Categories: ଜାତୀୟ

ସ୍ତ୍ରୀଙ୍କୁ କରୋନା ହୋଇଥିବାରୁ ଛୁଟି ମାଗିଲେ ପୋଲିସ: ନ ମିଳିବାରୁ…

ଲକ୍ଷ୍ନୌ,୪।୫: : କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ଏହି ପରିସ୍ଥିତିରେ ଡାକ୍ତର, ନର୍ସ ଏବଂ ପୋଲିସ କରୋନା ଯୋଦ୍ଧା ଭାବରେ କାର୍ଯ୍ୟ କରୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଉତ୍ତର ପ୍ରଦେଶରେ ଜଣେ ପୋଲିସ କର୍ମଚାରୀଙ୍କ ସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ଏହା ଜାଣିବା ପରେ ସମ୍ପୃକ୍ତ ପୋଲିସ ଛୁଟି ପାଇଁ ଅନୁମତି ମାଗିଥିଲେ ମଧ୍ୟ ତାଙ୍କୁ ଦିଆଯାନ ଥିଲା। ଏଥିରେ ରାଗିଯାଇ ଘରକୁ ପଳାଇଥିଲେ। ସେଠାରୁ ଏସଏସପିଙ୍କୁ ହ୍ବାଟ୍ସଆପ୍‌ରେ ଇସ୍ତଫା ପଠାଇଥିଲେ। ସୂଚନାଯୋଗ୍ୟ, ଝାନ୍‌ସୀ ସିଓ ମନୀଷ ଚନ୍ଦ୍ର ସୋନକର ତାଙ୍କ ସ୍ତ୍ରୀ ସଂକ୍ରମିତ ହେବା ପରେ ଛୁଟି ପାଇଁ ଅନୁମୋଦନ କରିଥିଲେ। କିନ୍ତୁ ତାଙ୍କୁ ମିଳି ନ ଥିଲା। ପରେ ସେ ଏସଏସପି ରୋହନ ପି କାନାଇଙ୍କ ନିକଟକୁ ଇସ୍ତଫା ପଠାଇଥିଲେ। ୨୦୦୫ ବ୍ୟାଚ ପିପିଏସ ଅଧିକାରୀ ମନୀଷ ସୋନକର ଦେଢ ବର୍ଷ ପୂର୍ବରୁ ଝାନସୀରେ ନିଯୁକ୍ତ ହୋଇଥିଲେ। ସେ ପ୍ରାୟ ଦୁଇମାସ ପୂର୍ବରୁ ସିଓ ଚାର୍ଜ ପାଇଥିଲେ। ମନୀଷ ଏଠାରେ ସ୍ତ୍ରୀ ଏବଂ ଚାରି ବର୍ଷର ଝିଅ ସହିତ ଏକ ସରକାରୀ ବାସଭବନରେ ରୁହନ୍ତି । ତାଙ୍କ କହିବା ଅନୁଯାୟୀ, ଏପ୍ରିଲ ୩୦ରେ ସ୍ତ୍ରୀ କରୋନା ସଂକ୍ରମଣ ହୋଇଥିଲେ। ଘରେ ଏକୁଟିଆ ଥିବାରୁ ସେ ତାଙ୍କ ସ୍ତ୍ରୀଙ୍କ ଯତ୍ନ ନେବା ପାଇଁ ମେ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ, କିନ୍ତୁ ଛୁଟି ମଞ୍ଜୁର ହୋଇ ନ ଥିଲା। ଏହି ସମୟରେ, ଭୋଟ ଗଣନା ପାଇଁ ତାଙ୍କର ରଖାଯାଇଥିଲା। ସିଓଙ୍କ ଅନୁଯାୟୀ, ସେ ନିର୍ବାଚନ ଡ୍ୟୁଟି ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ଏହା ପରେ ସେ ମେ ୨ରେ ପୁନର୍ବାର ଛୁଟି ମାଗିଥିଲେ, କିନ୍ତୁ ଛୁଟି ମଞ୍ଜୁର ହୋଇ ନ ଥିଲା। ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଖରାପ ଥିବାରୁ ସେ ଡ୍ୟୁଟିୁକୁ ଆସି ନ ଥିଲେ। ଏସଏସପି ରୋହନ ପି କାନାଇ ମଧ୍ୟ ତାଙ୍କୁ ମୋବାଇଲରେ ଡ୍ୟୁଟିକୁ ଫେରିବାକୁ କହିଥିଲେ। ମନୀଷ ନିଜର ଅସମର୍ଥତା ପ୍ରକାଶ କରି ଏସଏସପିଙ୍କୁ ଇସ୍ତଫା ପଠାଇଥିଲେ। ଏବେ ସେ ଲିଖିତ ଆକାରରେ ତାଙ୍କ ଇସ୍ତଫା ପଠାଇଥିଲେ। ତାଙ୍କ ଇସ୍ତଫା ପୋଲିସ ମୁଖ୍ୟାଳୟକୁ ପଠାଯାଇଛି।

Share