Categories: ଜାତୀୟ

ଓ୍ବିକିପେଡିଆ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯ା୧: ଓ୍ବିକିପେଡିଆ ଭଳି ଅନ୍‌ଲାଇନ୍‌ ସୋର୍ସରୁ ମିଳୁଥିବା ସୂଚନାକୁ ନେଇ ସୁପ୍ରିମକୋର୍ଟ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏଭଳି ସ୍ରୋତର ତଥ୍ୟ କ୍ରାଉଡ୍‌ ସୋର୍ସ ଆଧାରିତ, ଯାହାକୁ ୟୁଜର୍ସ ମଧ୍ୟ ଏଡିଟ୍‌ କରିପାରନ୍ତି। ତେଣୁ ବିଭ୍ରାନ୍ତିକର ତଥ୍ୟ ଯୋଗାଣ କରୁଥିବା ଏପରି ସୋର୍ସ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।
ସୂର୍ଯ୍ୟ କାନ୍ତ ଏବଂ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଜ୍ଞାନ ଆହରଣ କ୍ଷେତ୍ରରେ ସାରା ବିଶ୍ୱରେ ଓ୍ବିକିପେଡିଆ ଭଳି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମଗୁଡ଼ିକର ଉପଯୋଗିତା ରହିଛି। କିନ୍ତୁ ଆଇନଗତ ବିବାଦ ସମାଧାନରେ ଏହାର ବ୍ୟବହାର କରିବା ବିପଦମୁକ୍ତ ନୁହେଁ ବୋଲି ଏକ ମାମଲାର ରାୟ ଶୁଣାଇବାବେଳେ ଖଣ୍ଡପୀଠ ସତର୍କ କରାଇଛନ୍ତି।

Share