ମଦ୍ୟପଙ୍କୁ ମାରି ପୋତିଦେଲେ ସ୍ତ୍ରୀ-ପୁଅ-ଜ୍ୱାଇଁ, ମାଟିତଳୁ ବାହାରିଲା…

କୋକସରା,୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ମୁନୁଗାପଦର ଗ୍ରାମର ଯଦୁ ଦଳପତିଙ୍କୁ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଦଳପତି, ଦୁଇ ପୁଅ ଧନେଶ୍ୱର ଦଳପତି ଓ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗ ମୃତ୍ୟୁ ପରେ ଘରବାଡ଼ିରେ ପୋତି ଦେଇଥିବା ଅଭିଯୋଗ ପରେ ଆମପାଣି ପୋଲିସ ଶନିବାର ସକାଳେ ଖବର ପାଇ ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ସ୍ତ୍ରୀ ରୁକ୍ମିଣୀ ଦଳପତି, ସାନ ପୁଅ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗକୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ବଡ଼ପୁଅ ଧନେଶ୍ୱର ଦଳପତି ଫେରାର ଥିବା ପୋଲିସ ସୂତ୍ରରୁ ଖବର ମିଳିଛି। ଅନ୍ୟପଟେ ପରିବାର ଲୋକେ ଜ୍ଞାତି କୁଟୁମ୍ବ କିମ୍ବା ଗ୍ରାମବାସୀ କାହାକୁ ନ ଜଣାଇ ଘରବାଡ଼ିରେ ନେଇ ପୋତି ଦେଇଥିବା ବେଳେ ବଡ଼ପୁଅ ଫେରାର ଘଟଣାକୁ ନେଇ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକଟ କରି ପୋଲିସ ଘଟଣାର ତଦନ୍ତ ପାଇଁ ମୃତକଙ୍କ ସ୍ତ୍ରୀ ରୁକ୍ମିଣୀ ଦଳପତି, ସାନ ପୁଅ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣା ନେଇ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଖବର ଦେବା ପରେ ସନ୍ଧ୍ୟାରେ ଧର୍ମଗଡ଼ ଏସ୍‌ଡିପିଓ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ସ୍ଥାନୀୟ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, କୋକସରା ଏସ୍‌ଆଇ ହେମନ୍ତ ପାତ୍ର, ଡାକ୍ତର ଦେବେନ୍ଦ୍ର ମାଝୀଙ୍କ ଉପସ୍ଥିତିରେ ଘରବାଡ଼ିରେ ମୃତଦେହ ପୋତା ହୋଇଥିବା ସ୍ଥାନରେ ପହଞ୍ଚି ମୃତଦେହ ମାଟିତଳୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ମୃତ୍ୟୁର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ପୋଲିସ ପକ୍ଷରୁ ମିଳିନାହିଁ। ଆମପାଣି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ସବିଶେଷ ସୂଚନା ଦିଆଯିବ ବୋଲି ଏସ୍‌ଡିପିଇଓ ବେହେରା ସୂଚନା ଦେଇଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ ଯଦୁ ଦଳପତି ଜଣେ ମଦ୍ୟପ, ଅନେକ ସମୟରେ ମଦ ପିଇ ଗଣ୍ଡଗୋଳ କରୁଥିଲେ, କୌଣସି କାରଣରୁ ଶୁକ୍ରବାର ରାତିରେ ଗଣ୍ଡଗୋଳ ହେବାରୁ ହୁଏତ ତାକୁ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri