Categories: ଫୁରସତ

ମୃତଦେହ ରାତିରେ ନୁହେଁ, କାହିଁକି ଦିନରେ ହୁଏ ବ୍ୟବଚ୍ଛେଦ; କାରଣ ଜାଣିଲେ…

ଆମ ମନକୁ ବେଳେବେଳେ ଏମିତି କିଛି ପ୍ରଶ୍ନ ଆସେ ଯାହାର ଉତ୍ତର ଖୋଜିବା କଷ୍ଟକର ହୋଇଥାଏ। ଏହି ଯେମିତି ଏକ ପ୍ରଶ୍ନ ମନକୁ ଆସେ ପୋଷ୍ଟମର୍ଟମ ବା ମୃତଦେହ ବ୍ୟବଚ୍ଛେଦ କ’ଣ ପାଇଁ ଦିନରେ ହୋଇଥାଏ। କାହିଁକି ରାତିରେ ହୁଏନାହିଁ। ତେବେ ଏହା ପଛରେ ବି କାରଣ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ମୃତଦେହ ବ୍ୟବଚ୍ଛେଦ ଏକ ପ୍ରକାର ଅପରେଶନ ବା ଅସ୍ତ୍ରୋପଚାର। ଯେଉଁଥିରେ ମୃତଦେହର ପରୀକ୍ଷଣ କରାଯାଇଥାଏ। ଏଥିପାଇଁ ଏହି ପରୀକ୍ଷା କରାଯାଏ କି ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ ବୋଲି। ମୃତଦେହ ବ୍ୟବଚ୍ଛେଦ ପାଇଁ ଆତ୍ମୀୟ ପରିଜନଙ୍କ ସହମତି ମଧ୍ୟ ଅନିବାର୍ଯ୍ୟ। କିଛି ମାମଲାରେ ପୋଲିସ ଅଧିକାରୀ ମୃତଦେହ ବ୍ୟବଚ୍ଛେଦ କରାଇଥାନ୍ତି। ଯେମିତି କି ହତ୍ୟା ମାମଲାରେ।

ଏକ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ୧୦ ଘଣ୍ଟା ମଧ୍ୟରେ ବ୍ୟବଚ୍ଛେଦ କରାଯାଇଥାଏ। ଅଧିକ ସମୟ ପରେ ମୃତଦେହରେ ପ୍ରାକୃତିକ ପରିବର୍ତ୍ତନ ହୋଇଥାଏ। ତେଣୁ ମୃତଦେହ ବ୍ୟବଚ୍ଛେଦ ସୂର୍ଯ୍ୟୋଦୋୟରୁ ସୂର୍ଯ୍ୟାସ୍ତ ଭିତରେ ହିଁ କରାଯାଇଥାଏ। ଏହା ପଛର କାରଣ ହେଲା ରାତିରେ ଟ୍ୟୁବ୍‌ଲାଇଟ୍‌ କିମ୍ବା ଏଲ୍‌ଇଡିର କୃତ୍ରିମ ଆଲୋକ ଆଘାତ ଲାଗିଥିବା ଲାଲ୍‌ ରଙ୍ଗ ବାଇଗଣୀ ଦେଖାଯାଇଥାଏ ଏବଂ ଫରେନ୍‌ସିକ୍‌ ସାଇନ୍ସରେ ବାଇଗଣୀ ରଙ୍ଗ ଆଘାତରେ ଉଲ୍ଲେଖ ନାହିଁ। ପ୍ରାକୃତିକ ଏବଂ କୃତ୍ରିମ ଆଲୋକରେ ଏହା ଅଲଗା ଦେଖାଯାଏ। ଏହି ବ୍ୟବଚ୍ଛେଦ ରିପୋର୍ଟକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରେ। ଭାରତୀୟ କୋର୍ଟରେ ଗ୍ରହଣ କରାଯାଇଥିବା ମୋଦିଙ୍କ ପୁସ୍ତକ ଜୁରିସପ୍ରୁଡେନ୍ସ ଟକ୍ସିକୋଲଜିରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ରାତିରେ ମୃତଦେହ ବ୍ୟବଚ୍ଛେଦ ପଛରେ ମଧ୍ୟ ଏକ ଧାର୍ମିକ କାରଣ ରହିଛି। ଅନେକ ଧର୍ମରେ ରାତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଏ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ମୃତକଙ୍କ ବ୍ୟବଚ୍ଛେଦ ରାତିରେ କରା ନ ଯାଇ ଦିନରେ ହୋଇଥାଏ।

Share