ରୁଷିଆର କରୋନା ଟିକା ଉପରେ ବିଶ୍ୱକୁ ହେଉନାହିଁ ଭରସା? ଜାଣନ୍ତୁ ୫ କାରଣ

ମସ୍କୋ,୧୧।୮: ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା। ଏନେଇ ମଙ୍ଗଳବାର ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଛନ୍ତି। ହେଲେ ଏହାର ଟିକାକୁ ସନ୍ଦେହଜନକ ଦୃଷ୍ଟିରେ ଦେଖାଯାଉଛି। କାରଣ କରୋନା ଟିକା ପ୍ରସ୍ତୁତ ନେଇ ଶହେରୁ ଅଧିକ ଦେଶ ପ୍ରୟାସ ଚଳାଇଛନ୍ତି। ଏଣୁ ରୁଷିଆ ପ୍ରସ୍ତୁତ କରିଥିବା ଟିକାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଜାଣନ୍ତୁ ଏହା ପଛରେ ଥିବା କିଛି କାରଣ..

ପ୍ରଥମଟି ହେଲା ଟିକା ପ୍ରସ୍ତୁତ ହୋଇଥିବା ନେଇ ଘୋଷଣା ହୋଇଥିଲେ ହେଁ ସମସ୍ତ ତଥ୍ୟ ସାର୍ବଜନିକ କରାଯାଇନାହିଁ। ହେଲେ ବ୍ରିଟେନ୍‌ ଏବଂ ଆମେରିକା କରୁଥିବା ଗବେଷଣା ସଶ୍ଳିଷ୍ଟ ସମସ୍ତ ତଥ୍ୟ ସର୍ବସାଧାରଣ ଡୋମେନ୍‌ରେ ଉପଲବ୍ଧ ରହିଛି। ସେଭଳି କିଛି ପ୍ରଶ୍ନ ହେଲା,, କେବେ ଏହାର ପରୀକ୍ଷା ଆରମ୍ଭ ହେଲା, କେତେ ଦିନ ପର୍ଯ୍ୟନ୍ତ ଚାଲିଲା? କେତେ ଲୋକ ଏଥିରେ ଅନ୍ତର୍ଭୁକ୍ତ ଥିଲେ? ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା କ’ଣ? ଟିକା ପ୍ରୟୋଗ କରିବା ପରେ କେତେ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ରୋଗରେ ପୀଡ଼ିତ ହେବାରୁ ରକ୍ଷା ପାଇଥିଲେ ଆଦି।

କୌଣସି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା(ଅନ୍ତିମ ପରୀକ୍ଷଣ) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ହଜାର ହଜାର ଲୋକଙ୍କ ଉପରେ ଟିକାକୁ ପ୍ରୟୋଗ କରାଯାଇ ପ୍ରଭାବ ଅନୁସନ୍ଧାନ କରାଯାଏ। ହେଲେ ରୁଷିଆର କରୋନା ଟିକାର କ୍ଲିନିକାଲ ପରୀକ୍ଷା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ।

ରୁଷିଆ ଟିକାକରଣର ପ୍ରାରମ୍ଭିକ ପରୀକ୍ଷା ମାଙ୍କଡ଼ ଏବଂ ପରେ ମଣିଷଙ୍କ ଉପରେ କରାଯାଇଥିଲା। ଏହି ପରୀକ୍ଷଣରେ ରୁଷିଆକୁ ସଫଳତା ମିଳିଥିବା କୁହାଯାଇଛି। ହେଲେ ଟିକା ପ୍ରସ୍ତୁତ କରିଥିବା ଗାମାଲେୟା ଇନ୍‌ଷ୍ଟିଚ୍ୟୁଟ୍‌ ଏହି ଟିକାର ନିରାପତ୍ତା ଏବଂ ବିପଦ ସମ୍ପର୍କିତ ନିୟନ୍ତ୍ରିତ ପରୀକ୍ଷଣ କରିନାହିଁ।

ରାଜନୀତି ଅଥବା ପ୍ରଚାର ଉଦ୍ଦେଶ୍ୟରେ ରୁଷିଆ ଶୀଘ୍ର ଟିକା ପ୍ରସ୍ତୁତ ହୋଇଥିବା ନେଇ ଘୋଷଣା କରିଛି ବୋଲି ବିଶ୍ୱସ୍ତରର ସଂଗଠନମାନ ଚିନ୍ତା ପ୍ରକାଶ କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ରୁଷ୍‌ କର୍ତ୍ତୃପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି।

ଡବ୍ଲୁଏଚ୍‌ଓ ପକ୍ଷରୁ ଜାରି କରାଯାଇଥିବା ଟିକା ପ୍ରସ୍ତୁତି ତାଲିକାରେ ରୁଷିଆ ଟିକାର ନାମ ନାହିଁ। ଏଣୁ ଟିକାକୁ ନେଇ ସନ୍ଦେହ ପ୍ରକାଶ କରାଯାଉଛି।

ଅପରପକ୍ଷେ ପ୍ରଧାନମନ୍ତ୍ରୀ ପୁଟିନ୍‌ଙ୍କ ଝିଅଙ୍କ ଦେହରେ ପ୍ରଥମ ଟିକାରକଣ କରାଯାଇଛି। ସେ ଏବେ ସୁସ୍ଥ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri