Posted inଜାତୀୟ

ଭାରତ ସୀମାରେ ପାକିସ୍ତାନର ‘ଡ୍ରୋନ୍’ ଷଡ଼ଯନ୍ତ୍ର: ଜାଣନ୍ତୁ କାହିଁକି ବାରମ୍ବାର ଅନୁପ୍ରବେଶ କରୁଛି

ନୂଆଦିଲ୍ଲୀ,୧୬।୨: ଅପରେସନ୍ ସିନ୍ଦୂରର ଶକ୍ତ ପ୍ରହାର ସହିବାର ୮ ମାସ ପରେ ପାକିସ୍ତାନ ପୁଣି ଥରେ ଭାରତୀୟ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଛି। ଜାନୁଆରୀ ୯ ତାରିଖରୁ ଜମ୍ମୁ-କାଶ୍ମୀର ସୀମାନ୍ତରେ ଏକାଧିକ ପାକିସ୍ତାନୀ ଡ୍ରୋନ୍ ଦେଖାଯିବା ପରେ ଭାରତୀୟ ସେନା ହାଇଆଲର୍ଟରେ ରହିଛି। ଗୁରୁବାର ରାତିରେ ମଧ୍ୟ ପୁଞ୍ଚ୍ ଏବଂ ସାମ୍ବା ସେକ୍ଟରରେ ଡ୍ରୋନ୍ ଗତିବିଧି ନଜରକୁ ଆସିଛି।

ସେନା ଦିବସ ଅବସରରେ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ, ଏହି ଡ୍ରୋନ୍‌ଗୁଡ଼ିକ ଆକାରରେ ବହୁତ ଛୋଟ ଏବଂ ସ୍ୱଳ୍ପ ଉଚ୍ଚତାରେ ଉଡୁଛି। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା, ଭାରତୀୟ ସେନାର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସମୟ ପରଖିବା ପାଇଁ ପାକିସ୍ତାନ ଏହି ଡ୍ରୋନ୍ ପଠାଉଛି। ଭାରତୀୟ ସୀମାରେ କୌଣସି ସ୍ଥାନରେ ଫାଙ୍କ ରହିଛି କି ନାହିଁ, ଯାହା ମଧ୍ୟ ଦେଇ ଆତଙ୍କବାଦୀଙ୍କୁ ପଠାଯାଇପାରିବ, ତାହା ଯାଞ୍ଚ କରିବା ପାକିସ୍ତାନର ମୁଖ୍ୟ ଲକ୍ଷ୍ୟ।

ପୂର୍ବରୁ ଜାନୁଆରୀ ୯ରେ ସାମ୍ବା ସେକ୍ଟରରୁ ଡ୍ରୋନ୍ ଦ୍ୱାରା ପକାଯାଇଥିବା ପିସ୍ତଲ, ଗୁଳି ଓ ଗ୍ରେନେଡ୍ ଜବତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦକୁ ପୁଣି ଜୀବିତ କରିବା ପାଇଁ ପାକିସ୍ତାନ ଏହି ମାଧ୍ୟମ ଆପଣାଉଛି।

ସେନାମୁଖ୍ୟଙ୍କ ଅନୁଯାୟୀ, ଜାନୁଆରୀ ୨୬ (ସାଧାରଣତନ୍ତ୍ର ଦିବସ) ପୂର୍ବରୁ ଭାରତ କିଛି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ପାକିସ୍ତାନ ଭୟ କରୁଛି। ତେଣୁ ସେମାନେ ରେକନାସାନ୍ସ ବା ଗୋଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଏହି ଛୋଟ ଡ୍ରୋନ୍ ବ୍ୟବହାର କରୁଛନ୍ତି।

ଭାରତୀୟ ସେନା ଆଣ୍ଟି-ଡ୍ରୋନ୍ ସିଷ୍ଟମ ସକ୍ରିୟ କରିବା ସହ ଅନେକ ସ୍ଥାନରେ ଗୁଳି ଚାଳନା କରି ଡ୍ରୋନ୍‌କୁ ଘଉଡ଼ାଇ ଦେଇଛି। ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, କୌଣସି ପ୍ରକାର ଦୁଃସାହସ କଲେ ତାହାର ପରିଣାମ ଭୟଙ୍କର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ହର୍ମୁଜରେ ଭାରତୀୟ ଜହାଜ ଉପରେ ଗୁଳିମାଡ଼ କଲା ଇରାନ! ସମୁଦ୍ର ମଝିରେ ମୁହାଁମୁହିଁ ହୋଇଗଲେ…

ନୂଆଦିଲ୍ଲୀ,୧୮।୪: ବିଶ୍ୱ ଶକ୍ତି ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧମନୀ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇରାନୀ…

ଭାରତ ଆଡେ ମୁହାଁଉଥିବା ତେଲ ଟ୍ୟାଙ୍କର ହର୍ମୁଜରେ ନେଲା ୟୁ ଟର୍ନ, ହଠାତ୍‌ ମଝି ସମୁଦ୍ରରେ ଘେରିଗଲେ…

ନୂଆଦିଲ୍ଲୀ,୧୮।୪: ଇରାନର ଦାବି ସତ୍ତ୍ୱେ ଯେ ସେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲି ଦେଇଛି, ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୱାଭାବିକ ହୋଇନାହିଁ। ବ୍ଲୁମବର୍ଗର ଏକ ରିପୋର୍ଟ…

ଏହା କେଉଁ ସଙ୍କେତ? ଏପ୍ରିଲରେ ପଡୁଛି ବରଫ, ପର୍ଯ୍ୟଟକ ଖୁସିରେ ବିଭୋର

ଜମ୍ମୁ,୧୮।୪: ଏପ୍ରିଲ ମାସରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଶୀତ ଭଳି ପାଗ ଫେରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଉତ୍ତର, ଦକ୍ଷିଣ ଏବଂ…

ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବା ପରେ କାହିଁକି ଦେଶକୁ ସମ୍ବୋଧିତ କରିବେ ମୋଦି? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୮।୪: ଦେଶରେ ମହିଳା ସଂରକ୍ଷଣ ବିଲକୁ ନେଇ ତୀବ୍ର ରାଜନୈତିକ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତି ୮ଟା ୩୦ରେ ଦେଶକୁ ସମ୍ବୋଧିତ କରିବାକୁ…

ହଠାତ୍‌ ନୀତିଶଙ୍କ ପୁଅଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀଙ୍କ ଭଳି ‘Z’ ସୁରକ୍ଷା, ବିହାର ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୮।୪: ବିହାରରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ୱତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଏବଂ ପୂର୍ୱତନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ସୁରକ୍ଷାକୁ ଆହୁରି…

ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବାରୁ ରାଗିଗଲେ ମୋଦି, କହିଲେ ବିରୋଧୀଙ୍କୁ ଭୋଗିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୮ା୪: ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ ନ ହେବାରୁ ଶାସକ ଦଳ ରାଗି ପାଚି ଲାଲ୍‌। ଶନିବାର ମୋଦି କ୍ୟାବିନେଟ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ: ଓଡ଼ିଶା ସମେତ ଏହି ସବୁ ରାଜ୍ୟରୁ ଧରାପଡିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୪: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri