ଦୋକାନରେ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଫେରାର

ମଙ୍ଗୁଳି-ଜଗତପୁର,୨୨ା୬(ମାନସ ସାମଲ)ଜଗତପୁର ଥାନା ଅଧୀନ ତ୍ରିନାଥ ସାହିସ୍ଥିତ ଏକ ଚା’ ଦୋକାନରେ ଜଣେ ମହିଳାଙ୍କୁ ହାଣି ହତ୍ୟା କରାଯାଇଛି। ସେ ହେଲେ ତ୍ରିନାଥ ସାହିର କବିତା ବେହେରା। ବୁଧବାର ସକାଳେ ଖବରପାଇ ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁ, ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା ପଠାଇ ଦିଆଯାଇଥିଲା। ଦୋକାନ ଟଙ୍କାକୁ କେନ୍ଦ୍ରକରି କବିତାଙ୍କୁ ସ୍ବାମୀ କରୁଣାକର ମହାନ୍ତି ହତ୍ୟା କରିଥିବା ଝିଅ ଲିସା ବେହେରା(୨୯)ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୨୯୭/୨୩) ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ, ୨ ବର୍ଷ ତଳେ କବିତାଙ୍କ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ପରେ ଘର ଚଳିବା କଷ୍ଟକର ହେବାରୁ ତ୍ରିନାଥ ସାହି ଛକରେ କବିତା ଚା’ ପାନ ଦୋକାନ କରିଥିଲେ। ଇତିମଧ୍ୟରେ ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ଗାଡି ଡ୍ରାଇଭର କରୁଣାକରଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ କୋର୍ଟରେ ଉଭୟ ବିବାହ କରି ତ୍ରିନାଥ ସାହିରେ ରହୁଥିଲେ। ବିବାହର ୬/୭ ମାସ ପର୍ଯ୍ୟନ୍ତ ସେମାନେ ଖୁସିରେ ରହିଥିଲେ। ଗତ ଦୁଇ ମାସ ମଧ୍ୟରେ କବିତାଙ୍କ ଦୋକାନରୁ ଏକାଧିକ ଥର ଚୋରି ହୋଇଥିଲା। ଏପରି କି କେହି ଦୁର୍ବୃତ୍ତ ଦୋକାନରେ ନିଅଁା ଲଗାଇ ଦେଇଥିଲେ। ଫଳରେ କରୁଣାକର ଓ କବିତା ଦୋକାନରେ ଶୋଉଥିଲେ। ରବିବାର ରାତିରେ ଉଭୟ ଦୋକାନରେ ଥିବାବେଳେ ଦୋକାନ ବାକ୍ସରୁ ପୁଣି ଟଙ୍କା ଚୋରି ହୋଇଥିଲା। କରୁଣାକରଙ୍କ ଉପରେ ସନ୍ଦେହ ହେବାରୁ କବିତା ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ବ୍ୟାଗରୁ ଉଭୟଙ୍କ କୋର୍ଟ ମ୍ୟାରେଜ୍‌ ପେପର ସହ ୧୦,୦୦୦ ଟଙ୍କା ବାହାରିଥିଲା। ଉକ୍ତ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମଙ୍ଗଳବାର ରାତିରେ ଦୋକାନରେ ଉଭୟ ଶୋଇଥିଲେ। ବିଳମ୍ବିତ ରାତିରେ କରୁଣାକର କବିତାଙ୍କୁ ପିଟାପିଟି କରିବାରୁ ସେ ଚିତ୍କାର କରୁଥିବା ନେଇ ତାଙ୍କ ପଡୋଶୀ ଜାଣିବାକୁ ପାଇଥିଲେ। ବୁଧବାର ସକାଳେ ଘର ସମ୍ମୁଖରେ ଲିସା ଦାନ୍ତ ଘଷୁଥିବାବେଳେ ପଡୋଶୀ ମହିଳା ଏ ସମ୍ପର୍କରେ ତାଙ୍କୁ କହିଥିଲେ। ଲିସା ତୁରନ୍ତ ଦୋକାନରେ ପହଞ୍ଚିବାବେଳକୁ କବିତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ତେଣୁ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣାପରଠାରୁ କରୁଣାକର ଫେରାର ଅଛନ୍ତି।
ଏ ସମ୍ପର୍କରେ ଥାନାଧିକାରୀ ମେହେର କହିଛନ୍ତି, ଗତ କିଛିଦିନ ଧରି ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା। ମଙ୍ଗଳବାର ରାତିରେ ଦୋକାନରେ ଉଭୟ ଶୋଇଥିଲେ। ବୁଧବାର ସକାଳେ କବିତାଙ୍କ ମୃତଦେହ ମିଳିଥିବାବେଳେ କରୁଣାକର ଫେରାର ଅଛନ୍ତି। ତାଙ୍କୁ ଗିରଫ କରାଯିବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଅପରପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପରେ କଟକସ୍ଥିତ କାଳିଆବୋଦା ଶ୍ମଶାନରେ ସତ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri