ପ୍ରେମିକାଙ୍କୁ ଜେଲରେ ବିବାହ କରିବେ ୱିକିଲିକ୍ସର ସଂସ୍ଥାପକ, ସରକାର ଦେଲେ ମଞ୍ଜୁରୀ

ବ୍ରିଟେନ,୧୨ ।୧୧: ୱିକିଲିକ୍ସର ସଂସ୍ଥାପକ ଜୁଲିୟନ ଅସାଂଜେ ତାଙ୍କର ପ୍ରମିକା ଷ୍ଟେଲା ମୋରିସଙ୍କୁ ଜେଲରେ ବିବାହ କରିବାକୁ ଯାଉଛନ୍ତି । ଏଥିପାଇଁ ବ୍ରିଟେନ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ଅସାଂଜେ ବେଲମାର୍ଶ ଜେଲରେ ବିବାହ କରିବେ । ଅସାଂଜେ ଓ ମୋରିସଙ୍କର ୨୦୧୫ରେ ଏନଗେଜମେଣ୍ଟ ହୋଇ ସାରିଥିବା ବେଳେ ଏମାନଙ୍କର ଦୁଇ ପୁଅ ଅଛନ୍ତି । ୱିକିଲିକ୍ସର ସଂସ୍ଥାପକ ଇକ୍ୱେଡରରେ ଶରଣ ନେବା ପରେ ୨ ପୁଅଙ୍କ ଜନ୍ମଙ୍କ ଜନ୍ମ ହୋଇଥିଲା । ବ୍ରିଟେନ କାରାଗାର ସେବା ଅସାଂଜେଙ୍କ ଆବେଦନକୁ ଗ୍ରହଣ କରି ସାଧାରଣ ଜେଲର ଅନ୍ତେବାସୀଙ୍କ ପରି ଏହାର ବିଚାର କରାଯାଇଥିଲା । ଏହା ଅନୁମୋଦନ ପାଇବା ପରେ ଅସାଂଜେଙ୍କ ପ୍ରେମିକା ଷ୍ଟେଲା ମୋରିସ କହିଛନ୍ତି, ମୋର ଆଶା ରହିଛି ଯେ ଆମ ବିବାହରେ ଆଉ କିଛି ବାଧା ଉପୁଜିବ ନାହିଁ । ସୂଚନାଯୋଗ୍ୟ, ଅସାଂଜେ ଓ ଷ୍ଟେଲା ମୋରିସ ପରସ୍ପରକୁ ୨୦୧୧ରେ ଭେଟିଥିଲେ । ସେତେବେଳେ ଷ୍ଟେଲା ଅସାଂଜେଙ୍କ ଆଇନ ଟିମରେ ସାମିଲ ହୋଇଥିଲେ । ଷ୍ଟେଲା କହିଛନ୍ତି ଯେତେବେଳେ ଅସାଂଜେ ଲଣ୍ଡନ ସ୍ଥିତ ଇକ୍ୱେଡରର ଦୂତାବାସରେ ଥିଲେ ସେତେବେଳେ ସେ ପ୍ରତିଦିନ ତାଙ୍କୁ ଦେଖା କରିବାକୁ ଯାଉଥିଲେ । ଅସାଂଜେ ତାଙ୍କ ଦୁଇ ପୁଅଙ୍କ ଜନ୍ମ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଖିଥିଲେ ।

Share