ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ

ଛେଣ୍ଡିପଦା, ୨୮ା୨:  ଶିଳ୍ପ ପାଇଁ ଜଙ୍ଗଲ କଟାଯାଉଛି। ପାହାଡ଼ ଖୋଳି ରାସ୍ତା ନିର୍ମାଣ ହେଉଛି। କାଠ ମାଫିଆ, ଚୋରା ନିଶା ବେପାରୀ ଓ ଜନବସତି ଧୀରେ ଧୀରେ ଜଙ୍ଗଲ ଆଡ଼କୁ ମାଡ଼ି ଚାଲିଥିବାରୁ ବନ୍ୟଜନ୍ତୁଙ୍କ ଜୀବନଶୈଳୀ ପ୍ରଭାବିତ ହେବାରେ ଲାଗିଛି। ସେମାନଙ୍କ ଆବାସସ୍ଥଳୀ ସଙ୍କୁଚିତ ହେଉଛି। ଖାଦ୍ୟ ଶୃଙ୍ଖଳା ବିଗିଡ଼ି ଯାଉଛି। ସ୍ଥାନ, ଖାଦ୍ୟ ଓ ଜଳାଭାବର ଶିକାର ଜଙ୍ଗଲୀ ଜନ୍ତୁ ଗାଁ ଭିତରକୁ ପଶିବାକୁ ବାଧ୍ୟ ହେଉଛି।

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଅନେକ ଗ୍ରାମରେ ଏବେ ବନ୍ୟଜନ୍ତୁଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଯେଉଁ ଅଞ୍ଚଳରେ ଦିନେ ହାତୀଙ୍କ ଆଦୌ ଗତିବିଧି ନ ଥିଲା, ସେଠାରେ ବର୍ତ୍ତମାନ ହାତୀ ଓ ଭାଲୁ ଆତଙ୍କ ଲୋକଙ୍କ ନିଦ ହଜାଇ ଦେଉଛି। ଫସଲ ନଷ୍ଟ ସହ ଆକ୍ରମଣରେ ଅଞ୍ଚଳବାସୀଙ୍କ ଜୀବନ ହାନି ମଧ୍ୟ ଘଟୁଛି। ଗତ ୩ ବର୍ଷରେ ବ୍ଲକ ଅଞ୍ଚଳର ୩୯ ଜଣ ଭାଲୁ ହାବୁଡ଼ରେ ପଡ଼ି କ୍ଷତାକ୍ତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ପକ୍ଷରୁ ଏହାର ପ୍ରତିକାର ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଛେଣ୍ଡିପଦା ବନାଞ୍ଚଳର ନୂଆଗାଁ, କଣଲୋଇ, ପାତ୍ରପଡା, ଖମାର, ପିପଳବାହଳ, ଖଇରବେରେଣୀ, ଶିମିଳିପାଳ, ବସନ୍ତପୁର, ପାଟକମୁଣ୍ଡା, ତେବୁଡ, ସନ୍ତରାବନ୍ଧ, କିସିଣ୍ଡା, ହଟିଆନାଳି, ବ୍ରାହ୍ମଣବିଲ, କମ୍ପସଲା ଆଦି ବହୁ ରାଜସ୍ବ ଗ୍ରାମରେ ବନ୍ୟଜନ୍ତୁଙ୍କ ପ୍ରବେଶ ଏକ ନିତିଦିନିଆ ଘଟଣା ହୋଇଗଲାଣି। ପ୍ରତ୍ୟକ ଦିନ କେଉଁ ଗାଁକୁ ହାତୀ ପଶିଆସି କ୍ଷୟକ୍ଷତି ଘଟାଇଲେଣି ତ ଆଉ କେଉଁ ଗାଁରେ ଭାଲୁ, ବାର୍‌ହା କି ଶମ୍ବର ଉପଦ୍ରବ ଦେଖାଦେଲାଣି। ଏହାକୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ୁଥିଲେ ବି ଏଥିରୁ ରକ୍ଷା ପାଇବାର ଉପାୟ ମିଳୁନାହିଁ। ବିଶେଷକରି ଖାଦ୍ୟ ଓ ପାନୀୟ ନ ପାଇ ସମ୍ବଲପୁର, ଦେବଗଡ଼ ଆଦି ଜିଲାର ଜଙ୍ଗଲାଞ୍ଚଳରୁ ହାତୀ ଓ ଭାଲୁ ଛେଣ୍ଡିପଦା ଆଡ଼କୁ ମୁହାଁଉଛନ୍ତି। ଏମାନେ ବହୁ ଏକର ଜମିରେ ଫସଲ ନଷ୍ଟ କରୁଥିବାରୁ ଏଠାକାର ଚାଷୀଙ୍କ ଆର୍ଥିକ ଅବସ୍ଥା ଦୋହଲିଗଲାଣି। ବ୍ଲକ ଅଞ୍ଚଳର ବହୁ ଚାଷୀ ଆଖୁ ଚାଷ କରୁଥିବାରୁ ପଲ ପଲ ଭାଲୁ ଆଖୁ ଓ ଉଇ ଖାଇବାକୁ ଆସି ଫସଲ ଉଜାଡ଼ି ଦେଉଛନ୍ତି। ଏହାଛଡ଼ା ଚାଷ ଜମିକୁ ଯାଉଥିବା ଚାଷୀ ହାତୀ ଅପେକ୍ଷା ଭାଲୁ ଆକ୍ରମଣ ଅଧିକ ସମ୍ମୁଖୀନ ହେଉଛନ୍ତି। ନୂଆଗାଁର କାର୍ତ୍ତିକେଶ୍ୱର ବେହେରା, କାଠପାଳ ଗ୍ରାମର ଜଳବା ବେହେରା ଓ ଅଳେଇଚ ବିଶ୍ୱାଳ, ମାରୁଢିପ ଗ୍ରାମର ଅଚ୍ୟୁତି ମାଝି ଓ ନିନା ଗରିଆ, ବ୍ରାହ୍ମଣବିଲର ପ୍ରହଲ୍ଲାଦ ଶଙ୍ଖାରୀ ଓ ମିଟୁ ଶଙ୍ଖାରୀ, ନୂଆଗାଁର ଝୁନୁରାଣୀ ସାହୁ, ଟାକୁଆ ଗ୍ରାମର କୈଳାସ ଚନ୍ଦ୍ର ସାହୁ, ପାତ୍ରପଡାର ଅଳି ବେହେରା, ଜରିପାଳର ମେଘୁ ନାଏକ, ନୂଆଗାଁର କୁଳମଣି ବେହେରା ପ୍ରମୁଖ ୨୦୧୯ରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ୨୦୨୦ରେ ନୂଆଗାଁର ଭଜମନ ଦଳେଇ, ଖଜୁରୀଆମୁଣ୍ଡା ଗ୍ରାମର ବାସନ୍ତୀ ପ୍ରଧାନ, ନୂଆଗାଁର ଘନ ଚନ୍ଦନ, ଭାସ୍କର ପଲେଇ, ସଞ୍ଜୁକ୍ତା ପଲେଇ, କୋଶଳା ଗ୍ରାମର ଶିରି ନାଏକ, ପାତ୍ରପଡା ଗ୍ରାମର ଚିତ୍ତ ଦାଶ ଓ ଶୁକଦେବ ସାହୁ ଗୁରୁତର ହୋଇଥିଲେ। ୨୦୨୧ ଜାନୁୟାରୀ ମାସରେ ୫ ଜଣ ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

ଉଇ ଖାଇବାକୁ ଗାଁ ମୁହାଁ
ବିଭିନ୍ନ କାରଣରୁ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ହ୍ରାସ ପାଇବାରେ ଲାଗିଛି। ଏଥିସହ ସଂରକ୍ଷିତ ଜଙ୍ଗଲଗୁଡିକରେ ଥିବା ବନ୍ୟଜନ୍ତୁଙ୍କ ପାଇଁ ବନ ବିଭାଗ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଉ ନାହିଁ। ଗାଁ ଆମ୍ବତୋଟାଗୁଡ଼ିକରେ ବହୁ ହୁଙ୍କା ଥିବାରୁ ଉଇ ଖାଇବାକୁ ଭାଲୁ ଗାଁ ମୁହାଁ ହେଉଛନ୍ତି।
-ସୁଦୀପ୍ତ ପ୍ରଧାନ, ଶ୍ରମିକନେତା, ଛେଣ୍ଡିପଦା

ଖାଦ୍ୟାଭାବରୁ ଗାଁକୁ ପଶୁଛନ୍ତି
ଘଞ୍ଚ ଜଙ୍ଗଲ ଭିତରକୁ ମଣିଷର ଅନୁପ୍ରବେଶ ଯୋଗୁ ଭାଲୁମାନଙ୍କ ଆଶ୍ରୟସ୍ଥଳୀ ନଷ୍ଟ ହେବା ସହିତ ଖାଦ୍ୟ ଓ ଜଳାଭାବ ଦେଖାଦେଉଛି। ଭାଲୁ ଆଖୁ ଓ ଉଇ ଖାଇବାକୁ ଭଲ ପାଏ। ଏସବୁ ଖାଦ୍ୟ ଆଉ ଜଙ୍ଗଲରେ ଅଧିକ ପରିମାଣର ମିଳୁ ନ ଥିବାରୁ ଭାଲୁମାନେ ଜନବସତି ମୁହାଁ ହେଉଛନ୍ତି।
-ପ୍ରଦୀପ କୁମାର ସାହୁ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ

ବାଟବଣା ହୋଇ ଚାଲି ଆସୁଛନ୍ତି
ଜଙ୍ଗଲ ସମ୍ପଦକୁ ମଣିଷ ଉଜାଡ଼ିବାରେ ଲାଗିଥିବାରୁ ବନ୍ୟଜନ୍ତୁଙ୍କ ଏପରି ଉପଦବ୍ର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ହାତୀଙ୍କ ଚଲାପଥ ଅବରୋଧ କରାଯାଉଛି। ଫଳରେ ଏହି ବିଶାଳ ପ୍ରାଣୀ ସହ ଅନ୍ୟ ହିଂସ୍ର ଜନ୍ତୁ ଖାଦ୍ୟ ଅନ୍ବେଷଣ ବେଳେ ବାଟବଣା ହୋଇ ଗଁା ଭିତରକୁ ପଶିଆସୁଛନ୍ତି।
-ଗୋବିନ୍ଦ ଚନ୍ଦ୍ର ସାହୁ, ପାଣି ପଞ୍ଚାୟତ ଅଧ୍ୟକ୍ଷ, ଛେଣ୍ଡିପଦା

ଘଉଡ଼ାଇବା ବ୍ୟବସ୍ଥା କରାଯାଉ
ଖମାର ଅଞ୍ଚଳକୁ ବାରମ୍ବାର ଭାଲୁ ପଶିଆସୁଛନ୍ତି। ଏପରି ଖବର ମିଳିବା ପରେ ଲୋକମାନେ ଭୟଭୀତ ହୋଇପଡ଼ୁଛନ୍ତି। ଗାଁ ନିକଟସ୍ଥ ଆମ୍ବ ତୋଟା ଦେଇ ଯାଉଥିବା ଦୁଇଜଣ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତୁରନ୍ତ ଉକ୍ତ ସ୍ଥାନରୁ ଭାଲୁକୁ ଘଉଡାଇବାର ବ୍ୟବସ୍ଥା କରାଯାଉ।
-ନିଲେଶ ସାହୁ, ଖମାର

କ୍ଷତି ସହୁଛନ୍ତି ଚାଷୀ
ପୂର୍ବରୁ ଆମ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ କ୍ଷୟକ୍ଷତି ଆଦୌ ହେଉ ନ ଥିଲା। ଏବେ ଦିନବେଳା ହାତୀ ପଶିଆସୁଥିବା ବେଳେ ରାତିରେ ଭାଲୁମାନେ ଆଖୁବାଡିରେ ପଶି ଚାଷ ଉଜାଡି ଦେଉଛନ୍ତି। ଆଖୁ ଚାଷରେ ଯେଉଁଭଳି ଖର୍ଚ୍ଚ ଓ ପରିଶ୍ରମ ହେଉଛି ତାହା ଥରେ ନଷ୍ଟ ହେଲେ ଚାଷୀକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି।
-ନରୋତ୍ତମ ଗଡ଼ନାୟକ, ଚାଷୀ

ହାତୀ ସ୍କ୍ବାଡ୍‌ ପରି ଭାଲୁ ପାଇଁ ବ୍ୟବସ୍ଥା ନାହିଁ
ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜନବସତିରୁ ଘଉଡ଼ାଇବାକୁ ଯେପରି ସ୍ବତନ୍ତ୍ର କର୍ମଚାରୀ ରହିଛନ୍ତି, ସେହିଭଳି ବ୍ୟବସ୍ଥା ଭାଲୁ ପାଇଁ ନାହିଁ। କେବଳ କେହି ଗୁରୁତର ହେଲେ କିମ୍ବା ମୃତ୍ୟୁ ଘଟିଲେ ଯାହା କିଛି କ୍ଷତିପୂରଣ ପ୍ରଦାନ କରାଯାଉଛି।
-ପ୍ରତାପ ଚନ୍ଦ୍ର ରାଉଳ, ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri