Categories: ଖେଳ

କାହିଁକି ଲାଇମ୍‌ଲାଇଟ୍‌ରୁ ଦୂରେଇ ଅଛନ୍ତି ଧୋନୀଙ୍କ ବଡ ଭାଇ

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। ତେବେ ଧୋନୀଙ୍କ ବଡ ଭାଇ ନରେନ୍ଦ୍ର ସିଂ ଥିଲେ ମଧ୍ୟ ତାଙ୍କ କଥା କୌଣସି ଜାଗାରେ ଆଲୋଚନା ହୋଇ ନ ଥାଏ। ଏପରିକି ୨୦୧୬ ସେପ୍ଟେମ୍ବର ୩୦ରେ ଧୋନୀଙ୍କ ବାୟୋପିକ ମୁକ୍ତିଲାଭ କରିଥିଲା। ଧୋନୀଙ୍କ ବାସ୍ତବ ଜୀବନର କାହାଣୀ ସିନେମାରେ ରୂପାନ୍ତରିତ କରାଗଲା ପରେ ଦର୍ଶକ ତାଙ୍କ ବିଷୟରେ ଅନେକ କିଛି ଜାଣିପାରିଥିଲେ। ସିନେମାରେ ବିଶ୍ୱକପ୍‌, ତାଙ୍କ ମା’ବାପା, ଭଉଣୀ, ପ୍ରେମିକା ଓ ସ୍ତ୍ରୀ, ସାଙ୍ଗସାଥୀ ସମସ୍ତଙ୍କ ବିଷୟରେ କିଛି ନା କିଛି ରହିଥିଲା। ହେଲେ ତାଙ୍କ ବଡଭାଇଙ୍କ ବିଷୟରେ ଆଲୋଚନା କରାଯାଇ ନ ଥିଲା। ରୋଚକ କଥା ହେଉଛି, ଧୋନୀ ମଧ୍ୟ ନିଜ ବଡ଼ ଭାଇଙ୍କ ବିଷୟରେ କୌଣସି ଜାଗାରେ ପଦୁଟିଏ ବି କହି ନାହାନ୍ତି। ଧୋନୀଙ୍କଠୁ ତାଙ୍କ ବଡଭାଇ ନରେନ୍ଦ୍ର ସିଂ ୧୦ ବର୍ଷ ବଡ। ୩ ଭାଇ ଭଉଣୀଙ୍କ ମଧ୍ୟରୁ ସେ ସବୁଠୁ ବଡ। ତେବେ ୧୯୯୧ ମସିହାରେ ନରେନ୍ଦ୍ର ପରିବାରଠୁ ଦୂରେଇ ଯାଇଥିଲେ। ରାଞ୍ଚିରେ ବିବାହ କରି ତାଙ୍କ ସ୍ତ୍ରୀଙ୍କ ସହ ରହୁଛନ୍ତି। ସେ ରାଜନୀତିରେ ସକ୍ରିୟ ଅଛନ୍ତି। ପରିବାରଠାରୁ ଦୂରେଇ ଯାଇଥିବାରୁ ନରେନ୍ଦ୍ରଙ୍କ ବିଷୟରେ ତାଙ୍କ ପରିବାର ହୁଅନ୍ତୁ କି ସେ ନିଜେ କୌଣସି ମନ୍ତବ୍ୟ ଦିଅନ୍ତି ନାହିଁ।

Share