ବନ୍ୟ ପ୍ରାଣୀଙ୍କ ସଂଖ୍ୟା ୬୯ ପ୍ରତିଶତ କମିଛି: ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨…

ନୂଆଦିଲ୍ଲୀ,୧୩।୧୦ : ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨ ରେ, ୯୦ ବୈଜ୍ଞାନିକଙ୍କ ଦ୍ୱାରା ୩୨ ହଜାରରୁ ଅଧିକ ପ୍ରଜାତିର ପ୍ରାଣୀ ବିଶ୍ଳେଷଣ କରାଯାଇଛି। ଗତଥର ତୁଳନାରେ ପ୍ରାଣୀ ପ୍ରଜାତିଙ୍କ ସଂଖ୍ୟା ୧୧ ହଜାର ଅଧିକ ରହିଛି। ଡବ୍ଲୁଡବ୍ଲୁଏଫ୍‌ ଇଣ୍ଡିଆର ସେକ୍ରେଟେରୀ ଜେନେରାଲ ତଥା ସିଇଓ ରବି ସିଂ କହିଛନ୍ତି ଯେ ଏହି ଦ୍ୱି ବର୍ଷୀୟ ରିପୋର୍ଟରେ ୮୩୮ ପ୍ରଜାତି ନୂଆ ଅଛନ୍ତି।

ପୃଥିବୀର ସ୍ବାସ୍ଥ୍ୟ ଯାଞ୍ଚ ନାମକ ଏହି ରିପୋର୍ଟରେ ଏହା ଆକଳନ କରାଯାଇଛି ଯେ ମାନବ ଜନସଂଖ୍ୟାର ଚାପ, ଶିଳ୍ପାୟନ କାର୍ଯ୍ୟକଳାପ, ଜଙ୍ଗଲ ନଷ୍ଟ ଯୋଗୁ ପ୍ରାଣୀଙ୍କର କ’ଣ କ୍ଷତି ହେଉଛି? ଡବ୍ଲ୍ୟୁୁଡବ୍ଲୁଏଫ ଇଣ୍ଟରନ୍ୟାଶନାଲର ମାର୍କୋ ଲାମବର୍ଟିନିଙ୍କ ଅନୁଯାୟୀ ଆଜି ପୃଥିବୀ ଜଳବାୟୁ ପରିବର୍ତ୍ତନ ଏବଂଜୈବ ବିବିଧତା ନଷ୍ଟ ହେବାର ଏକ ଦ୍ୱିଗୁଣ ଜରୁରୀକାଳୀନ ପରିସ୍ଥିତି ଦେଇ ଗତି କରୁଛି। ଭବିଷ୍ୟତ ପିଢ଼ିଙ୍କୁ ଏହାର କଷ୍ଟ ସହିବାକୁ ପଡିବ ।
ଭାରତର ଦକ୍ଷିଣରେ ଅବସ୍ଥିତ ରେନ୍‌ ଫରେଷ୍ଟରେ ସର୍ବାଧିକ ପ୍ରତିକୂଳ ପ୍ରଭାବ ଦେଖାଇଛି। ଏହାର ଖରାପ ପ୍ରଭାବ ଯୋଗୁ ହିମାଳୟ ଏବଂ ଏହାର ଆଖପାଖ ଜଙ୍ଗଲ ପ୍ରଭାବିତ ହୋଇଛି। ରିପୋର୍ଟରେ ଥିବା ମାନଚିତ୍ରରେ ଏସବୁ ଅଞ୍ଚଳକୁ ନାଲି ଏବଂ ଅତିବାଇଗଣୀ ରଙ୍ଗରେ ଚିତ୍ରିତ କରାଯାଇଛି। ୨୦୨୧ ରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ସପ୍ତମ ସ୍ଥାନରେ ରହିଛି।
ପୃଥିବୀର ୭୦ ପ୍ରତତିଶତ କୈବ ବିବିଧତା ଏବଂ ୫୦ ପ୍ରତିଶତ ମଧୁର ଜଳ ବିପଦରେ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପ୍ରାକୃତିକ ଜଳ ଉତ୍ସରୁ ପ୍ରତି ୩ ଟି ଗୋଟିଏ ପ୍ରଜାତିର ମାଛକୁ ବହୁଳ ଭାବେ ଧରାଯାଉଛି। ଫଳରେ ସେମାନଙ୍କର ସଂଖ୍ୟା କମିବାରେ ଲାଗିଛି। ୫୦ ବର୍ଷ ତଳେ ଥିବା ପ୍ରାଣୀଙ୍କ ସଂଖ୍ୟାରେ ବର୍ତ୍ତମାନ ୬୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।

ଜଳବାୟୁ ପରିବର୍ତ୍ତନ ଏବଂ ପୃଥିବୀର ତାପମାତ୍ରା ବୃଦ୍ଧି ହେତୁ ବନ୍ୟପ୍ରାଣୀ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଯଦି ଅଷ୍ଟାଦଶ ଶତାବ୍ଦୀର ପୂର୍ବ-ଶିଳ୍ପ ବିପ୍ଳବ ତୁଳନାରେ ହାରାହାରି ତାପମାତ୍ରା ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥାଏ, ତେବେ ପ୍ରତି ୪ ରୁ ୩ ପ୍ରାଣୀ ଅର୍ଥାତ୍‌ ୭୫ ପ୍ରତିଶତ ପ୍ରଜାତି ସବୁଦିନ ପାଇଁ ଲୋପ ପାଇବେ। ତାପମ୍ରା ୩ ଡିଗ୍ରୀ ବୃଦ୍ଧିରେ, ୫୦ ରୁ ୭୫ ପ୍ରତିଶତ, ୨ ଡିଗ୍ରୀ ବୃଦ୍ଧିରେ ୨୫ ରୁ ୫୦ ପ୍ରତିଶତ ଏବଂ ୧ ଡିଗ୍ରୀ ବୃଦ୍ଧିରେ ୨୫ ପ୍ରତିଶତ ପ୍ରଜାତି ମରିଯିବେ। ପୂର୍ବ ତୁଳନାରେ ପୃଥିବୀ ୧.୨ ଡିଗ୍ରୀ ଉତ୍ତପ୍ତ ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share