ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୯.୯୨%

ଭୁବନେଶ୍ୱର: ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇଛି। ଏହି ସୂଚୀ ଅନୁସାରେ ୨୦୨୦ ଡିସେମ୍ବରରେ ୧୧୮.୮ ପଏଣ୍ଟ ରହିଥିଲା, ଯାହା ୨୦୨୧ ଜାନୁୟାରୀରେ ୦.୬ ପଏଣ୍ଟ ହ୍ରାସ ପାଇ ୧୧୮.୨ ପଏଣ୍ଟରେ ରହିଛି। ସେହିଭଳି ତାଳଚେର ଓ ଅନୁଗୋଳରେ ମଧ୍ୟ ଏହା ୧୨୬.୭ ପଏଣ୍ଟରେ ଥିବା ବେଳେ ଜାନୁୟାରୀରେ ଏହା ୧.୭ ପଏଣ୍ଟ କମି ୧୨୫.୪ ପଏଣ୍ଟ ହୋଇଛି। ସେହିପରି କଟକରେ ୧୨୬ ଥିଲା ବେଳେ ଏହା ୧.୪ ପଏଣ୍ଟ କମି ଜାନୁୟାରୀରେ ୧୨୪.୬ ପଏଣ୍ଟରେ ପହଞ୍ଚତ୍ଛି। କେନ୍ଦୁଝରରେ ମଧ୍ୟ ଏହା ୧୨୪.୬ ପଏଣ୍ଟରେ ରହିଥିଲା। ଜାନୁୟାରୀରେ ଏହା ୦.୨ ପଏଣ୍ଟ ବଢି ୧୨୪.୮ପଏଣ୍ଟ ହୋଇଛି।
ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୧୭୧.୬% ଭତ୍ତା ପାଉଛନ୍ତି। ଜାନୁୟାରୀରେ ଏହା ୧.୬୮% ହ୍ରାସ ପାଇ ୧୬୯.୯୨% ରେ ରହିଛି। ଏହି ଦରକୁ ସେମାନେ ଏପ୍ରିଲ ପହିଲାଠାରୁ ପାଇପାରିବେ ବୋଲି ଜଣାପଡିଛି। ବ୍ୟାଙ୍କ କର୍ମଚାରୀମାନେ ବର୍ତ୍ତମାନ ସମୟରେ ୮୫.୨% ଭତ୍ତା ପାଉଛନ୍ତି। ଏହି ଭତ୍ତା ୨% କମିଥିବା ଜଣାପଡିଛି। ବର୍ତ୍ତମାନ ସମୟରେ ୮୩.୨% ସଂଶୋଧିତ ହାରରେ ୨୪.୫% ସେମାନଙ୍କୁ ମେ’ମାସ ଠାରୁ ମିଳିବ ବୋଲି ଜଣାପଡ଼ିଛି। ବୀମା କର୍ମଚାରୀମାନେ ବର୍ତ୍ତମାନ ସମୟରେ ୭୮.୫% ପାଉଥିବା ବେଳେ ୨% ହ୍ରାସ ପାଇଛି। ଫଳରେ ସେମାନେ ୭୬.୫ % ମେ ୧ଠାରୁ ପାଇପାରିବେ ବୋଲି ସୂଚନା ମିଳିଛି। ସରକାରୀ କର୍ମଚାରୀ ଏବେ ୧୭% ଭତ୍ତା ପାଉଛନ୍ତି । ବର୍ତ୍ତମାନ ଏହା ୧୧% ବୃଦ୍ଧି ପାଇଛି। ଏହି ବୃଦ୍ଧି ପରିମାଣକୁ ସେମାନଙ୍କୁ ୨୦୨୦ ଜାନୁୟାରୀରେ ୪%, ୨୦୨୦ ଜୁଲାଇରୁ ୩% ଏବଂ ୨୦୨୧ ଜାନୁୟାରୀରେ ୪% ଏବଂ ଜୁଲାଇରେ ବଳକା ୪% ମିଳିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?