ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ ଥାଏ । ରସୁଣକୁ ପୁଷ୍ଟିକର ତତ୍ତ୍ୱର ଏକ ଶକ୍ତିଗୃହ ଭାବରେ ବିବେଚନା କରାଯାଏ । ରସୁଣକୁ ଖାଦ୍ୟରେ ସଠିକ୍ ମାତ୍ରାରେ ବ୍ୟବାହର କରିଲେ ସ୍ବାସ୍ଥ୍ୟରେ ଉନ୍ନତି ଆସିପାରିବ । ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଇପାରିବେ । ସର୍ବୋତ୍ତମ ଫଳାଫଳ ପାଇଁ ପୁଷ୍ଟିକର ରସୁଣକୁ କଞ୍ଚା କିମ୍ବା ହାଲୁକା ରନ୍ଧା କରି ଖାଇପାରିବେ।
ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ରସୁଣ ପାଖୁଡାକୁ ଆପଣଙ୍କ ଖାଦ୍ୟରେ ସାମିଲ କରାଯାଇପାରିବ । ଏହା ବ୍ୟତୀତ, ରସୁଣ ପାଖୁଡା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ । ସାମଗ୍ରିକ ଭାବରେ, ରସୁଣରେ ଥିବା ଯୌଗିକଗୁଡ଼ିକ ହୃଦୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରସୁଣ ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ।
ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିବା ପାଇଁ ରସୁଣ ପାଖୁଡା ଖାଇବାକୁ ପରାମର୍ଶ ଦିଆଯାଏ। ସର୍ବୋତ୍ତମ ଫଳାଫଳ ପାଇଁ, ସକାଳେ ଖାଲି ପେଟରେ ଏକ କଞ୍ଚା ରସୁଣ ପାଖୁଡା ଚୋବାନ୍ତୁ । କିନ୍ତୁ ଏହାଠାରୁ ଅଧିକ ଖାଇଲେ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇବା ପରିବର୍ତ୍ତେ ନକାରାତ୍ମକ ପ୍ରଭାବ ପକାଇପାରେ।

