ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା ରହିଥିବା ବେଳେ ସନ୍ଧ୍ୟାରୁ ଆରମ୍ଭ ହୋଇଯାଇଥିଲା ବର୍ଷା । ଅମଳ ସମୟରେ ଏଭଳି ଅଦିନିଆ ବର୍ଷା ଯୋଗୁ ଜିଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଆଖି ସାମ୍ନାରେ ଅମଳ ଫସଲ ଉଜୁଡ଼ିଯାଉଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି।

ବିଭାଗୀୟ ତଥ୍ୟ ଅନୁସାରେ ବୁଧବାର ପ୍ରାୟ ସ୍ଥାନରେ ୧୦ ମି.ମି.ରୁ ଅଧିକ ପରିମାଣରେ ବର୍ଷା ରେକର୍ଡ ହୋଇଛି । ଚନ୍ଦ୍ରପୁର ବ୍ଲକରେ ସର୍ବନିମ୍ନ ୪.୨ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ କଲ୍ୟାଣସିଂହପୁର ବ୍ଲକରେ ସର୍ବାଧିକ ୨୭ ମି.ମି. ଏବଂ ମୁନିଗୁଡ଼ାରେ ୨୩.୬ ମି.ମି. ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି । ସେହିଭଳି ରାୟଗଡ଼ା ବ୍ଲକରେ ୧୬.୮ ମି.ମି., କୋଲନରା ବ୍ଲକରେ ୧୪.୮ମି.ମି. କାଶୀପୁର ବ୍ଲକରେ ୧୩.୭ ମି.ମି., ଗୁଣପୁର ବ୍ଲକରେ ୧୪ ମି.ମି., ପଦ୍ମପୁର ବ୍ଲକରେ ୪.୩ ମି.ମି., ଗୁଡ଼ାରି ବ୍ଲକରେ ୭.୮ ମି.ମି., ରାମନାଗୁଡ଼ାରେ ୧୯.୮ ମି.ମି.ଏବଂ ବିଷମକଟକରେ ୧୬.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ତେବେ ଏହି ଅଦିନିଆ ବର୍ଷା ଯୋଗୁ ଜିଲାର ଧାନ, ମାଣ୍ଡିଆ ଓ କପା ଚାଷ ଉପରେ ବିଶେଷ ପ୍ରଭାବ ପକାଇଛି । ଚଳିତ ବର୍ଷ ୪୦ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଧାନ, ୧୮ହଜାର ହେକ୍ଟରରୁ ଅଧିକ ଜମିରେ ମାଣ୍ଡିଆ ଏବଂ ୪୯ ହଜାରରୁ ଅଧିକ ହେକ୍ଟରରେ କପାଚାଷ ହୋଇଥିବା ବେଳେ ଅଦିନିଆ ବର୍ଷା ଯୋଗୁ ଚାଷୀ ସେ ସବୁ ଅମଳ କରିପାରିନାହାନ୍ତି । ଯେତିକି ପରିମାଣରେ ଅମଳ କରିଛନ୍ତି ବର୍ତ୍ତମାନ ସେଗୁଡ଼ିକର ସୁରକ୍ଷା ଚିନ୍ତାରେ ଚିନ୍ତିତ ରହିଛନ୍ତି । ବର୍ଷା ଯୋଗୁ କପାଚାଷ ନଷ୍ଟ ହେବାର ଅଧିକ ଆଶଙ୍କା ରହିଛି। ଜିଲାରେ କପା ମଣ୍ଡି ଆରମ୍ଭ ହୋଇଥିବା ବେଳେ ବୁଧବାର କେବଳ ୧୧ କ୍ୱିଂଟାଲ କପା ମଣ୍ଡିକୁ ଆସିଥିବା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସୂଚନା ମିଳିଛି। ଡିସେମ୍ବର ୨୦ ତାରିଖରୁ ଧାନ ଓ ମାଣ୍ଡିଆ ମଣ୍ଡି ଆରମ୍ଭ ହେବ ା ତେବେ ବର୍ତ୍ତମାନ ଅମଳ ହୋଇଥିବା ଏବଂ ହୋଇ ନ ଥିବା ଧାନ, ମାଣ୍ଡିଆ ଓ କପା ବର୍ଷା ଯୋଗୁ ନଷ୍ଟ ହୋଇଯାଇଥିବା ଚାଷୀମାନେ ଦୁଃଖର ସହ ପ୍ରକାଶ କରିଛନ୍ତି । ତେଣୁ ସେମାନଙ୍କ ପାଇଁ ରାଜ୍ୟ ସରକାର କିଛି ସ୍ବତନ୍ତ୍ର ସହାୟତା ଘୋଷଣା କରିବାକୁ ଚାଷୀ ମହଲରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri