Categories: ଜାତୀୟ

ସାଢ଼େ ୧୮ କୋଟିରେ କାହିଁକି କିଣାଗଲା ରାମମନ୍ଦିର ଜମି: କେନ୍ଦ୍ର-ଆରଏସ୍‌ଏସ୍‌କୁ ରିପୋର୍ଟ ପଠାଇଲା ଟ୍ରଷ୍ଟ୍‌…

ଅଯୋଧ୍ୟା,୧୫।୬: ରାମମନ୍ଦିର ପାଇଁ ଜମି କାହିଁକି ସାଢ଼େ ୧୮ କୋଟି ଟଙ୍କାରେ କିଣାଗଲା ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ରିପୋର୍ଟ କେନ୍ଦ୍ର ସରକାରଙ୍କ ସହିତ ଆର୍‌ଏସ୍‌ଏସ୍‌କୁ ପଠାଯାଇଛି। ଏହା ବିରୋଧୀ ଦଳଙ୍କ ଷଡ଼ଯନ୍ତ୍ର ବୋଲି ଟ୍ରଷ୍ଟ୍‌ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜମିରୁ ଦାମ୍‌ କିଣାଯିବାର ୧୦ ମିନିଟ୍‌ ପୂର୍ବରୁ ୨ କୋଟି ଟଙ୍କା ଥିଲା। ତେବେ ଟ୍ରଷ୍ଟ୍‌ ଏହାକୁ ସାଢ଼େ ୧୮ କୋଟି ଟଙ୍କାରେ କିଣିଥିବା ଅଭିଯୋଗ ହୋଇଛି। ଟ୍ରଷ୍ଟ୍‌ ପକ୍ଷରୁ ପଠାଯାଇଥିବା ରିପୋର୍ଟରେ ଜମି କିଣାଯିବା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ରହିଛି। ମଙ୍ଗଳବାର ଶ୍ରୀରାମ ଜନ୍ମ ଭୂମି କିଣାଯିବା ନେଇ କେତେକ ଅଭିଯୋଗ ଜାରି ହୋଇଥିଲା। ଜମିର ଦାମ ବର୍ଗଫୁଟ ପିଛା ୧,୪୨୩ ଟଙ୍କା ଥିଲା। ତେବେ ଏହି ବୁଝାମଣା ନେଇ ୧୦ ବର୍ଷ ଧରି ଆଲୋଚନା ଜାରି ରହିଥିଲା। ଏଥିରେ ୯ ଜଣ ଲୋକ ସାମିଲ୍‌ ହୋଇଥିଲେ। ଟ୍ରଷ୍ଟ୍‌ ପକ୍ଷରୁ କୁହାଯାଇଛି ଯେ, ଏନେଇ ଦେଖାଦେଇଥିବା ବିବାଦ ସମ୍ପୂର୍ଣ୍ଣ ରାଜନୈତିକ। ବଜାର ଦାମଠାରୁ କମ୍‌ରେ ଜମି କିଣାଯାଇଥିବା ଟ୍ରଷ୍ଟ୍‌ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share