ସ୍ତ୍ରୀଙ୍କ କଥାରେ ଉଠ୍‌-ବସ୍‌ ହୋଇଥାନ୍ତି ଏହି ନାମଧାରୀ ପୁଅ

ବିବାହ ପରେ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ। କିନ୍ତୁ ଏମିତି କିଛି ପୁଅ ଅଛନ୍ତି ଯେଉଁମାନେ ସେମାନଙ୍କ ସ୍ତ୍ରୀଙ୍କ ବୋଲକରା ହୋଇଥାନ୍ତି। ଜାଣିବା ସେହି ନାମଧାରୀ ପୁଅଙ୍କ ବିଷୟରେ …
ଏ ନାମଧାରୀ ପୁରୁଷ: ‘ଏ’ ନାମଧାରୀ ପୁଅମାନେ ସେମାନଙ୍କ ସ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ହୋଇଥାନ୍ତି। ସ୍ତ୍ରୀଙ୍କ ପ୍ରତେକ ସମସ୍ୟାକୁ ଏମାନେ ନିଜର ବୋଲି ଭାବିଥାନ୍ତି। ସ୍ତ୍ରୀଙ୍କ ଖୁସି ପାଇଁ ଏହି ପୁରୁଷମାନେ ସେମାନଙ୍କ ସବୁ କଥାରେ ହଁ ଭରିଥାନ୍ତି।
କେ ନାମଧାରୀ ପୁରୁଷ: ଏହି ପୁରୁଷମାନେ ସ୍ବଭାବରେ ବହୁତ ଜିଦିଆ ମାତ୍ର ସ୍ତ୍ରୀଙ୍କର ଖୁବ୍‌ ନିକଟର ହୋଇଥାନ୍ତି। ବିବାହ ପରେ ଏମାନଙ୍କ କାର୍ଯ୍ୟରେ ବହୁତ ପରିବର୍ତ୍ତନ ଆସିଥାଏ।
ଆର୍‌ ନାମଧାରୀ ପୁରୁଷ: ଏହି ପୁରୁଷମାନେ ନିଜ ସ୍ତ୍ରୀଙ୍କୁ ବହୁତ ଖୁସିରେ ରଖିଥାନ୍ତି। ଏମାନେ ସ୍ତ୍ରୀଙ୍କୁ କେବେହେଲେ ଅସୁବିଧାରେ ପକାଇବାକୁ ଚାହାନ୍ତି ନାହିଁ। ତେଣୁ ଏମାନେ ଘରର ସମସ୍ତ କାମ ମଧ୍ୟ କରିଥାନ୍ତି।
ପି ନାମଧାରୀ ପୁରୁଷ: ଏହି ନାମର ପୁରୁଷମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ମଧ୍ୟ। ଏମାନେ ସ୍ତ୍ରୀଙ୍କର ପ୍ରତିଟି କଥାକୁ ମାନିଥାନ୍ତି। ତେଣୁ ଏହି ପୁରୁଷମାନଙ୍କୁ ସ୍ତ୍ରୀଙ୍କ ବୋଲକରା ବୋଲି କୁହାଯାଏ।