Posted inଜାତୀୟ

ଦେଶଦ୍ରୋହ ଆଇନ ହଟାଉନ କାହିଁକି

ନୂଆଦିଲ୍ଲୀ,୧୬ା୭:ଭାରତରେ ଉପନିବେଶବାଦ ଅମଳର କଠୋର ଦେଶଦ୍ରୋହ ଆଇନର ବ୍ୟାପକ ଦୁରୁପଯୋଗକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ମହାମତ୍ା ଗାନ୍ଧୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବିରୋଧରେ ବ୍ରିଟିଶ୍‌ ସରକାର ଏହି ପୁରୁଣାକାଳିଆ ଆଇନକୁ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ। ବର୍ତ୍ତମାନର କେନ୍ଦ୍ର ସରକାର ଅନେକ ଆଇନକୁ ଉଚ୍ଛେଦ କରୁଥିବାବେଳେ ଏହାକୁ କାହିଁକି ହଟାଉନାହାନ୍ତି ବୋଲି ଗୁରୁବାର ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।
ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ଏବଂ ପୂର୍ବତନ ସେନା ମେଜର ଜେନେରାଲ ଏସ୍‌.ଜି. ଭୋମ୍ବାତ୍‌କେରେଙ୍କ ପକ୍ଷରୁ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଧାରା ୧୨୪(ଏ) (ଦେଶଦ୍ରୋହ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ସେମାନଙ୍କ ପିଟିଶନଗୁଡ଼ିକୁ ଗ୍ରହଣ କରି ଉକ୍ତ ଆଇନର ସମୀକ୍ଷା ପାଇଁ ରାଜି ହୋଇଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କରି ଖଣ୍ଡପୀଠ ଆଇପିସି ୧୨୪ (ଏ)ର ଅପବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଏଥିରେ ଥିବା ଜାମିନ-ବିହୀନ ବ୍ୟବସ୍ଥା ଅନୁସାରେ ଘୃଣା ସୃଷ୍ଟି କରୁଥିବା କିମ୍ବା ଅବମାନନା ଅଥବା ଭାରତୀୟ ଆଇନ ଦ୍ୱାରା ପ୍ରତିଷ୍ଠିତ ସରକାରଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଯେକୌଣସି ଅଭିବ୍ୟକ୍ତି ଓ ପରିପ୍ରକାଶ ଏକ ଅପରାଧ। ଏଭଳି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ତେଣୁ ଆମେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କୁ କିଛି ପ୍ରଶ୍ନ କରିବାକୁ ଚାହୁଁଛୁ। ଏହା ଏକ ପୁରୁଣାକାଳିଆ ଆଇନ, ଯାହାକୁ ସ୍ବାଧୀନତା ଆନ୍ଦୋଳନ ବେଳେ ମହାମତ୍ା ଗାନ୍ଧୀ, ଗୋପାଳକୃଷ୍ଣ ଗୋଖଲେ ଓ ଅନ୍ୟମାନଙ୍କୁ ଚୁପ୍‌ କରାଇବା ଲାଗି ବ୍ରିଟିଶ ସରକାର ବ୍ୟବହାର କରୁଥିଲେ। ଦେଶ ସ୍ବାଧୀନତା ପାଇବାର ୭୫ ବର୍ଷ ପରେ ମଧ୍ୟ ଏହାର କି ପ୍ରାସଙ୍ଗିକତା ରହିଛି ବୋଲି ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ହୃଷୀକେଶ ରାୟ ସାମିଲ ଥିବା ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସେହିପରି ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଧାରା ୬୬ଏ’ର ଅବତାରଣା କରି ଖଣ୍ଡପୀଠ କହିଛନ୍ତି, ଜଣେ ବଢ଼େଇ ଗଛ କାଟୁ କାଟୁ ପୂରା ଜଙ୍ଗଲକୁ କାଟିଦେବା ସହ ଏହାକୁ ତୁଳନା କରାଯାଇପାରେ। ଏହାର ବ୍ୟାପକ ଦୁରୁପଯୋଗ କରାଯାଉଥିବାରୁ ସୁପ୍ରିମକୋର୍ଟ ବହୁ ପୂର୍ବରୁ ଏହାକୁ ଖାରଜ କରିଦେଇଥିଲେ। ଏଭଳି ଦଣ୍ଡବିଧାନ ବ୍ୟବସ୍ଥାକୁ ନେଇ ଜଣେ ଗୋଷ୍ଠୀବାଦୀ ଅନ୍ୟ ଗୋଷ୍ଠୀଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ। ଯଦି ଏକ ନିର୍ଦ୍ଦିଷ୍ଟ ପକ୍ଷ ବା ଜଣେ ବ୍ୟକ୍ତି ଲୋକଙ୍କ ସ୍ବରକୁ ଶୁଣିବାକୁ ଚାହିଁବେ ନାହିଁ ତେବେ ସେମାନେ ଏହି ଆଇନକୁ ଅନ୍ୟମାନଙ୍କ ବିରୋଧରେ ଲଗାଇବା ଆଶଙ୍କା ରହୁଛି। କେନ୍ଦ୍ର ସରକାର ଅନେକ ଆଇନକୁ ଉଚ୍ଛେଦ କରୁଛନ୍ତି। ଏହାକୁ କାହିଁକି ହଟାଉନାହାନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ତେବେ ରାଷ୍ଟ୍ର କିମ୍ବା ସରକାରଙ୍କୁ ଦୋଷ ଦିଆଯାଉ ନାହିଁ। କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଏଭଳି ଆଇନଗୁଡ଼ିକର ଦୁରୁପଯୋଗ କରୁଛନ୍ତି। ସେମାନଙ୍କ କୌଣସି ଉତ୍ତରଦାୟିତ୍ୱ ରହୁନାହିଁ। ଏକ ଗାଁରେ ଯଦି ଜଣେ ପୋଲିସ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ଫସାଇବାକୁ ଚାହିଁବେ ତେବେ ସେ ଏଭଳି ଆଇନକୁ ନେଇ ତାହା ସହଜରେ କରିପାରିବେ। ଦେଶଦ୍ରୋହ ମାମଲାଗୁଡ଼ିକରେ ଦୋଷୀ ସାବ୍ୟସ୍ତ ହେବା ହାର ଅତି ନିମ୍ନ ରହିଛି। ତେଣୁ ଏହି ପ୍ରସଙ୍ଗଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଜଷ୍ଟିସ୍‌ ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ ଖଣ୍ଡପୀଠ ଏକ ଅନୁରୂପ ପିଟିଶନର ଶୁଣାଣି କରୁଛନ୍ତି। ଜୁଲାଇ ୨୭ରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ବୋଲି ଅଦାଲତଙ୍କୁ ଅବଗତ କରାଯିବାରୁ ସିଜେଆଇ ରମନା କହିଥିଲେ, ଏହି ପ୍ରସଙ୍ଗରେ ବୁଝି ଶୁଣାଣି ପାଇଁ ତାରିଖ ସ୍ଥିର କରାଯିବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଏଭଳି ନିୟମଗୁଡ଼ିକ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। କହିଥିଲେ, ଏହାକୁ ଆଇନରେ ରହିବାକୁ ଦିଆଯାଉ। କୋର୍ଟ ଚାହିଁଲେ ଏହାର ଦୁରୁପଯୋଗ ରୋକିବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିପାରିବେ। ଏଡିଟର୍ସ ଗିଲ୍ଡ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଓ୍ବାନ କହିଥିଲେ, ଆଇପିସିର ଧାରା ୧୨୪ଏ(ଦେଶଦ୍ରୋହ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସାମ୍ବାଦିକଙ୍କ ସଙ୍ଗଠନ ପକ୍ଷରୁ ଏକ ପୃଥକ ପିଟିଶନ ଦାଏର କରାଯାଇଛି। ଉକ୍ତ ଆବେଦନକୁ ବର୍ତ୍ତମାନର ପିଟିଶନ ସହ ସଂଲଗ୍ନ କରାଯାଇଛି। ଏଡିଟର୍ସ ଗିଲ୍ଡ କେବଳ ଏହାର ବୈଧତାକୁ ଚ୍ୟାଲେଞ୍ଜ କରିନାହିଁ, ଦୁରୁପଯୋଗ ରୋକିବା ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri