Categories: ଖେଳ

ଷ୍ଟମ୍ପ ଲାଇଟ୍‌ ଜଳିବା ସତ୍ତ୍ୱେ କେନ ଓ୍ବିଲିୟମସନଙ୍କୁ କାହିଁକି ଦିଆଯାଇ ନ ଥିଲା ରନ୍‌ଆଉଟ୍‌? ଜାଣନ୍ତୁ ନିୟମ…

ମୁମ୍ବାଇ,୧୬।୧୧: କ୍ରିକେଟ ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କୁ ରନ୍‌ଆଉଟ୍‌ ଦିଆଯାଇ ନ ଥିଲା। ସେ କ୍ରିଜ୍‌ରେ ପହଞ୍ଚିବା ପୂର୍ବରୁ ଷ୍ଟମ୍ପର ଲାଇଟ୍‌ ଜଳିଥିଲା। ହେଲେ ତାଙ୍କୁ ନଟଆଉଟ୍‌ ଘୋଷଣା କରାଯିବାକୁ ନେଇ ବିବାଦ ଦେଖାଯାଇଥିଲା।
ନ୍ୟୁଜିଲାଣ୍ଡ ଇନିଂସର ୧୮ତମ ଓଭରର ୫ମ ବଲରେ ଓ୍ବିଲିୟମସନ ଏବଂ ଡାରିଲ ମିଚେଲଙ୍କ ମଧ୍ୟରେ ରନ ନେବାକୁ ନେଇ ତାଳମେଳ ଠିକ୍‌ ରହି ନ ଥିଲା। ଏହାପରେ ହଠାତ ଓ୍ବିଲିୟମସନ ପଛକୁ ଫେରି ଯାଇଥିଲେ। ସେ କ୍ରିଜ୍‌ରେ ପହଞ୍ଚିବା ପୂର୍ବରୁ ଷ୍ଟମ୍ପର ଲାଇଟ୍‌ ଜଳି ଯାଇଥିଲା। ଏହା ଦେଖିବା ପରେ ଭାରତୀୟ ଟିମ୍‌ ଜୋରଦାର ଅପିଲ କରିଥିଲା। ଅମ୍ପାୟାର ଏହାକୁ ଥାର୍ଡ ଅମ୍ପାୟାରଙ୍କ ପାଖକୁ ପଠାଇଥିଲେ। ରିପ୍ଲେରେ ଜଣାପଡ଼ିଥିଲା ଯେ ବଲ ଷ୍ଟମ୍ପରେ ମାଡ଼ ହେବା ପୂର୍ବରୁ କେଏଲ୍‌ ରାହୁଲଙ୍କ ହାତ ସେଥିରେ ବାଜିଯାଇଥିଲା। ଅପରପକ୍ଷେ ଷ୍ଟମ୍ପରେ ବଲ୍‌ ଲାଗିବା ବେଳକୁ ଓ୍ବିଲିୟମସନ କ୍ରିଜରେ ପହଞ୍ଚିଯାଇଥିଲେ। ଏଣୁ ତାଙ୍କୁ ନଟଆଉଟ କରାଯାଇଥିଲା।
କ’ଣ ରହିଛି ନିୟମ:
ଏମ୍‌ସିସିର ୩୮.୧ ନିୟମ ଅନୁଯାୟୀ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ବାହାରେ ଥିଲେ ଆଉଟ୍‌ ଦିଆଯାଏ। କୌଣସି ଫିଲ୍ଡରଙ୍କ ଡାଇରେକ୍ଟ ହିଟ୍‌ ଷ୍ଟମ୍ପରେ ବାଜିଲେ ମଧ୍ୟ ତାହା ଲାଗୁ ହୋଇଥାଏ। ଏଣୁ ବଲ୍‌ ଷ୍ଟମ୍ପରେ ଲାଗିବା ଆବଶ୍ୟକ ଅଟେ।
Share