ଭୁବନେଶ୍ୱର,୧୯।୪: ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ। ହେଲେ ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଅନୁପସ୍ଥିତ ଥିଲେ ହେଭିଓ୍ବେଟ୍। ଏସବୁ ନେତାଙ୍କ ମଧ୍ୟରେ ଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ,ପ୍ରଫୁଲ୍ଲ ମଲିକ। ତେବେ ଶଶି ବେହେରା, ଭୂପିନ୍ଦର ସିଂ, ନିରଞ୍ଜନ ବିଶିଙ୍କୁ ମଧ୍ୟ ଦେଖିବାକୁ ମିଳି ନ ଥିଲା।
ସେହିପରି ସନାତନ ମହାକୁଡ଼, ସୁଲତା ଦେଓ, ସସ୍ମିତ ପାତ୍ରଙ୍କ ଦେଖା ମିଳିନି। କେଉଁ ପରିସ୍ଥିତିରେ ଏହି ବିଶେଷ ମୁହୂର୍ତ୍ତରେ ସେମାନେ ଅନୁପସ୍ଥିତ ଥିଲେ ଯଦିଓ ଏହା ସ୍ପଷ୍ଟ ହୋଇ ନାହିଁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।


