ଚୁଲି ମୁହଁ ପଶ୍ଚିମକୁ କାହିଁକି? ଜାଣନ୍ତୁ ଏହା ପଛର କାରଣ…

ଆଗକାଳରେ ସମସ୍ତଙ୍କ ଘରେ ପ୍ରାୟ ଚୁଲିରେ ରୋଷେଇ ହେଉଥିଲା। ଏବେ ଯୁଗ ବଦଳିଛି ଲୋକେ ଗ୍ୟାସ୍‌ରେ ରୋଷେଇ କରୁଛନ୍ତି। ମାତ୍ର ଆଜି ବି କିଛି ଅଞ୍ଚଳରେ ଲୋକଙ୍କ ଘରେ ଚୁଲି ରହିଛି। ତେବେ ଏହି ଚୁଲିର ମୁହଁ ପଶ୍ଚିମ ଆଡ଼କୁ ହୋଇଥାଏ। ଏହାର କାରଣ କ’ଣ ଜାଣନ୍ତି କି? ଯଦି ନା ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଏହାର ଦୁଇଟି କାରଣ ରହିଛି ଗୋଟିଏ ହେଲା ବୈଜ୍ଞାନିକ କାରଣ ଆଉ ଗୋଟିଏ ହେଲା ବାସ୍ତୁଶାସ୍ତ୍ର ଓ ପରମ୍ପରା।

ବୈଜ୍ଞାନିକ କାରଣ:
ଭାରତୀୟ ଜଳବାୟୁରେ ସାଧାରଣତଃ ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହିଥାଏ। ଚୁଲିର ମୁହଁ ପଶ୍ଚିମ ଦିଗକୁ ରହିଲେ ପବନର ଅନୁକୂଳ ପ୍ରବାହ ଯୋଗୁ ନିଆଁ ଭଲ ଭାବେ ଜଳିଥାଏ ଏବଂ ଧୂଆଁ ସିଧାସଳଖ ଘର ଭିତରକୁ ନ ଆସି ବାହାରକୁ ଚାଲିଯାଇଥାଏ। ଏହା ବ୍ୟତୀତ କାଠ ବା ଘଷି ଜାଳିବା ସମୟରେ ଅଧିକ ଧୂଆଁ ସୃଷ୍ଟି ହୁଏ ନାହିଁ ଏବଂ ଯାହା ବି ଧୂଆଁ ବାହାରେ, ତାହା ବାହାରକୁ ଚାଲିଯାଇଥାଏ। ଏହାଦ୍ୱାରା ରୋଷେଇ କରୁଥିବା ମହିଳାମାନଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

ବାସ୍ତୁଶାସ୍ତ୍ର ଓ ପରମ୍ପରା:
ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରର ଅଗ୍ନିକୋଣ (ଦକ୍ଷିଣ-ପୂର୍ବ)ରେ ରୋଷେଇ କରାଯାଏ ଏବଂ ରୋଷେଇ କଲାବେଳେ ପୂର୍ବ କିମ୍ବା ପଶ୍ଚିମ ଦିଗକୁ ମୁହଁ କରିବା ଶୁଭ ବୋଲି ବିଶ୍ୱାସ କରାଯାଏ। ପଶ୍ଚିମ ଦିଗକୁ ମୁହଁ କରି ରୋଷେଇ କଲେ ସୂର୍ଯ୍ୟଙ୍କ ଶକ୍ତି ଏବଂ ପାରମ୍ପରିକ ବିଶ୍ୱାସର ମଧ୍ୟ ସନ୍ତୁଳନ ରହେ। ଏହା ଆମ ପାରମ୍ପରିକ ବିଶ୍ୱାସ ଏବଂ ମାନସିକ ସ୍ଥିରତାର ଏକ ଅନନ୍ୟ ମିଶ୍ରଣ। ଆମର ପୁରୁଣା ପରମ୍ପରାଗୁଡ଼ିକ ପ୍ରକୃତି ସହିତ ତାଳ ମିଳାଇ ବଞ୍ଚିବାର ଏକ ସଠିକ କଳା ବୋଲି ବୁଝିବାକୁ ହୁଏ।

Dharitri – Odisha’s No.1 Odia Daily

Share