Posted inଖେଳ

ମଜଭୁତ ସ୍ଥିତିରେ ଭାରତ

ଡୋମିନିକା, ୧୪ା୭: ଡୋମିନିକାରେ ଅନୁଷ୍ଠିତ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ରହିଛି ଭ୍ରମଣକାରୀ ଦଳ। ପ୍ରଥମ ଦିନରେ ଓ୍ବେଷ୍ଟଇଣ୍ଡିଜକୁ ୧୫୦ ରନ୍‌ରେ ସୀମିତ ରଖିବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ ଉଇକେଟ ହରାଇ ୩୧୨ ରନ୍‌ କରିଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ପଦାର୍ପଣକାରୀ ଯଶସ୍ବୀ ଜୟସ୍ବାଲ ଅପରାଜିତ ଶତକ ହାସଲ କରିଛନ୍ତି। ଉଭୟ ପ୍ରଥମ ଉଇକେଟରେ ୨୨୯ ରନ୍‌ ଯୋଡିଥିଲେ। ଭାରତୀୟ ଦଳ ମାତ୍ର ୧୬୨ ରନ୍‌ରେ ଆଗୁଆ ରହି ଏକ ବଡ ସ୍କୋର ଆଡକୁ ଅଗ୍ରସର ହେଉଛି। ପ୍ରଥମ ଦିନର ଅସମାପ୍ତ ସ୍କୋରରୁ ଖେଳ ଆରମ୍ଭ କରିଥିଲା ଭାରତ। ଉଭୟ ରୋହିତ ଓ ଜୟସ୍ବାଲ ଚମତ୍କାର ଢଙ୍ଗରେ ବ୍ୟାଟିଂ କରିବା ସହ ଦ୍ୱିଶତକୀୟ ଭାଗୀଦାରି କରିଥିଲେ। ପ୍ରଥମ ଟେଷ୍ଟ ଖେଳୁଥିବା ଜୟସ୍ବାଲ ଶତକ ହାସଲ କରି ପଦାର୍ପଣକୁ ସ୍ମରଣୀୟ କରିଥିଲେ। ଅନ୍ୟପକ୍ଷରେ ଦୀର୍ଘ ଦିନ ପରେ ଏକ ଶତକ ସହିତ ଫର୍ମକୁ ଫେରିଛନ୍ତି ରୋହିତ। ତୃତୀୟ ଭାରତୀୟ ଓପନର ଭାବରେ ଜୟସ୍ବାଲ ପଦାର୍ପଣରେ ଶତକ ହାସଲ କରିବା ସହ ୩୫୦ ବଲ୍‌ ଖେଳି ୧୪୩ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଏହି ଇନିଂସରେ ୧୪ ଚୌକା ସାମିଲ ଥିଲା। ଅନ୍ୟପକ୍ଷରେ ରୋହିତ ୨୨୧ ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହିତ ୧୦୩ ରନ୍‌ରେ କରିଥିଲେ। ପାର୍ଟ ଟାଇମର ଆଠନାଜେଙ୍କ ବଲ୍‌ରେ ରୋହିତ ଆଉଟ ହେବା ପରେ ଶୁବମାନ ଗିଲ୍‌ ୬ ରନ୍‌ କରି ଓ୍ବାରିକାନଙ୍କ ଶିକାର ହୋଇଥିଲେ। ଖେଳ ଶେଷ ବେଳକୁ ବିରାଟ କୋହଲି ୩୬ ରନ୍‌ କରି ଜୟସ୍ବାଲଙ୍କ ସହିତ ବ୍ୟାଟିଂ କରୁଛନ୍ତି। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଆଲିକ୍‌ ଆଠନାଜେ ଓ ଜୋମେଲ ଓ୍ବାରିକାନ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କ ୫ ଉଇକେଟ ସଫଳତା ବଳରେ ଘରୋଇ ଦଳ ମାତ୍ର ୧୫୦ ରନ୍‌ରେ ସୀମିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri