ବିଧାନସଭାରେ ଚୁଡ଼ା, ମୁଢ଼ି ଝଡ଼

ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଧନୀ, ଗରିବ ସମସ୍ତ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ। ଏହା ଏବେ ମହଙ୍ଗା ହୋଇଯାଇଛି। କେନ୍ଦ୍ର ସରକାର ଏହି ଖାଦ୍ୟ ସାମଗ୍ରୀ ଉପରେ ୫% ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲଗାଇଛନ୍ତି। କେବଳ ଏହି ୩ଟି ଖାଦ୍ୟ ସାମଗ୍ରୀ ନୁହେଁ, ପ୍ୟାକେଟ୍‌ ଦହି, ଲସି, ପନିର, ଗହମ, ଚାଉଳ, ବାର୍ଲି, ଓଟ୍ସ ଉପରେ ମଧ୍ୟ ୫ ପ୍ରତିଶତ ଜିଏସ୍‌ଟି ଲାଗିବ। ଫଳରେ ଖାଉଟିଙ୍କୁ ମୋଟା ଅଙ୍କର ଟିକସ ଗଣିବାକୁ ପଡ଼ିବ। ଏହାକୁ ନେଇ ସୋମବାର ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଗରିବଙ୍କ ଖାଦ୍ୟ ଉପରୁ ତୁରନ୍ତ ଜିଏସ୍‌ଟି ପ୍ରତ୍ୟାହାର କରିବା ଦାବିରେ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ହଟ୍ଟଗୋଳ ଯୋଗୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଲେ, କେନ୍ଦ୍ର ସରକାର ଚୁଡ଼ା, ମୁଢ଼ି, ଦହି, କ୍ଷୀର ଭଳି ଗରିବଙ୍କ ଖାଦ୍ୟ ଉପରେ ଜିଏସ୍‌ଟି ଲଗାଇଛନ୍ତି। ଆମ ସମସ୍ତଙ୍କର ଏହା ପ୍ରିୟ ଖାଦ୍ୟ। କେନ୍ଦ୍ର ସରକାର ତୁରନ୍ତ ଏହା ଉପରୁ ଜିଏସ୍‌ଟି ହଟାନ୍ତୁ। ଦଳଗତ ନିର୍ବିଶେଷରେ ସମସ୍ତ ବିଧାୟକଙ୍କୁ ନେଇ ଏକ କମିଟି ଗଢ଼ାଯାଉ। ସେହି କମିଟି ଦିଲ୍ଲୀରେ ଜିଏସ୍‌ଟି କାଉନସିଲ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗରିବଙ୍କ ଖାଦ୍ୟ ଉପରୁ ଜିଏସ୍‌ଟି ହଟାଇବାକୁ ଦାବି କରିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ସମସ୍ତେ ଚୁଡ଼ା, ମୁଢ଼ି ଖାଆନ୍ତି। ଏହା ସମସ୍ତଙ୍କର ପ୍ରିୟ ଖାଦ୍ୟ। ବାଲେଶ୍ୱର, ବାରିପଦାରେ ମୁଢ଼ି ଏକ ନିତିଦିନିଆ ଖାଦ୍ୟ। ମୟୂରଭଞ୍ଜରୁ ଭାଜପାର ଅଧିକ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ସେଠାରେ ଚିକେନ, ମଟନ ସହ ମୁଢ଼ି ଗୋଳାଇ ଖିଆଯାଏ। କ୍ଷୀର, ଦହି ଉପରେ ମଧ୍ୟ ଜିଏସ୍‌ଟି ଲାଗୁ କରାଯାଇଛି। କେବଳ ଖାଦ୍ୟ ସାମଗ୍ରୀ ନୁହେଁ ଚାଷୀମାନେ ବ୍ୟବହାର କରୁଥିବା ପମ୍ପସେଟ୍‌ ଉପରେ କେନ୍ଦ୍ର ସରକାର ୧୨% ଜିଏସ୍‌ଟି ଲାଗୁ କରିଛନ୍ତି। ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଟିକସ ଉଠାଯାଉ। ନଚେତ୍‌ ଗରିବ ଲୋକମାନେ ଚୁଡ଼ା, ମୁଢ଼ି, କ୍ଷୀର, ଦହି ଖାଇପାରିବେ ନାହିଁ। ବିଜେଡି ସଭ୍ୟ ଅମର ଶତପଥୀ କହିଛନ୍ତି ଯେ ଜିଏସ୍‌ଟି ଲଗାଇବା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମତାମତ ନେଇଛନ୍ତି କି? ସାଧାରଣ ଖାଉଟିମାନଙ୍କ ଉପରେ ଟିକସ ଭାର ପଡ଼ିବ। ରାଜ୍ୟର କେଉଁ କେଉଁ ସାମଗ୍ରୀ ଉପରେ ଜିଏସ୍‌ଟି କେତେ ପ୍ରତିଶତ ନିଆଯାଉଛି ସେ ନେଇ ଅର୍ଥମନ୍ତ୍ରୀ ଗୃହରେ ଏକ ବିବୃତି ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ଚୁଡ଼ା, ମୁଢ଼ି ଉପରେ ଶେଷରେ ମୋଦି ସରକାର ଜିଏସ୍‌ଟି ଲଗାଇ ଦେଲେ। ତୁରନ୍ତ ଏହାକୁ ଉଠାଯାଉ ବୋଲି ସେ ଶୂନ୍ୟକାଳରେ ଦାବି କରିଥିଲେ। ଏହାକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଚୁଡ଼ା, ମୁଢ଼ି ଉପରୁ ଜିଏସ୍‌ଟି ତୁରନ୍ତ ହଟାଯାଉ ବୋଲି ଦାବି କରିଥିଲେ। ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ଗୃହ ସ୍ବାଭାବିକ ହୋଇଥିଲା।
ପ୍ରଶ୍ନକାଳରେ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯଦି କେନ୍ଦ୍ର ସରକାର ଏହା ଉପରେ ଜିଏସ୍‌ଟି ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନ ଲଗାନ୍ତୁ ବୋଲି ସେ ଦାବି କରିଛନ୍ତି। ଯଦି ଲାଗୁ କରିବେ ତେବେ ନିଜେ ରାଜ୍ୟ ସରକାର ଏହି ଟିକସ ଭାର ବହନ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ଜିଏସ୍‌ଟି ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ଏହା ଜିଏସ୍‌ଟି କାଉନସିଲ ପରିସରଭୁକ୍ତ। ତେବେ ଗାଁ ଗହଳିରେ କିମ୍ବା ଖୋଲାରେ ବିକ୍ରି ହେଉଥିବା ଚୁଡ଼ା, ମୁଢ଼ି ଉପରେ ଜିଏସ୍‌ଟି ଲାଗୁ ହେବ ନାହିଁ। ଏହା କେବଳ ପ୍ୟାକେଟରେ ବିକ୍ରି ହେଉଥିବା ଚୁଡ଼ା, ମୁଢ଼ି ଆଦି ଉପରେ ଲାଗୁହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri