ଗଛ କାଟି ଖାନ୍‌ନଗର ରିଂରୋଡ୍‌ ପ୍ରଶସ୍ତୀକରଣ

କଟକ,୧୨ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ)ଦିନେ ଯେଉଁ ରାସ୍ତାର ସବୁଜିମା ଲୋକଙ୍କୁ କଟକ ବାହାର ସ୍ଥାନକୁ ନେବା ଭଳି ଅନୁଭୂତି ଦେଉଥିଲା ତାହା ବର୍ତ୍ତମାନ ଗଛଶୂନ୍ୟ ହୋଇଯିବ। ଏବେ ଉନ୍ନତୀକରଣ ନାମରେ କଟାଚାଲିଛି ବହୁ ପୁରୁଣା ଗଛ। ରିଙ୍ଗରୋଡକୁ ୬ ଟିକିଆ କରିବା ନାମରେ ବର, ଚାକୁଣ୍ଡା, ଆମ୍ବ, ଓସ୍ତ ଭଳି ବହୁ ବଡ଼ ବଡ଼ ଗଛ କାଟି ଦିଆଯାଇଛି। ବର୍ଷବର୍ଷ ଧରି ପଥଚାରୀଙ୍କୁ ଛାଇ ଦେଉଥିବା ଗଛଗୁଡ଼ିକ କଟାହୋଇଯିବା ପରେ ରିଙ୍ଗରୋଡରେ ଏବେ ଟିକେ ଛାଇ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଏପରିକି ଶହ ଶହ ଗଛ କାଟିବା ଦ୍ୱାରା ବନ୍ଧ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି।
ନେତାଜୀ ବସ୍‌ ଟର୍ମିନାଲ୍‌ ନିର୍ମାଣ ପରେ ଯାତାୟାତକୁ ସୁବିଧା କରିବା ଉଦ୍ଦେଶ୍ୟରେ ଖାନ୍‌ନଗରଠାରୁ ପ୍ରେସ୍‌ ଛକ ପର୍ଯ୍ୟନ୍ତ ରିଂରୋଡକୁ ୬ଟିକିଆ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାସ୍ତା ପ୍ରଶସ୍ତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ମଲାଚଣ୍ଡିଆ ଛକଠାରୁ ପ୍ରେସ୍‌ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଶହ ଶହ ବର୍ଷର ପୁରୁଣା ଗଛଗୁଡ଼ିକୁ କଟାଯାଉଛି। ଏହାକୁ ନେଇ କେବଳ ବାଟୋଇ ନୁହନ୍ତି ଅଞ୍ଚଳବାସୀ ବି ଚିନ୍ତାରେ ପଡ଼ିଯାଇଛନ୍ତି। ଖାନ୍‌ନଗରଠାରୁ ପ୍ରେସ୍‌ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ୧୫୦୦ ଗଛ କଟାଯିବାକୁ ଚିହ୍ନ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପ୍ରାୟ ୭୦୦ରୁ ୮୦୦ ଗଛ କଟା ସରିଲାଣି। ଏପରିକି ନଦୀପାର୍ଶ୍ୱ ଓ ରାସ୍ତା ଡିଭାଇଡରରେ ଥିବା ଛୋଟଠାରୁ ଆରମ୍ଭ କରି ବିଶାଳକାୟ ଗଛକୁ କାଟି ସଫା କରିଦିଆଯାଇଛି। ଅପରପକ୍ଷେ ୧୯୮୪ରେ ତତ୍କାଳୀନ ସରକାର କାଠଯୋଡ଼ି ରିଙ୍ଗବନ୍ଧର ପୁନରୁଦ୍ଧାର ପାଇଁ ନାଲିମାଟିର ବନ୍ଧକୁ ଆହୁରି ମଜଭୁତ କରିବାକୁ ପଦକ୍ଷେପ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରେସ୍‌ ଛକଠାରୁ ଖାନନଗର ଶ୍ମଶାନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଖାନନଗର ଶ୍ମଶାନରୁ ପୁରୀଘାଟ ପର୍ଯ୍ୟନ୍ତ ପଥର ବନ୍ଧେଇ କାର୍ଯ୍ୟ କରାଯାଇଥିଲା। ଏହାପରେ ବିଭିନ୍ନ ସମୟରେ ବନ୍ଧକୁ ମଜଭୁତ କରିବାକୁ ବନ୍ଧପାର୍ଶ୍ୱରେ ଗଛ ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ଧକୁ ମଜଭୁତ କରିବାକୁ ସରକାର ପଦକ୍ଷେପ ନେଇଥିଲେ। ହେଲେ ଏବେ ଶତାଧିକ ଗଛ କଟାଯିବା ଫଳରେ ବନ୍ଧ ଏବଂ ପରିବେଶ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ପରିବେଶବିତ୍‌ ଆଶୁତୋଷ ଦେବତାଙ୍କ କହିବା ଅନୁଯାୟୀ ଗଛ ଚେର ମାଟିକୁ ଜାବୁଡ଼ି ଧରୁଥିବାରୁ ମାଟି ଖସିବାକୁ ଦିଏନାହିଁ। ଏଥିପାଇଁ ବନ୍ଧକୁ ସୁରକ୍ଷା ଓ ମଜଭୁତ କରିବାରେ ଗଛର ଭୂମିକା ଅଧିକ ରହିଛି। ସେହିପରି ପରିବେଶରେ ସନ୍ତୁଳନ ବଜାୟ ରଖିବା ପାଇଁ ଯେତିକି ଗଛ କଟାଯିବ ତାର ପାଞ୍ଚଗୁଣା ବଡ଼ ୫ ଫୁଟିଆ ଗଛ ବିଭିନ୍ନ ଫାଙ୍କାସ୍ଥାନରେ ରୋପଣ କରାଯିବା ଉଚିତ୍‌।
କଟକ ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପରେ ରିଂରୋଡକୁ ୬ ଟିକିଆ କରିବା ପାଇଁ ଘୋଷଣା ହୋଇଥିଲା। ସମ୍ପ୍ରତି ନଦୀ ପଠା ପୋତାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ବେଧଡକ ଚାଲିଥିବା ଗଛ କଟା ସ୍ଥାନୀୟ ଅଞ୍ଚଳର ରୂପ ସମ୍ପୂର୍ଣ୍ଣ ବଦଳେଇ ଦେଇଛି। ଗଛ କାଟି କଂକ୍ରିଟ ରାସ୍ତା ତିଆରି କରାଯାଉଛି, ହେଲେ ଗଛଟିଏ ଲଗାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଉମାକାନ୍ତ ସାହୁ କହିଛନ୍ତି, ସହର ମଧ୍ୟରେ ଗାଡି ମୋଟର କେଁ କଟର ଶବ୍ଦରୁ ଏହି ରାସ୍ତା ଦେଇ ଗଲେ ଶାନ୍ତି ଅନୁଭବ ହେଉଥିଲା। କାରଣ କାଠଯୋଡି ନଦୀ ସହ ରାସ୍ତାଟି ସବୁଜିମା ଭରି ରହିଥିଲା। ହେଲେ ବର୍ତ୍ତମାନ ୧୫ ଦିନ ମଧ୍ୟରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ସେହିପରି ରାମ ଚନ୍ଦ୍ର ସାହୁ କହିଛନ୍ତି, ପିଲାବେଳୁ ଏହି ଅଞ୍ଚଳରେ ଅଛୁ। ରିଂ ବନ୍ଧ ନିର୍ମାଣ ଠାରୁ ବହୁ ଉନ୍ନତୀକରଣ ଦେଖି ଆସୁଛି। ହେଲେ ପୂର୍ବରୁ ଉନ୍ନତୀକରଣ ନାମରେ ଏପରି ଗଛ କାଟିବା ଦେଖି ନ ଥିଲି। ବହୁ ବର୍ଷ ପୂର୍ବରୁ ଲଗାଯାଇଥିବା ଗଛ ଅଞ୍ଚଳର ସୌନ୍ଦର୍ଯ୍ୟକରଣର ବୃଦ୍ଧି ସହ ସବୁଜିମାରେ ପରିଣତ କରିଥିଲା। ହେଲେ ବର୍ତ୍ତମାନ ଶୁଷ୍କ ଅଞ୍ଚଳ ଭଳି ଦେଖାଯାଉଛି।
ଏନେଇ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, କଟାଯାଉଥିବା ଗଛର ବିକଳ୍ପରେ ୧୦୦ ଗୁଣ ଅଧିକ ଗଛ ଲଗାଇବା ଯୋଜନା କରାଯାଇଛି। ସେହିପରି ବନ୍ଧର ସୁରକ୍ଷା ପାଇଁ କମ୍‌ରୁ କମ୍‌ ଚାପ ଦେଇ କାର୍ଯ୍ୟ କରାଯାଉଛି। ପିଲର ଦେଇ ବ୍ରିଜ ନିର୍ମାଣ କରାଯିବ। ଯେପରି ବନ୍ଧ ଉପରେ କୌଣସି ଚାପ ପଡିବ ନାହିଁ ତାହାକୁ ଗୁରୁତ୍ୱ ଦିଆଯାଉଛି। ସେହିପରି ବନ୍ଧକୁ ଅଧିକ ସୁରକ୍ଷିତ କରିବା ପାଇଁ ଜିଲାପାଳ କାର୍ଯ୍ୟାଳୟ ନିକଟରୁ ପଥର ପ୍ୟାକିଂ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri