ରୁଷିଆର କରୋନା ଟିକା ଉପରେ ବିଶ୍ୱକୁ ହେଉନାହିଁ ଭରସା? ଜାଣନ୍ତୁ ୫ କାରଣ

ମସ୍କୋ,୧୧।୮: ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା। ଏନେଇ ମଙ୍ଗଳବାର ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଛନ୍ତି। ହେଲେ ଏହାର ଟିକାକୁ ସନ୍ଦେହଜନକ ଦୃଷ୍ଟିରେ ଦେଖାଯାଉଛି। କାରଣ କରୋନା ଟିକା ପ୍ରସ୍ତୁତ ନେଇ ଶହେରୁ ଅଧିକ ଦେଶ ପ୍ରୟାସ ଚଳାଇଛନ୍ତି। ଏଣୁ ରୁଷିଆ ପ୍ରସ୍ତୁତ କରିଥିବା ଟିକାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଜାଣନ୍ତୁ ଏହା ପଛରେ ଥିବା କିଛି କାରଣ..

ପ୍ରଥମଟି ହେଲା ଟିକା ପ୍ରସ୍ତୁତ ହୋଇଥିବା ନେଇ ଘୋଷଣା ହୋଇଥିଲେ ହେଁ ସମସ୍ତ ତଥ୍ୟ ସାର୍ବଜନିକ କରାଯାଇନାହିଁ। ହେଲେ ବ୍ରିଟେନ୍‌ ଏବଂ ଆମେରିକା କରୁଥିବା ଗବେଷଣା ସଶ୍ଳିଷ୍ଟ ସମସ୍ତ ତଥ୍ୟ ସର୍ବସାଧାରଣ ଡୋମେନ୍‌ରେ ଉପଲବ୍ଧ ରହିଛି। ସେଭଳି କିଛି ପ୍ରଶ୍ନ ହେଲା,, କେବେ ଏହାର ପରୀକ୍ଷା ଆରମ୍ଭ ହେଲା, କେତେ ଦିନ ପର୍ଯ୍ୟନ୍ତ ଚାଲିଲା? କେତେ ଲୋକ ଏଥିରେ ଅନ୍ତର୍ଭୁକ୍ତ ଥିଲେ? ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା କ’ଣ? ଟିକା ପ୍ରୟୋଗ କରିବା ପରେ କେତେ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ରୋଗରେ ପୀଡ଼ିତ ହେବାରୁ ରକ୍ଷା ପାଇଥିଲେ ଆଦି।

କୌଣସି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା(ଅନ୍ତିମ ପରୀକ୍ଷଣ) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ହଜାର ହଜାର ଲୋକଙ୍କ ଉପରେ ଟିକାକୁ ପ୍ରୟୋଗ କରାଯାଇ ପ୍ରଭାବ ଅନୁସନ୍ଧାନ କରାଯାଏ। ହେଲେ ରୁଷିଆର କରୋନା ଟିକାର କ୍ଲିନିକାଲ ପରୀକ୍ଷା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ।

ରୁଷିଆ ଟିକାକରଣର ପ୍ରାରମ୍ଭିକ ପରୀକ୍ଷା ମାଙ୍କଡ଼ ଏବଂ ପରେ ମଣିଷଙ୍କ ଉପରେ କରାଯାଇଥିଲା। ଏହି ପରୀକ୍ଷଣରେ ରୁଷିଆକୁ ସଫଳତା ମିଳିଥିବା କୁହାଯାଇଛି। ହେଲେ ଟିକା ପ୍ରସ୍ତୁତ କରିଥିବା ଗାମାଲେୟା ଇନ୍‌ଷ୍ଟିଚ୍ୟୁଟ୍‌ ଏହି ଟିକାର ନିରାପତ୍ତା ଏବଂ ବିପଦ ସମ୍ପର୍କିତ ନିୟନ୍ତ୍ରିତ ପରୀକ୍ଷଣ କରିନାହିଁ।

ରାଜନୀତି ଅଥବା ପ୍ରଚାର ଉଦ୍ଦେଶ୍ୟରେ ରୁଷିଆ ଶୀଘ୍ର ଟିକା ପ୍ରସ୍ତୁତ ହୋଇଥିବା ନେଇ ଘୋଷଣା କରିଛି ବୋଲି ବିଶ୍ୱସ୍ତରର ସଂଗଠନମାନ ଚିନ୍ତା ପ୍ରକାଶ କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ରୁଷ୍‌ କର୍ତ୍ତୃପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି।

ଡବ୍ଲୁଏଚ୍‌ଓ ପକ୍ଷରୁ ଜାରି କରାଯାଇଥିବା ଟିକା ପ୍ରସ୍ତୁତି ତାଲିକାରେ ରୁଷିଆ ଟିକାର ନାମ ନାହିଁ। ଏଣୁ ଟିକାକୁ ନେଇ ସନ୍ଦେହ ପ୍ରକାଶ କରାଯାଉଛି।

ଅପରପକ୍ଷେ ପ୍ରଧାନମନ୍ତ୍ରୀ ପୁଟିନ୍‌ଙ୍କ ଝିଅଙ୍କ ଦେହରେ ପ୍ରଥମ ଟିକାରକଣ କରାଯାଇଛି। ସେ ଏବେ ସୁସ୍ଥ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri