ବିଧାୟକଙ୍କୁ ଆକ୍ରମଣ ଘଟଣା କାହିଁକି କ୍ରାଇମବ୍ରାଞ୍ଚଙ୍କୁ ଦିଆଗଲା ତଦନ୍ତ ଦାୟିତ୍ୱ: ଡିଜିପି କହିଲେ….

ଭୁବନେଶ୍ୱର,୨୫।୧୧ ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା ରଖିଛନ୍ତି। କାହିଁକି କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ ଦାୟିତ୍ୱ ଦିଆଗଲା ସେ ନେଇ ସେ କହିଛନ୍ତି, ସଠିକ ତଦନ୍ତ ପାଇଁ ୩ଟି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ ଥାନା ଘେରାଉ ମାମଲା ପୋଲିସ ପକ୍ଷପାତିତା ଅଭିଯୋଗ ଏଡ଼ାଇବାକୁ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷେ ସୋମବାର ସକାଳୁ ସକାଳୁ କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁର ଟାଉନ ଥାନାରେ ପହଞ୍ଚି ତଦନ୍ତ ଅଆରମ୍ଭ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚର ତନାଘନା ଆରମ୍ଭ କରିଛନ୍ତି। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ତଦନ୍ତ ହେବ।

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ୩ଟି ଏତଲା ଉପରେ ତଦନ୍ତ କରିବ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ମଧ୍ୟ ତଦନ୍ତ କରାଯିବ।

ସୂଚନାଯୋଗ୍ୟ, ଗତ ୨୦ ତାରିଖ ସନ୍ଧ୍ୟାରେ ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିଲା। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍‌ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ବିଧାୟକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗରକ୍ଷୀ (ପିଏସ୍‌ଓ) ଶକ୍ତିପ୍ରସାଦ ରାଉତ ଅଟକାଇବା ସମୟରେ ବିଜେଡିର ଅନେକ କର୍ମୀ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri