ଅଲଗା ହେବେ ନେହା-ରୋହନପ୍ରିତ!

ମୁମ୍ବାଇ: ବଲିଉଡ ଗାୟିକ ନେହା କକ୍କର ତାଙ୍କର ୩୫ତମ ଜନ୍ମଦିନ ୬ ଜୁନରେ ଧୁମଧାମରେ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନରେ ନେହା ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ପାର୍ଟି ରଖିଥିଲେ, ଯେଉଁଥିରେ ସେ ବହୁତ ମଜା କରୁଥିବାର ଦେଖାଯାଇଥିଲା। ନେହା କକ୍କରଙ୍କ ଜନ୍ମଦିନ ପାର୍ଟିରେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ବ୍ୟତୀତ ତାଙ୍କ ପିତାମାତା, ଭାଇଭଉଣୀମାନେ ଯୋଗ ଦେଇଥିଲେ।
ଏହି ଖୁସିର ମାହୋଲରେ ଯଦି କିଛି କମଥିଲା ତାହା ହେଉଛି ନେହାଙ୍କ ସ୍ବାମୀ ରୋହନପ୍ରୀତ। ଉତ୍ସବରେ ପ୍ରଶଂସକମାନେ ରୋହନପ୍ରୀତଙ୍କ ଅନୁପସ୍ଥିତି ଅନୁଭବ କରିଥିଲେ। ରୋହନପ୍ରିତ ତାଙ୍କ ପତ୍ନୀଙ୍କୁ ସ୍ବତନ୍ତ୍ର ଅନୁଭବ କରିବା ପାଇଁ ସୁନ୍ଦର ପୋଷ୍ଟଗୁଡିକ ସେୟାର କରୁଥିଲେ। ସେ ନେହାଙ୍କୁ ତାଙ୍କ ଜନ୍ମଦିନରେ ଓ୍ବିଶ କରି ନ ଥିଲେ। ନେହା ବି ତାଙ୍କ ଜନ୍ମଦିନରେ ରୋହନପ୍ରୀତଙ୍କ ବିଷୟରେ କିଛି କହି ନ ଥିଲେ। ଏହା ପରେ ପ୍ରଶଂସକମାନେ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ବିଷୟରେ ଚିନ୍ତା କରିବା ଆରମ୍ଭ କଲେ। ନେହା କକ୍କରଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଅନେକ ପ୍ରଶଂସକ ପଚାରିଥିଲେ, ରୋହନପ୍ରୀତ କେଉଁଠାରେ ଅଛନ୍ତି ବୋଲି।
ଏଥିସହିତ ଅନେକ ସ୍ଥାନରେ ସେମାନଙ୍କ ଅଲଗା ହେବାର ଖବର ମଧ୍ୟ ଶୁଣିବାକୁ ମିଳିଛି। ଏମିତି ଖବର ପ୍ରସାରିତ ହୋଇଥିଲେ ବି ନେହା କିମ୍ବା ତାଙ୍କ ସ୍ବାମି ରୋହନପ୍ରିତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ନେହା ଏବଂ ରୋହନପ୍ରୀତ ଅକ୍ଟୋବର ୨୦୨୦ରେ ବିବାହ କରିଥିଲେ। ବିବାହର ଅଢେଇ ବର୍ଷ ପରେ, ଦମ୍ପତିଙ୍କୁ ନେଇ ଆସିଥିବା ଏପରି ଖବର ଯୋଗୁଁ ପ୍ରଶଂସକମାନେ ଟିକେ ଟେନସନ ହୋଇଯାଇଛନ୍ତି। ପ୍ରଶଂସକମାନେ ଆଶା କରୁଛନ୍ତି ଯେ ରୋହନପ୍ରୀତ-ନେହାଙ୍କ ମଧ୍ୟରେ ସବୁ ଠିକ ଅଛି ଏବଂ ଛାଡପତ୍ର ଖବର କେବଳ ଗୁଜବ। ବର୍ତ୍ତମାନ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri