ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ

ଛେଣ୍ଡିପଦା, ୨୮ା୨:  ଶିଳ୍ପ ପାଇଁ ଜଙ୍ଗଲ କଟାଯାଉଛି। ପାହାଡ଼ ଖୋଳି ରାସ୍ତା ନିର୍ମାଣ ହେଉଛି। କାଠ ମାଫିଆ, ଚୋରା ନିଶା ବେପାରୀ ଓ ଜନବସତି ଧୀରେ ଧୀରେ ଜଙ୍ଗଲ ଆଡ଼କୁ ମାଡ଼ି ଚାଲିଥିବାରୁ ବନ୍ୟଜନ୍ତୁଙ୍କ ଜୀବନଶୈଳୀ ପ୍ରଭାବିତ ହେବାରେ ଲାଗିଛି। ସେମାନଙ୍କ ଆବାସସ୍ଥଳୀ ସଙ୍କୁଚିତ ହେଉଛି। ଖାଦ୍ୟ ଶୃଙ୍ଖଳା ବିଗିଡ଼ି ଯାଉଛି। ସ୍ଥାନ, ଖାଦ୍ୟ ଓ ଜଳାଭାବର ଶିକାର ଜଙ୍ଗଲୀ ଜନ୍ତୁ ଗାଁ ଭିତରକୁ ପଶିବାକୁ ବାଧ୍ୟ ହେଉଛି।

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଅନେକ ଗ୍ରାମରେ ଏବେ ବନ୍ୟଜନ୍ତୁଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଯେଉଁ ଅଞ୍ଚଳରେ ଦିନେ ହାତୀଙ୍କ ଆଦୌ ଗତିବିଧି ନ ଥିଲା, ସେଠାରେ ବର୍ତ୍ତମାନ ହାତୀ ଓ ଭାଲୁ ଆତଙ୍କ ଲୋକଙ୍କ ନିଦ ହଜାଇ ଦେଉଛି। ଫସଲ ନଷ୍ଟ ସହ ଆକ୍ରମଣରେ ଅଞ୍ଚଳବାସୀଙ୍କ ଜୀବନ ହାନି ମଧ୍ୟ ଘଟୁଛି। ଗତ ୩ ବର୍ଷରେ ବ୍ଲକ ଅଞ୍ଚଳର ୩୯ ଜଣ ଭାଲୁ ହାବୁଡ଼ରେ ପଡ଼ି କ୍ଷତାକ୍ତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ପକ୍ଷରୁ ଏହାର ପ୍ରତିକାର ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଛେଣ୍ଡିପଦା ବନାଞ୍ଚଳର ନୂଆଗାଁ, କଣଲୋଇ, ପାତ୍ରପଡା, ଖମାର, ପିପଳବାହଳ, ଖଇରବେରେଣୀ, ଶିମିଳିପାଳ, ବସନ୍ତପୁର, ପାଟକମୁଣ୍ଡା, ତେବୁଡ, ସନ୍ତରାବନ୍ଧ, କିସିଣ୍ଡା, ହଟିଆନାଳି, ବ୍ରାହ୍ମଣବିଲ, କମ୍ପସଲା ଆଦି ବହୁ ରାଜସ୍ବ ଗ୍ରାମରେ ବନ୍ୟଜନ୍ତୁଙ୍କ ପ୍ରବେଶ ଏକ ନିତିଦିନିଆ ଘଟଣା ହୋଇଗଲାଣି। ପ୍ରତ୍ୟକ ଦିନ କେଉଁ ଗାଁକୁ ହାତୀ ପଶିଆସି କ୍ଷୟକ୍ଷତି ଘଟାଇଲେଣି ତ ଆଉ କେଉଁ ଗାଁରେ ଭାଲୁ, ବାର୍‌ହା କି ଶମ୍ବର ଉପଦ୍ରବ ଦେଖାଦେଲାଣି। ଏହାକୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ୁଥିଲେ ବି ଏଥିରୁ ରକ୍ଷା ପାଇବାର ଉପାୟ ମିଳୁନାହିଁ। ବିଶେଷକରି ଖାଦ୍ୟ ଓ ପାନୀୟ ନ ପାଇ ସମ୍ବଲପୁର, ଦେବଗଡ଼ ଆଦି ଜିଲାର ଜଙ୍ଗଲାଞ୍ଚଳରୁ ହାତୀ ଓ ଭାଲୁ ଛେଣ୍ଡିପଦା ଆଡ଼କୁ ମୁହାଁଉଛନ୍ତି। ଏମାନେ ବହୁ ଏକର ଜମିରେ ଫସଲ ନଷ୍ଟ କରୁଥିବାରୁ ଏଠାକାର ଚାଷୀଙ୍କ ଆର୍ଥିକ ଅବସ୍ଥା ଦୋହଲିଗଲାଣି। ବ୍ଲକ ଅଞ୍ଚଳର ବହୁ ଚାଷୀ ଆଖୁ ଚାଷ କରୁଥିବାରୁ ପଲ ପଲ ଭାଲୁ ଆଖୁ ଓ ଉଇ ଖାଇବାକୁ ଆସି ଫସଲ ଉଜାଡ଼ି ଦେଉଛନ୍ତି। ଏହାଛଡ଼ା ଚାଷ ଜମିକୁ ଯାଉଥିବା ଚାଷୀ ହାତୀ ଅପେକ୍ଷା ଭାଲୁ ଆକ୍ରମଣ ଅଧିକ ସମ୍ମୁଖୀନ ହେଉଛନ୍ତି। ନୂଆଗାଁର କାର୍ତ୍ତିକେଶ୍ୱର ବେହେରା, କାଠପାଳ ଗ୍ରାମର ଜଳବା ବେହେରା ଓ ଅଳେଇଚ ବିଶ୍ୱାଳ, ମାରୁଢିପ ଗ୍ରାମର ଅଚ୍ୟୁତି ମାଝି ଓ ନିନା ଗରିଆ, ବ୍ରାହ୍ମଣବିଲର ପ୍ରହଲ୍ଲାଦ ଶଙ୍ଖାରୀ ଓ ମିଟୁ ଶଙ୍ଖାରୀ, ନୂଆଗାଁର ଝୁନୁରାଣୀ ସାହୁ, ଟାକୁଆ ଗ୍ରାମର କୈଳାସ ଚନ୍ଦ୍ର ସାହୁ, ପାତ୍ରପଡାର ଅଳି ବେହେରା, ଜରିପାଳର ମେଘୁ ନାଏକ, ନୂଆଗାଁର କୁଳମଣି ବେହେରା ପ୍ରମୁଖ ୨୦୧୯ରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ୨୦୨୦ରେ ନୂଆଗାଁର ଭଜମନ ଦଳେଇ, ଖଜୁରୀଆମୁଣ୍ଡା ଗ୍ରାମର ବାସନ୍ତୀ ପ୍ରଧାନ, ନୂଆଗାଁର ଘନ ଚନ୍ଦନ, ଭାସ୍କର ପଲେଇ, ସଞ୍ଜୁକ୍ତା ପଲେଇ, କୋଶଳା ଗ୍ରାମର ଶିରି ନାଏକ, ପାତ୍ରପଡା ଗ୍ରାମର ଚିତ୍ତ ଦାଶ ଓ ଶୁକଦେବ ସାହୁ ଗୁରୁତର ହୋଇଥିଲେ। ୨୦୨୧ ଜାନୁୟାରୀ ମାସରେ ୫ ଜଣ ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

ଉଇ ଖାଇବାକୁ ଗାଁ ମୁହାଁ
ବିଭିନ୍ନ କାରଣରୁ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ହ୍ରାସ ପାଇବାରେ ଲାଗିଛି। ଏଥିସହ ସଂରକ୍ଷିତ ଜଙ୍ଗଲଗୁଡିକରେ ଥିବା ବନ୍ୟଜନ୍ତୁଙ୍କ ପାଇଁ ବନ ବିଭାଗ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଉ ନାହିଁ। ଗାଁ ଆମ୍ବତୋଟାଗୁଡ଼ିକରେ ବହୁ ହୁଙ୍କା ଥିବାରୁ ଉଇ ଖାଇବାକୁ ଭାଲୁ ଗାଁ ମୁହାଁ ହେଉଛନ୍ତି।
-ସୁଦୀପ୍ତ ପ୍ରଧାନ, ଶ୍ରମିକନେତା, ଛେଣ୍ଡିପଦା

ଖାଦ୍ୟାଭାବରୁ ଗାଁକୁ ପଶୁଛନ୍ତି
ଘଞ୍ଚ ଜଙ୍ଗଲ ଭିତରକୁ ମଣିଷର ଅନୁପ୍ରବେଶ ଯୋଗୁ ଭାଲୁମାନଙ୍କ ଆଶ୍ରୟସ୍ଥଳୀ ନଷ୍ଟ ହେବା ସହିତ ଖାଦ୍ୟ ଓ ଜଳାଭାବ ଦେଖାଦେଉଛି। ଭାଲୁ ଆଖୁ ଓ ଉଇ ଖାଇବାକୁ ଭଲ ପାଏ। ଏସବୁ ଖାଦ୍ୟ ଆଉ ଜଙ୍ଗଲରେ ଅଧିକ ପରିମାଣର ମିଳୁ ନ ଥିବାରୁ ଭାଲୁମାନେ ଜନବସତି ମୁହାଁ ହେଉଛନ୍ତି।
-ପ୍ରଦୀପ କୁମାର ସାହୁ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ

ବାଟବଣା ହୋଇ ଚାଲି ଆସୁଛନ୍ତି
ଜଙ୍ଗଲ ସମ୍ପଦକୁ ମଣିଷ ଉଜାଡ଼ିବାରେ ଲାଗିଥିବାରୁ ବନ୍ୟଜନ୍ତୁଙ୍କ ଏପରି ଉପଦବ୍ର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ହାତୀଙ୍କ ଚଲାପଥ ଅବରୋଧ କରାଯାଉଛି। ଫଳରେ ଏହି ବିଶାଳ ପ୍ରାଣୀ ସହ ଅନ୍ୟ ହିଂସ୍ର ଜନ୍ତୁ ଖାଦ୍ୟ ଅନ୍ବେଷଣ ବେଳେ ବାଟବଣା ହୋଇ ଗଁା ଭିତରକୁ ପଶିଆସୁଛନ୍ତି।
-ଗୋବିନ୍ଦ ଚନ୍ଦ୍ର ସାହୁ, ପାଣି ପଞ୍ଚାୟତ ଅଧ୍ୟକ୍ଷ, ଛେଣ୍ଡିପଦା

ଘଉଡ଼ାଇବା ବ୍ୟବସ୍ଥା କରାଯାଉ
ଖମାର ଅଞ୍ଚଳକୁ ବାରମ୍ବାର ଭାଲୁ ପଶିଆସୁଛନ୍ତି। ଏପରି ଖବର ମିଳିବା ପରେ ଲୋକମାନେ ଭୟଭୀତ ହୋଇପଡ଼ୁଛନ୍ତି। ଗାଁ ନିକଟସ୍ଥ ଆମ୍ବ ତୋଟା ଦେଇ ଯାଉଥିବା ଦୁଇଜଣ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତୁରନ୍ତ ଉକ୍ତ ସ୍ଥାନରୁ ଭାଲୁକୁ ଘଉଡାଇବାର ବ୍ୟବସ୍ଥା କରାଯାଉ।
-ନିଲେଶ ସାହୁ, ଖମାର

କ୍ଷତି ସହୁଛନ୍ତି ଚାଷୀ
ପୂର୍ବରୁ ଆମ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ କ୍ଷୟକ୍ଷତି ଆଦୌ ହେଉ ନ ଥିଲା। ଏବେ ଦିନବେଳା ହାତୀ ପଶିଆସୁଥିବା ବେଳେ ରାତିରେ ଭାଲୁମାନେ ଆଖୁବାଡିରେ ପଶି ଚାଷ ଉଜାଡି ଦେଉଛନ୍ତି। ଆଖୁ ଚାଷରେ ଯେଉଁଭଳି ଖର୍ଚ୍ଚ ଓ ପରିଶ୍ରମ ହେଉଛି ତାହା ଥରେ ନଷ୍ଟ ହେଲେ ଚାଷୀକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି।
-ନରୋତ୍ତମ ଗଡ଼ନାୟକ, ଚାଷୀ

ହାତୀ ସ୍କ୍ବାଡ୍‌ ପରି ଭାଲୁ ପାଇଁ ବ୍ୟବସ୍ଥା ନାହିଁ
ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜନବସତିରୁ ଘଉଡ଼ାଇବାକୁ ଯେପରି ସ୍ବତନ୍ତ୍ର କର୍ମଚାରୀ ରହିଛନ୍ତି, ସେହିଭଳି ବ୍ୟବସ୍ଥା ଭାଲୁ ପାଇଁ ନାହିଁ। କେବଳ କେହି ଗୁରୁତର ହେଲେ କିମ୍ବା ମୃତ୍ୟୁ ଘଟିଲେ ଯାହା କିଛି କ୍ଷତିପୂରଣ ପ୍ରଦାନ କରାଯାଉଛି।
-ପ୍ରତାପ ଚନ୍ଦ୍ର ରାଉଳ, ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri