ବାଥରୁମ୍‌ରେ କାହିଁକି ଖାଉଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। ସମଗ୍ର ବିଶ୍ୱରେ ସେ ବେଶ୍‌ ଜଣାଶୁଣା। ତାଙ୍କ ଅଭିନୟ ସହ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି।ଏକ ସମୟ ଥିଲା ଯେତେବେଳେ ପ୍ରିୟଙ୍କା ହାଇସ୍କୁଲ ଅଧ୍ୟୟନ ପାଇଁ ଆମେରିକା ଯାଇଥିଲେ। ଏହି ସମୟରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା ଏ ନେଇ କହିଥିଲେ।
ସେ କହିଥିଲେ, ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ବାଥରୁମରେ ମଧ୍ୟାହ୍ନ ଭୋଜନ କରିବାକୁ ପଡୁଥିଲା। କିଶୋର ଅବସ୍ଥାରେ ପ୍ରଥମ ଥର ପାଇଁ ହାଇସ୍କୁଲ ଅଧ୍ୟୟନ ପାଇଁ ଆମେରିକା ଯାଇଥିଲେ। ସେତେବେଳେ ସେ ଏତେ ଆତ୍ମବିଶ୍ୱାସୀ ନଥିଲେ ଯେ ବିଦେଶୀମାନଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ କରିପାରିବେ। ସେ ବହୁତ ହତାଶ ଅନୁଭବ କରୁଥିଲେ । ଏ ନେଇ ସେ ବାଥରୁମରେ ମୋର ମଧ୍ୟାହ୍ନ ଭୋଜନ କରୁଥିଲି ।

Share