ଭାବେ ୨୫ ଫରେଷ୍ଟ ଗାର୍ଡ ଓ ୫ ଫରେଷ୍ଟର ପୋଷ୍ଟିଂ କରାଯାଇଛି। ସେହିପରି ମୟୂରଭଞ୍ଜ ଜିଲାର ୪ ଡିଭିଜନ ତରଫରୁ ଏକାଥରକେ ୬୩ଜଣ ଫରେଷ୍ଟ ଗାର୍ଡ ନିଯୁକ୍ତ ହୋଇଛନ୍ତି। ଟ୍ରେନିଂ ପରେ ସେମାନଙ୍କୁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ (ଏସ୍‌ଟିପିଏଫ୍‌) ନାମରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ନିୟୋଜିତ କରାଯାଇଛି। ସେପଟେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସକୁ ଏଡାଇଯାଇ ଗତ ଅକ୍ଟୋବର ୨୦ରେ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବା ପାଇଁ ରାଜ୍ୟ ବନ ବିଭାଗ ଘୋଷଣା କରିଛି। ଯାହାକି ମନୁଷ୍ୟ ଓ ବନ୍ୟପ୍ରାଣୀ ସଂଘର୍ଷ କମାଇବାରେ କାର୍ଯ୍ୟ କରିବ ବୋଲି କୁହାଯାଇଛି। ଏପରିସ୍ଥିତିରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କଥା ବନ ବିଭାଗ ସମ୍ପୂର୍ଣ୍ଣ ଭୁଲିଯାଇଥିବା ପରି ମନେ ହେଉଛି। ପିସିଏଫ୍‌(ବନ୍ୟପ୍ରାଣୀ) ତଥା ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରିଶଙ୍କର ଉପଧ୍ୟାୟ କୁହନ୍ତି, ଏ ପର୍ଯ୍ୟନ୍ତ ସେଭଳି କିଛି ଫୋର୍ସ ଗଠନ ହୋଇ ନାହିଁ। ଏ ନେଇ କ’ଣ ଘୋଷଣା ହୋଇଥିଲା ଜାଣି ନାହିଁ। ତେବେ ସେହି ଷ୍ଟେଟ୍‌ମେଣ୍ଟ ଦେଖିଲେ ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri