Categories: ଜାତୀୟ

ଏବେ ସଦାମ ହୁସେନଙ୍କ ଭଳି ଦେଖାଯାଉଛନ୍ତି ରାହୁଲ ଗାନ୍ଧୀ: ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୨୩।୧୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବେ ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦାମ ହୁସେନ ଭଳି ଦେଖାଯାଉଛନ୍ତି ବୋଲି ହିମନ୍ତ କହିଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଅହମଦାବାଦରେ ପ୍ରଚାର ସମୟରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଏକ ବିବାଦ ଉପୁଜିଛି।
ହିମନ୍ତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଚେହେରା ବଦଳି ଗଲାଣି, ଯାହା ମୁଁ ଏବେ ଦେଖୁଛି। ଯଦି ସେ ନିଜ ଚେହେରା ବଦଳାଉଛନ୍ତି, ତେବେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କିମ୍ବା ନେହେରୁଙ୍କ ଭଳି କରନ୍ତୁ। ଗାନ୍ଧିଜୀଙ୍କ ଭଳି ଦେଖାଗଲେ ବି ବହୁତ ଭଲ। କିନ୍ତୁ ସେ ତାଙ୍କ ଚେହେରାକୁ ସଦାମ ହୁସେନଙ୍କ ଭଳି କାହିଁକି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଦରଦାମ ବୃଦ୍ଧି, ବେରୋଜଗାରୀ ବିରୋଧରେ ସେପ୍ଟେମ୍ବର ୭ରୁ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ସମୟରେ ସେ ନିଜର ଦାଢି ଏବଂ ଚୁଟି ମଧ୍ୟ କାଟି ନାହାନ୍ତି। ଫଳରେ ତାଙ୍କୁ ଲୁକ୍‌ ସମ୍ପୂର୍ଣ୍ଣ ବଦଳିଯାଇଛି।

Share