ଦିଅରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବିଧବା ଭାଉଜ, ସାନ ଯା’ଙ୍କୁ ମାରିଦେଲେ: ବାନ୍ଧିଲା ପୋଲିସ

ଦେବଗଡ,୨୪।୬(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମରେ ୨୦୨୩ ମସିହା ଜୁନ ମାସରେ ଘଟିଥିବା ବହୁ ଚର୍ଚ୍ଚିତ ପୂଜା ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଆବଶ୍ୟକ ତଥ୍ୟ ଏବଂ ପ୍ରମାଣ ଯୋଗାଡ କରିବା ପରେ ଘଟଣାର ଦୀର୍ଘ ୨ ବର୍ଷ ପରେ ପୋଲିସ ଏ ଘଟଣାରେ ପୂଜାଙ୍କ ବଡ ଯା’ ମମତା ମାଝୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ତେବେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଦିଅରକୁ ବିବାହ ଲକ୍ଷ୍ୟରେ ବିଧବା ମମତା ସାନ ଯା’ଙ୍କୁ ବିଷଦେଇ ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଖବର ମୁତାବକ, ଦେବଗଡ ଥାନା କପାସିରା(ଲକ୍ଷ୍ମୀପୁର) ଗ୍ରାମର ଝସକେତନ ପ୍ରଧାନ ଓ ଝରଣା ପ୍ରଧାନଙ୍କ ଝିଅ ୨୦୨୩ ମସିହା ମାର୍ଚ୍ଚ ୧୦ ତାରିଖରେ ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମର ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ କାଳିନ୍ଦ୍ରୀ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛିଦିନ ପରେ ପୂଜା ଅସୁସ୍ଥ ହୋଇ ପଡିବାରୁ ତାଙ୍କ ମା’ଝରଣା ୨୦୨୩ ମସିହା ଜୁନ ମାସ ୧୨ ତାରିଖ ଦିନ ଝିଅ (ପୂଜା)ଘରକୁ ଅସିଥିଲେ । ତେବେ ଉକ୍ତଦିନ ପୂଜାଙ୍କ ବଡ ଯା’ ମମତା ମାଝୀ (କାଳୀନ୍ଦ୍ରୀଙ୍କ ବଡଭାଇ ସୱର୍ଗତଃ ସୁଦନ ସାହୁଙ୍କ ବିଧବା ପତ୍ନି) ପୂଜାଙ୍କୁ ଗ୍ଲୁକୋଜ ଦେବା ବାହାନାରେ କୌଣସି ପ୍ରକାରର ବିଷାକ୍ତ ତରଳ ପ୍ରଦାନ କରିଥିଲେ । ସାନ ଯା’ ପୂଜା ଅଧାରୁ ଅଧିକ ପାଣି ପିଇଥିଲେ ହେଁ ସେଥିରୁ ଦୁର୍ଗନ୍ଧ ଆସୁଥିବା ନେଇ ପ୍ରଶ୍ନ କରିଥିଲେ । ତେବେ ବଡ ଯା’ ମମତା ଏହା ଗ୍ଲୁକୋଜ ପାଣି ହୋଇଥିବା ଦର୍ଶାଇ ତାଙ୍କୁ ‘ତୁ ବିଭିନ୍ନ ପ୍ରକାର ଔଷଧ ଖାଉଥିବାରୁ ’ ତୋତେ ସେହିଭଳି ବାସ୍ନା ହେଉଥିବ ବୋଲି ଉତ୍ତର ଦେଇଥିଲେ । ତେବେ ଏହା ପିଇବାର ଅଳ୍ପ କିଛି ସମୟ ପରେ ପୂଜା ଅସୁସ୍ଥତା ଅନୁଭବ କରିବାସହ କ୍ରମେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଆଣୀଥିଲେ ହେଁ ପୂଜାଙ୍କ ଶରୀରରେ ବିଷକ୍ରୀୟା ଅଧିକ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ପୂଜାଙ୍କୁ ମୃତ ଘୋଷଣା କରିଥିଲେ । ପୂଜାଙ୍କ ମା’ ଝରଣା ପ୍ରଧାନ ଏନେଇ କଂସର ଫାଣ୍ଡିରେ ଲିଖୀତ ଅଭିଯୋଗ କରିବା ସହ ତାଙ୍କ ଝିଅ ପୂଜାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକଟ କରିଥିଲେ ।

ରିଆମାଳ ଥାନା ପୋଲିସ ଏ ଘଟଣାର ତଦନ୍ତ କରିବାସହ ତଥା କଥିତ ଗଲୁକୋଜ ପାଣୀ ଏବଂ ଅନ୍ୟାନ୍ୟ ସାମଗ୍ରୀର ପରୀକ୍ଷା ନିମନ୍ତେ ପରୀକ୍ଷାଗାରକୁ ପଠାଇଥିଲା । ପାରିପାର୍ଶ୍ୱିକ ପରିସ୍ଥିତି ଓ ତଦନ୍ତ ସମେତ ପରୀକ୍ଷାର ରିପୋର୍ଟକୁ ଆଧାର କରି ସାନ ଯା’ ପୂଜାଙ୍କୁ ବଡ ଯା’ ମମତା ଗ୍ଲୁକୋଜ ନାମରେ ବିଷ ଦେଇ ହତ୍ୟା କରିଥିବା ସ୍ପଷ୍ଟ ହେବାପରେ ମମତାଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ସାନ ଯା’ଙ୍କୁ ହତ୍ୟା କରିବା ପରେ ଦିଅର କାଳିନ୍ଦ୍ରୀକୁ ବିବାହ କରିବା ଲକ୍ଷ୍ୟରେ ମମତା ତାଙ୍କୁ ବିଷଦେଇ ହତ୍ୟା କରିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri