ଏତେ ହିଂସା କାହିଁକି

ଅନିଲ କୁମାର ବିଶ୍ୱାଳ

ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ମତଦାନ ସମୟରେ ଓ ପରେ ଅନେକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛିି। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ବିଭାଗ ବିଫଳ ହୋଇଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ପୋଲିସ ଶାନ୍ତିଶୃଙ୍ଖଳା ରଖିବ କ’ଣ ଓଲଟି ଲୋକେ ପୋଲିସକୁ ଗୋଡ଼େଇ ଗୋଡ଼େଇ ବାଡ଼ାଉଛନ୍ତି। ନିର୍ବାଚନ ପରିଚାଳନା କରୁଥିବା ସରକାରୀ କର୍ମଚାରୀ, ନିର୍ବାଚନ ତଦାରଖ କରୁଥିବା ଉଚ୍ଚ ପଦସ୍ଥ ଅଧିକାରୀ, ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ସମସ୍ତେ ଆକ୍ରମଣର ଶିକାର ହେଲେଣି।
ସାରା ଦେଶରେ ଓଡ଼ିଶାର ଗୋଟିଏ ପରିଚୟ ଥିଲା ଯେ ଓଡ଼ିଶା ହେଉଛି ଗୋଟିଏ ଶାନ୍ତିପ୍ରିୟ ରାଜ୍ୟ। ନିର୍ବାଚନୀ ହିଂସା ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ ପ୍ରାୟତଃ କମ୍‌ ହୁଏ। ଏ ଦୃଷ୍ଟିରୁ ଓଡ଼ିଶାର ଜାତୀୟ ସ୍ତରରେ ଏକ ସକାରାତ୍ମକ ଚେହେରା ଥିଲା। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଭିନ୍ନ କଥା ଦେଖିବାକୁ ମିଳୁଛି। ନିର୍ବାଚନୀ ହିଂସା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଫେବୃୟାରୀ ୨୧ ସୁଦ୍ଧା ନିର୍ବାଚନୀ ହିଂସାରେ ୨୮,୭୭୭ ଜଣଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଥିବା ବେଳେ ହିଂସା ଭିଆଇବା ଅଭିଯୋଗରେ ୧୯୦୬ ଜଣଙ୍କୁ ଗିରଫ କରାଯାଇଥିଲା।
କିଛି ଦିନ ତଳେ ପଞ୍ଚାୟତ ନିର୍ବାଚନର ମନୋନୟନ ପତ୍ର ଦାଖଲ ବେଳେ ଯେଉଁ କିଛି କଥା ଆମକୁ ଖୁସି ଦେଇଥିଲା, ଏବେ ମତଦାନ ବେଳର ହିଂସା ସେହି ଖୁସି ଉପରେ ଯେମିତି ପାଣି ପକାଇ ଦେଲା। ତୃଣମୂଳ ସ୍ତରରେ ଲୋକଙ୍କ ସେବା କରିବା ମନୋଭାବ ନେଇ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ ମନୋନୟନ ପତ୍ର ଦାଖଲ କରିଥିବାର କଥା ଆମେ ଦେଖିଥିଲେ। ଏହାକୁ ଦେଖି ଅନୁଭବ ହେଉଥିଲା କି ରାଜ୍ୟରେ ଏକ ନୂଆ ଜାଗରଣ ତିଆରି ହେଉଛି। ରାଜ୍ୟର ଯୁବଗୋଷ୍ଠୀମାନେ ଏଥରକ ନିଜ ନିଜ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେଣି। ହେଲେ ଯେଉଁଭଳି ଭାବରେ ବ୍ୟାପକ ହିଂସା ହେଉଛି, ତାକୁ ଦେଖିଲେ ଲାଗୁଛି ଯେ କେଉଁଠି ନା କେଉଁଠି ପଞ୍ଚାୟତ ସ୍ତରରେ ପାରମ୍ପରିକ ଭାବରେ ହାକିମାତି ଚଲାଇ ଆସୁଥିବା କିଛି ଦୁର୍ନୀତିଖୋର ଏବଂ ରାଜନୀତିକୁ ଅର୍ଥ ଉପାର୍ଜନର ମାଧ୍ୟମ ଭାବୁଥିବା କୁଜି ନେତାମାନେ ଏହି ପରିବର୍ତ୍ତନକୁ ଗ୍ରହଣ କରିପାରୁନାହାନ୍ତି। କଳେବଳେ ଜିତିବାରେ ବିଶ୍ୱାସ କରୁଥିବା ଅସାମାଜିକ ତତ୍ତ୍ୱମାନେ ଏଥରକୁ ହିଂସାକୁ ଆପଣାଇଛନ୍ତି। ଗୋଟିଏ ଧାରଣା ରହିଆସିଛି ବା ସମସ୍ତେ ଭାବନ୍ତି ଯେ ବିଧାୟକମାନେ, ମନ୍ତ୍ରୀମାନେ, ସାଂସଦମାନେ ହିଁ ଦୁର୍ନୀତି କରନ୍ତି, ବିଭିନ୍ନ ଆପରାଧିକ କାଯର୍ର୍‌ୟକଳାପ କରି ରାଜନୀତିକୁ ଦୂଷିତ କରୁଛନ୍ତି। ହେଲେ ତୃଣମୂଳ ସ୍ତରରେ ବି ତାହା ହିଁ ଚାଲିଛି ଆଉ ଗଁାରେ ରାଜନୀତି କରୁଥିବା ଲୋକମାନେ ବି ସେଭଳି କୁକର୍ମ କରିବାରେ ପଛରେ ନାହାନ୍ତି ତାହା ବୁଝାପଡୁଛି। ଏପରି ହେଲେ ଆମେ ରାଜନୈତିକ ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ହେଉ ବୋଲି ଚାହୁଁଛେ ତାହା ବାଧାପ୍ରାପ୍ତ ହେବ।
ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ, ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ବି ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ଖବର ଦେଖାନ୍ତି। ଯଦି ସେମାନଙ୍କ ଉପରେ ଆକ୍ରମଣ ହୁଏ, ତାହେଲେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ମନୋବଳ ଭାଙ୍ଗିଯିବନି? ଯଦି ସେମାନେ ତୃଣମୂଳ ସ୍ତରରେ ନ ରହିବେ ବା ସେମାନଙ୍କୁ ଏଭଳି ଭାବରେ ଆକ୍ରମଣର ସାମ୍ନା କରିବାକୁ ପଡ଼ିବ, ତା’ହେଲେ ଅବସ୍ଥା କ’ଣ ହେବ ଆମକୁ ଟିକିଏ ଚିନ୍ତା କରିବାକୁ ପଡ଼ିବ। ଗତ କୋଭିଡ୍‌ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ବିନା କୌଣସି ସରକାରୀ ପ୍ରୋତ୍ସାହନରେ ବି ଲୋକଙ୍କ ପାଖରେ ପହଞ୍ଚୁଥିଲେ। ଯଦି ଆମେ ନିର୍ବାଚନ କଥା କହିବା, ତା’ହେଲେ ସେ ଯେକୌଣସି ସ୍ତରର ନିର୍ବାଚନ ହେଉନା କାହିଁକି ଗଣମାଧ୍ୟମ ହିଁ ଦେଖାଇଥାଏ ନିର୍ବାଚନମଣ୍ଡଳୀର ସମସ୍ୟା, ଲୋକଙ୍କର ଦୁର୍ଦ୍ଦଶା, ପ୍ରାର୍ଥୀମାନଙ୍କ ଅତୀତ, ସେମାନଙ୍କର ଲକ୍ଷ୍ୟ, ପ୍ରସଙ୍ଗ ବିଷୟରେ। ଯଦି ଗଣମାଧ୍ୟମ ନିର୍ବାଚନ ପ୍ରକ୍ରିୟାରେ ରହିବନି, ତା’ହେଲେ କୌଣସି ବି ନିର୍ବାଚନ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ହୋଇପାରିବ ନାହିଁ। ହେଲେ ଯେଉଁଭଳି ଭାବରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମାଡ଼ ମରାଗଲା, ଏହାକୁ ଯେତେ କଡ଼ା ଶବ୍ଦରେ ନିନ୍ଦା କଲେ ବି କମ୍‌ ହେବ। ବିମାନ ଅପହରଣରୁ ନେଇ ଯୁଦ୍ଧ, ନକ୍ସଲ ଅପହରଣ ଏସବୁର ଖବର ସଂଗ୍ରହ ବେଳେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କର କେହି କ୍ଷତି କରନ୍ତି ନାହିଁ। କିନ୍ତୁ ଓଡ଼ିଶା ପଞ୍ଚାୟତ ନିର୍ବାଚନ ହିଂସା ଏହାକୁ ବଳିଗଲା।
ଯେଉଁଭଳି ଭାବରେ ହିଂସା ଦେଖିବାକୁ ମିଳୁଛି, ଏଥିରୁ କ’ଣ ଏଇଆ ବୁଝିବାକୁ ହେବ ଯେ ଲୋକମାନେ ସେହି ପ୍ରାର୍ଥୀମାନଙ୍କୁ ସେବା କରିବାକୁ ସୁଯୋଗ ନ ଦେବା କାରଣରୁ ସେମାନେ ହିଂସାତ୍ମକ ପନ୍ଥା ଆପଣାଇ ଯେନ ତେନେ ପ୍ରକାରର ଜିତିଲେ ଯାଇ ସେବା କରିବାର ସୁଯୋଗ ପାଇବେ। ଗଣତନ୍ତ୍ର କି ବିକଳ ଚିତ୍ର। ତୃଣମୂଳରୁ ନେଇ ସର୍ବୋଚ୍ଚ ପର୍ଯ୍ୟନ୍ତ ଯଦି ସବୁଠି ଏପରି ଶଠତା ରହିବ, ତାହେଲେ ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ରହିବ କେମିତି। ହେଲେ କାହିଁକି ପଞ୍ଚାୟତ ନିର୍ବାଚନକୁ ନେଇ ଏତେ ଆକର୍ଷଣ ଓ ଯେନତେନ ପ୍ରକାର କରି ଜିତିବା ପାଇଁ ଅପଚେଷ୍ଟା। ମୂଳ କଥା ହେଉଛି ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ଏବେ ପଞ୍ଚାୟତକୁ ସିଧାସଳଖ ଅନୁଦାନ ବାର୍ଷିକ ପାଖାପାଖି ୧ କୋଟି ଟଙ୍କା ଆସୁଛି। ଏହି କାମ ପରିଚାଳନାରେ ବ୍ୟାପକ ଦୁର୍ନୀତି କରିବାର ସୁଯୋଗ ରହିଛି। ଏହାଛଡ଼ା ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ଯେପରିକି ଆବାସ ଯୋଜନାରେ ଘର, ଭତ୍ତା ଆଦିର ହିତାଧିକାରୀଙ୍କ ଚୟନ ବେଳେ ହିତାଧିକାରୀଙ୍କଠାରୁ ନେଉଥିବା କମିଶନ। ସରକାରଙ୍କର ଅନ୍ୟ ଯୋଜନା ଯେପରିକି ପିଇବା ପାଣି ପ୍ରକଳ୍ପ, ରାସ୍ତା ନିର୍ମାଣ, ଆଲୋକୀକରଣ ଭଳି କାମରେ ବି ପଞ୍ଚାୟତ ପ୍ରତିନିଧିଙ୍କର କମିଶନ ରହୁଛି। ତେଣୁ ମୋଟାମୋଟି ଭାବରେ ଅର୍ଥ ରୋଜଗାର ହିଁ ଏତେ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ ପଛର ମୂଳ କାରଣ। ନହେଲେ ମାସକୁ ୨୩୫୦ ଟଙ୍କା ଦରମା ମିଳୁଥିବା ସରପଞ୍ଚ ପଦର ନିର୍ବାଚନ ପାଇଁ କିଏ କାହିଁକି ୧୦ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତେ। ଗାନ୍ଧୀଙ୍କ ଗ୍ରାମ ସ୍ବରାଜର ଆଧାର ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା। ସରପଞ୍ଚଙ୍କର କାମ କେବଳ ପଞ୍ଚାୟତରେ ଠିକା କାମ ବାଣ୍ଟିବା କିମ୍ବା ସରକାରୀ ଯୋଜନାର ତଦାରଖ କରିବା ନୁହେଁ। ଯଦି କୌଣସି ପଞ୍ଚାୟତରେ ସରପଞ୍ଚ ଓ ଅନ୍ୟ ପଦରେ ସଠିକ ଯୋଗ୍ୟ ଲୋକମାନେ ଦାୟିତ୍ୱରେ ରହିବେ, ତାହେଲେ ସେ ଗଁାରେ ଚୋରା ମଦ ବିକ୍ରି ହୋଇପାରିବ ନାହିଁ, ଭାଇ-ଭାଇ ଭିତରେ ଗଣ୍ଡଗୋଳ ହୋଇ ମାଲିମକଦ୍ଦମାରେ ଗାଁ ଅଶାନ୍ତ ହେବନି, ସରକାରୀ ସ୍କୁଲ, ଡାକ୍ତରଖାନା ଠିକ୍‌ ଭାବରେ ଚାଲିବ, ଯୋଗ୍ୟ ଲୋକକୁ ସରକାରୀ ସୁବିଧା ମିଳିବ, ଗଁାରେ ଭାଇଚାରା ବଜାୟ ରହିବ, ଗଁାରେ ଦୋଳ ମେଳଣ ସୁରୁଖୁରରେ ହେବ ଇତ୍ୟାଦି। କେନ୍ଦ୍ର ସରକାରଙ୍କ ତଥ୍ୟାନୁସାରେ ଅର୍ଥ କମିଶନ ସୁପାରିସ ଆଧାରରେ ଗତ ଆର୍ଥିକ ବର୍ଷରେ ପଞ୍ଚାୟତକୁ ଯେତିକି ଅର୍ଥ ସିଧାସଳଖ ଭାବରେ ମିଳିଥିଲା, ସେଥିରୁ ୭୦% ଖର୍ଚ୍ଚ ହୋଇପାରିଲା ନାହିଁ। ଗତ ଆର୍ଥିକ ବର୍ଷର ୧୯୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫୫୫୩ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏହାର କାରଣ ହେଉଛି ବିଭିନ୍ନ ପଞ୍ଚାୟତମାନଙ୍କର ଯୋଜନାରେ ଅଭାବ, କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଯୋଜନା ନ ହେବା, ରାଜ୍ୟ ସରକାରଙ୍କ ତତ୍ପରତାର ଅଭାବ ଆଦି। ତେଣୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ବାହୁବଳି ପହଞ୍ଚତ୍ଗଲେ ହେବନି, ବରଂ ଯୋଜନାକୁ ସଠିକ ଭାବରେ ପ୍ରଣୟନ କରିପାରୁଥିବା ଯୋଗ୍ୟ ଲୋକ ହିଁ ଦରକାର।
ଯଦି ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିୟମ କରିଥା’ନ୍ତେ ଯେ, ଯେଉଁମାନେ ନିର୍ବାଚନ ବେଳେ କୌଣସି ବେଆଇନ କାମ କରିବେ, ବୁଥ୍‌ ଜବରଦଖଲ କରିବେ, ହିଂସା କରିବେ, ସେମାନେ ଆଗାମୀ ନିର୍ବାଚନ ଲଢ଼ିପାରିବେ ନାହିଁ; ତାହେଲେ ହୁଏତ ଏଭଳି ହିଂସା କରୁଥିବା ଲୋକଙ୍କ ମନରେ ଭୟ ରୁହନ୍ତା। କାରଣ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ଅଛି, ଯେଉଁଠି ପ୍ରତିବର୍ଷ ହିଂସା ହେଉଛି। ସେହିପରି ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁମାନେ ହିଂସାକାଣ୍ଡ କରାଇଥିଲେ, ଯେଉଁମାନଙ୍କ ନଁାରେ ପୋଲିସ ଗତ ନିର୍ବାଚନ ବେଳେ ମକଦ୍ଦମା କରିଥିଲା, ଯଦି ସେମାନଙ୍କୁ ଏହି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦିଆଯାଇନଥାନ୍ତା ଓ ଭୋଟିଂର ତିନି ଦିନ ଆଗରୁ ସେମାନଙ୍କ ଉପରେ ନଜର ରଖାଯାଇଥାନ୍ତା, ତାହେଲେ ହୁଏତ ହିଂସାକୁ ରୋକାଯାଇପାରିଥା’ନ୍ତା। ତେଣୁ କେଉଁଠି ନା କେଉଁଠି ସରକାରୀ ସ୍ତରରେ ଯେଉଁଭଳି ଭାବରେ ଭୟମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ରଣନୀତି କରିବା କଥା, ତାହା ହେଉ ନାହିଁ।
ହରିରାଜପୁର, ପୁରୀ
ମୋ: ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri