Posted inଖେଳ

ଶାମିଙ୍କୁ କାହିଁକି ଟି୨୦ ଦଳରେ ଚୟନ କରାଯାଉନାହିଁ? ପ୍ରଶ୍ନ ଉଠାଇ ବର୍ଷିଲେ…

ନୂଆଦିଲ୍ଲୀ,୩୧।୮: ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ମଦନ ଲାଲ ଏସିଆ କପ୍‌ରେ ମହମ୍ମଦ ଶାମିଙ୍କ ଚୟନ କରା ନ ଯିବାକୁ ନେଇ ପ୍ରଶ୍ନ ଉଠାଇବା ସହ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ଶାମିଙ୍କୁ ନିଶ୍ଚିତ ଭାବେ ଆସନ୍ତା ବିଶ୍ୱକପ୍‌(ଟି୨୦) ଲାଗି ଚୟନ କରାଯିବା ଉଚିତ। କାରଣ ବୁମ୍‌ରାଙ୍କ ପରେ ସେ ହିଁ ସର୍ବଶ୍ରେଷ୍ଠ ବୋଲର ବୋଲି ସେ କହିଛନ୍ତି।

୨୦୨୧ରେ ଭାରତ ପକ୍ଷରୁ ଶେଷ ଟି୨୦ ମ୍ୟାଚ୍‌ ଖେଳିଥିଲେ ଶାମି। ଏହାପରଠାରୁ ସେ ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ଆଇପିଏଲ୍‌ ୨୦୨୨ରେ ଦ୍ରୁତ ବୋଲର ଗୁଜରାଟ ଟାଇଟନ୍ସ ପାଇଁ ସ୍ମରଣୀୟ ପ୍ରଦର୍ଶନ କରିଥିଲେ ହେଁ ତାଙ୍କୁ ଭାରତୀୟ ଟି୨୦ ଦଳରେ ସ୍ଥାନ ମିଳିନାହିଁ। ଜସପ୍ରିତ ବୁମ୍‌ରାଙ୍କ ଅନୁପସ୍ଥିତିରେ ତାଙ୍କୁ ଚୟନ କରାଯିବ ବୋଲି କୁହାଯାଇଥିଲା। ହେଲେ ଆବେଶ ଖାଁ, ଅର୍ଶଦୀପ ସିଂ ଏବଂ ଭୁବନେଶ୍ୱର କୁମାରଙ୍କୁ ଟୁର୍ନାମେଣ୍ଟରେ ସୁଯୋଗ ମିଳିଛି। ଏହାକୁ ନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ମଦନ।

ମଦନ କହିଛନ୍ତି, ଟି୨୦ ବିଶ୍ୱକପ୍‌ ଲାଗି ଶାମିଙ୍କୁ ନିଶ୍ଚିତ ଭାବେ ଜାତୀୟ ଦଳରେ ସୁଯୋଗ ମିଳିବା ଉଚିତ। ସେ ବୁମ୍‌ରାଙ୍କ ପରେ ଭାରତର ସର୍ବଶ୍ରେଷ୍ଠ ବୋଲର। ମୁଁ ଏଭଳି ବୋଲର୍‌ ଚାହିଁବି ଯିଏ ଉଇକେଟ ବାହାର କରିବ। ମୁଁ ଏଭଳି ବୋଲର୍‌ ଚାହିଁବି ନାହିଁ ଯିଏ ରନ୍‌ ରୋକିବା ଉପରେ କେବଳ ଧ୍ୟାନ ଦେଉଛି। ଏହି ଫର୍ମାଟରେ ବ୍ୟାଟ୍ସମ୍ୟାନ୍‌ ତ ରନ୍‌ କରିବେ। ରନ୍‌ ରୋକିବାର ଗୋଟିଏ ମାତ୍ର ଉପାୟ ହେଉଛି ଉଇକେଟ ନେବା। ଏସବୁକୁ ଦେଖିଲେ ଶାମିଙ୍କ ଚୟନ ନ ହେଲେ ଚୟନକର୍ତ୍ତା ବଡ଼ ଭୁଲ କରିବେ। ସେ ବହୁତ ଭଲ ବୋଲର୍‌। ପୂର୍ବରୁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କୁ କାହିଁକି ଟି୨୦ ଖେଳାଯାଉନାହିଁ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଶାମି ଦୁନିଆର ସର୍ବଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ ବୋଲି ସେ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri