Categories: ଜାତୀୟ

ସୁପ୍ରିମ୍‌କୋର୍ଟରେ କେବଳ ଇଂଲିଶ୍‌ର ବ୍ୟବହାର କାହିଁକି, ଲୋକ ସଭାରେ ପ୍ରଶ୍ନ…

ନୂଆଦିଲ୍ଲୀ ,୧।୧୨: ସୁପ୍ରିମ୍‌କୋର୍ଟରେ କେବଳ ଇଂଲିଶ୍‌ର ବ୍ୟବହାର କାହିଁକି ବୋଲି ଲୋକ ସଭାରେ ବୁଧବାର ପ୍ରଶ୍ନ ଉଠିଛି। ଶୂନ୍ୟକାଳରେ ଉତ୍ତରପ୍ରଦେଶ କାନପୁର ଲୋକ ସଭା ଆସନର ଭାଜପା ଏମ୍‌ପି ସତ୍ୟଦେବ ପାଚୌରି ଏଭଳି ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ହିନ୍ଦୀ ଅବା ଅନ୍ୟ କୌଣସି ଆଞ୍ଚଳିକ ଭାଷାର ବ୍ୟବହାର କରାଯିବା ନେଇ ସେ ଦାବି କରିଛନ୍ତି। ସେହିପରି ବିଭିନ୍ନ ହାଇକୋର୍ଟରେ ମଧ୍ୟ ଏଭଳି କରାଯାଉଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଦେଶ ସ୍ବାଧିନତାର ୭୫ ତମ ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଏଭଳି ଧାରା ନ୍ୟାୟିକ ବ୍ୟବସ୍ଥା ଜାରି ରହିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି।

Share