Categories: ଫୁରସତ

ରାତିର ଅନ୍ଧକାରରେ ହୋଇଥାଏ କିନ୍ନରଙ୍କ ଅନ୍ତିମ ସଂସ୍କାର, ହୁଏ ଉତ୍ସବ ପାଳନ; କାରଣ ଜାଣିଲେ…

ଘରେ କିଛି ଶୁଭକାମ ହେଉଥିଲେ, କେଉଁଆଡୁ ପହଞ୍ଚିଯାଇଥାନ୍ତି କିନ୍ନର। ସେ ବିବାହ ହେଉ ଅବା ଶିଶୁ ଜନ୍ମ, ସମସ୍ତ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇଥାନ୍ତି ସେମାନେ। ସମାଜରେ ‘ଥାର୍ଡ ଜେଣ୍ଡର’ସ୍ଥାନ ନେଇଥିବା କିନ୍ନରଙ୍କ ଚଳଣି, ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅନ୍ୟମାନଙ୍କଠାରୁ ଭିନ୍ନ ଥାଏ। ସେଥିମଧ୍ୟରୁ କିନ୍ନରଙ୍କ ଅନ୍ତିମ ସଂସ୍କାର ବିଷୟରେ ବହୁତ କମ୍‌ ଲୋକ ଜାଣିଥାନ୍ତି।

କୁହାଯାଏ, କିଛି କିନ୍ନରଙ୍କ ପାଖରେ ଆଧ୍ୟାତ୍ମିକ ଶକ୍ତି ରହିଥାଏ। ଏଣୁ ସେମାନଙ୍କ ମୃତ୍ୟୁ ନେଇ ସୂଚନା ଆଗ ଆଭାସ ହୋଇଥାଏ। ମୃତ୍ୟୁ ପୂର୍ବରୁ କିଛି ଖାଇବା ପିଇବା ଏପରିକି ଯିବାଆସିବା ମଧ୍ୟ ବନ୍ଦ କରିଦେଇଥାନ୍ତି। ଏହି ସମୟରେ ସେ କେବଳ ପାଣି ପିଇଥାନ୍ତି ଏବଂ ଭଗବାନଙ୍କ ପାଖରେ ନିଜ ସହ ଅନ୍ୟ କିନ୍ନରଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି।

ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥିବା କିନ୍ନରଙ୍କ ଆଶୀର୍ବାଦ ନେବାକୁ ଯାଇଥାନ୍ତି। କାରଣ ତାଙ୍କର ଆଶୀର୍ବାଦ ଫଳପ୍ରଦ ହୋଇଥାଏ। ତାଙ୍କର ମରଶରୀରକୁ ପୋଡ଼ିବା ବଦଳରେ ପୋତାଯାଇଥାଏ। ସେମାନଙ୍କ ସମାଜରେ କାହାର ମୃତ୍ୟୁ ହେଲେ ତାଙ୍କର ଆତ୍ମାକୁ ମୁକ୍ତ କରିବାକୁ ସମସ୍ତ ପ୍ରକ୍ରିୟା କରାଯାଇଥାଏ। ଦିବଂଗତଙ୍କ ମୃତଦେହକୁ ଧଳା ଚାଦରରେ ଘୋଡାଇ ଦିଆଯାଏ। ଏହାକୁ ବନ୍ଧା ଯାଏ ନାହିଁ। ରାତିର ଅନ୍ଧକାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଏ। ଯେପରି ତାଙ୍କୁ ବାହାରର କେଉଁ ଲୋକ ଦେଖିବ ନାହିଁ ସେ ବନ୍ଦୋବସ୍ତ କରାଯାଏ। ଯଦି ଅନ୍ୟ କେହି ତାଙ୍କର ମୃତଦେହ ଦେଖିଲା ତେବେ ସେ କିନ୍ନର ହେବେ ବୋଲି ବିଶ୍ୱାସ ରହିଛି।

କିନ୍ନର ସମାଜରେ କାହାର ମୃତ୍ୟୁ ହେଲେ ଉତ୍ସବ ପାଳନର ମଧ୍ୟ ପରମ୍ପରା ରହିଛି। ଏହାଦ୍ୱାରା ନର୍କ ଜୀବନରୁ ମୁକ୍ତି ମିଳେ ବୋଲି କୁହାଯାଏ। ଅନ୍ତିମ ସଂସ୍କାର ପରର ଏକ ସପ୍ତାହ ପର୍ଯ୍ୟନ୍ତ ଅନ୍ୟ କିନ୍ନରମାନେ ଭୋକିଲା ରହିଥାନ୍ତି।

Share