ବଦଳି ଯିବ କି ଉଇକିପିଡିଆର ନାଁ!

ନୂଆଦିଲ୍ଲୀ,୨୪।୧୦: ଉଇକିପିଡିଆର ନାଁ ପରିବର୍ତ୍ତନ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ସୋସିଆଲ ମିଡିଆ ଏକ୍ସର ସିଇଓ ଏଲନ ମସ୍କ। ଡିଜିଟାଲ ଏନସାଇକ୍ଲୋପିଡ଼ିଆ କୁହାଯାଉଥିବା ଉଇକିପିଡିଆରେ ସୁବ ବର୍ଗର ପାଠକ ମାଗଣାରେ ବହୁ ତଥ୍ୟ ପାଇପାରନ୍ତି। ଏହି ଜିଡିଟାଲ ଏଡିସନ ମାଧ୍ୟମରେ କୌଣସି ଜିନିଷର ବିସ୍କୃତ ଆଲୋଚନା ହୋଇଥାଏ।
ମସ୍କଙ୍କ ଏ ସମ୍ପର୍କିତ ବିବୃତ୍ତି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ସେ ‘ଉଇକିପିଡ଼ିଆ’କୁ ଏକ ବିଶେଷ ଅଫର ଦେଇଛନ୍ତି। ଯଦି ଏହି ଅଫର ଉଇକିପିଡିଆ ଗ୍ରହଣ କରେ ତେବେ ତାକୁ ବୁଲି ବୁଲି ଫଣ୍ଡିଂ ଟଙ୍କା ନେବାକୁ ପଡିବା ପଡିବ ନାହିଁ। ଉଇକିପିଡିଆ ଯଦି ଏହାର ନାମ ପରିବର୍ତ୍ତନ କରି ‘ଡିକିପିଡିଆ’ ରଖେ ତେବେ ମସ୍କ ଉଇକିପିଡ଼ିଆକୁ ୧ ବିଲିୟନ ଡଲାର (ପ୍ରାୟ ୮୩୦୦ କୋଟି ଟଙ୍କା) ଦେବେ ବୋଲି ଘୋଷଣା କରିଛନ୍ତି।

ଉଇକିପେଡ଼ିଆ ଫାଉଣ୍ଡେସନ ସମଗ୍ର ବିଶ୍ୱରେ ଏହାର ପାଠକମାନଙ୍କଠାରୁ ଫଣ୍ଡିଂ ସଂଗ୍ରହ କରିଥାଏ। ବାହ୍ୟ କର୍ପୋରେଟ ଚାପରୁ ପ୍ଲାଟଫର୍ମକୁ ମୁକ୍ତ ରଖିବା ପାଇଁ ଏହି ଓ୍ବେସାଇଟ୍‌ ନିର୍ଭର କରେନାହିଁ। ଏଥିସହ, ଲୋକମାନେ ଏହି ପ୍ଲାଟଫର୍ମରୁ ସୁବିଧାରେ କୋଣସି ଜିନିଷରତଥ୍ୟ ମାଗଣାରେ ପାଇପାରନ୍ତି। ଭାରତରେ ପ୍ରତିଟି ଲୋକଙ୍କୁ ଇଉକିପିଡିଆ ୨୫ଟଙ୍କା ଲେଖାଏଁ ନେଇଥାଏ।

Share