Posted inଜାତୀୟ

ଯାଞ୍ଚ୍‌ରେ କାହିଁକି ହେଉଛି ବିଳମ୍ବ,ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୨।୮ : ବିଭିନ୍ନ ଦୁର୍ନୀତି କ୍ଷେତ୍ରରେ ବିଳମ୍ବ ହେବାର କାରଣ ସମ୍ପର୍କରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସସେନା ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଛନ୍ତି। ଏଭଳି ମାମଲାର ତଦନ୍ତ ସମୟରେ ସତର୍କତା ସହିତ ଉପଯୁକ୍ତ କାର୍ଯ୍ୟପ୍ରଣାଳୀ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ତଦନ୍ତରେ ବିଳମ୍ବ ନେଇ ସେ ପ୍ରଶାସନିକ ବିଭାଗ ଉପରେ ବିରକ୍ତ ହୋଇଛନ୍ତି।

ସେ ଦୁର୍ନୀତି ନିବାରଣ ଶାଖାଠାରୁ ଏକ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଥିବା ମାମଲାର ରିପୋର୍ଟ ମାଗିଛନ୍ତି। ଏସବୁ ମାଲାରେ କାହିଁକି ବିଳମ୍ବ ହୋଇଛି ତାହାର କାରଣ ଦର୍ଶାଇ ଏହାର ତାଲିକା ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେ ଭିଜିଲାନ୍ସ ବିଭାଗ ସହିତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଦୁର୍ନୀତି ମାମଲାର ଯାଞ୍ଚ୍‌ ଏବଂ ବିଭିନ୍ନ ଅଭିଯୋଗୁ ଗୁରୁତ୍ୱ ସହ ବିଚାର କରିବା ସହିତ ଉପଯୁକ୍ତ କାର୍ଯ୍ୟପ୍ରଣାଳୀ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଉପରାଜ୍ୟପାଳ ସଚିବାଳୟ ବହୁଗୁଡ଼ିଏ ଦୁର୍ନୀତି ମାମଲା ୨୦୧୨ ଏବଂ ୨୦୧୭ଠାରୁ ପଡ଼ି ରହିଥିବା ଜାଣିବା ପରେ ଉପରାଜ୍ୟପାଳ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri