ଦୋକାନରେ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଫେରାର

ମଙ୍ଗୁଳି-ଜଗତପୁର,୨୨ା୬(ମାନସ ସାମଲ)ଜଗତପୁର ଥାନା ଅଧୀନ ତ୍ରିନାଥ ସାହିସ୍ଥିତ ଏକ ଚା’ ଦୋକାନରେ ଜଣେ ମହିଳାଙ୍କୁ ହାଣି ହତ୍ୟା କରାଯାଇଛି। ସେ ହେଲେ ତ୍ରିନାଥ ସାହିର କବିତା ବେହେରା। ବୁଧବାର ସକାଳେ ଖବରପାଇ ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁ, ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା ପଠାଇ ଦିଆଯାଇଥିଲା। ଦୋକାନ ଟଙ୍କାକୁ କେନ୍ଦ୍ରକରି କବିତାଙ୍କୁ ସ୍ବାମୀ କରୁଣାକର ମହାନ୍ତି ହତ୍ୟା କରିଥିବା ଝିଅ ଲିସା ବେହେରା(୨୯)ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୨୯୭/୨୩) ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ, ୨ ବର୍ଷ ତଳେ କବିତାଙ୍କ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ପରେ ଘର ଚଳିବା କଷ୍ଟକର ହେବାରୁ ତ୍ରିନାଥ ସାହି ଛକରେ କବିତା ଚା’ ପାନ ଦୋକାନ କରିଥିଲେ। ଇତିମଧ୍ୟରେ ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ଗାଡି ଡ୍ରାଇଭର କରୁଣାକରଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ କୋର୍ଟରେ ଉଭୟ ବିବାହ କରି ତ୍ରିନାଥ ସାହିରେ ରହୁଥିଲେ। ବିବାହର ୬/୭ ମାସ ପର୍ଯ୍ୟନ୍ତ ସେମାନେ ଖୁସିରେ ରହିଥିଲେ। ଗତ ଦୁଇ ମାସ ମଧ୍ୟରେ କବିତାଙ୍କ ଦୋକାନରୁ ଏକାଧିକ ଥର ଚୋରି ହୋଇଥିଲା। ଏପରି କି କେହି ଦୁର୍ବୃତ୍ତ ଦୋକାନରେ ନିଅଁା ଲଗାଇ ଦେଇଥିଲେ। ଫଳରେ କରୁଣାକର ଓ କବିତା ଦୋକାନରେ ଶୋଉଥିଲେ। ରବିବାର ରାତିରେ ଉଭୟ ଦୋକାନରେ ଥିବାବେଳେ ଦୋକାନ ବାକ୍ସରୁ ପୁଣି ଟଙ୍କା ଚୋରି ହୋଇଥିଲା। କରୁଣାକରଙ୍କ ଉପରେ ସନ୍ଦେହ ହେବାରୁ କବିତା ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ବ୍ୟାଗରୁ ଉଭୟଙ୍କ କୋର୍ଟ ମ୍ୟାରେଜ୍‌ ପେପର ସହ ୧୦,୦୦୦ ଟଙ୍କା ବାହାରିଥିଲା। ଉକ୍ତ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମଙ୍ଗଳବାର ରାତିରେ ଦୋକାନରେ ଉଭୟ ଶୋଇଥିଲେ। ବିଳମ୍ବିତ ରାତିରେ କରୁଣାକର କବିତାଙ୍କୁ ପିଟାପିଟି କରିବାରୁ ସେ ଚିତ୍କାର କରୁଥିବା ନେଇ ତାଙ୍କ ପଡୋଶୀ ଜାଣିବାକୁ ପାଇଥିଲେ। ବୁଧବାର ସକାଳେ ଘର ସମ୍ମୁଖରେ ଲିସା ଦାନ୍ତ ଘଷୁଥିବାବେଳେ ପଡୋଶୀ ମହିଳା ଏ ସମ୍ପର୍କରେ ତାଙ୍କୁ କହିଥିଲେ। ଲିସା ତୁରନ୍ତ ଦୋକାନରେ ପହଞ୍ଚିବାବେଳକୁ କବିତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ତେଣୁ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣାପରଠାରୁ କରୁଣାକର ଫେରାର ଅଛନ୍ତି।
ଏ ସମ୍ପର୍କରେ ଥାନାଧିକାରୀ ମେହେର କହିଛନ୍ତି, ଗତ କିଛିଦିନ ଧରି ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା। ମଙ୍ଗଳବାର ରାତିରେ ଦୋକାନରେ ଉଭୟ ଶୋଇଥିଲେ। ବୁଧବାର ସକାଳେ କବିତାଙ୍କ ମୃତଦେହ ମିଳିଥିବାବେଳେ କରୁଣାକର ଫେରାର ଅଛନ୍ତି। ତାଙ୍କୁ ଗିରଫ କରାଯିବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଅପରପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପରେ କଟକସ୍ଥିତ କାଳିଆବୋଦା ଶ୍ମଶାନରେ ସତ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri