Posted inଫୁରସତ

ବାଦୁଡ଼ି ଓଲଟା ଝୁଲେ କାହିଁକି? ଜାଣନ୍ତୁ ସେ ସମ୍ପର୍କରେ…

ବାଦୁଡି ହେଉଛି ଏକମାତ୍ର ଉଡନ୍ତା ସ୍ତନ୍ୟପାୟୀ ପ୍ରାଣୀ। କୁହାଯାଏ ଏହାର ଅସ୍ତିତ୍ୱ ବହୁ ପୁରୁଣା। ଏମିତିକି ଡାଇନୋସର ଯୁଗରେ ବି ଏହାର ଅସ୍ତିତ୍ୱ ଥିବା କିଛି ତଥ୍ୟ କହେ। କାରଣ ଆଜି ପର୍ଯ୍ୟନ୍ତ ମିଳିଥିବା ବାଦୁଡ଼ିର ସବୁଠାରୁ ପୁରୁଣା ଜୀବାଶ୍ମ ୫୨ ମିଲିୟନ ବର୍ଷ ତଳର ବୋଲି କୁହାଯାଉଛି। ଏହା ଏମିତି ଏକ ପ୍ରାଣୀ ଯେକି ମରୁଭୂମି ପରି ଚରମ ତାପମାତ୍ରା ଥିବା ସ୍ଥାନରେ ଦେଖାଯାଆନ୍ତି, ସବୁଠୁ ଥଣ୍ଡା ଧ୍ରୁବୀୟ ଅଞ୍ଚଳରେ ବି ଦେଖାଯାଆନ୍ତି। ଆଉ ସବୁ ବାଦୁଡି ଓଲଟା ଝୁଲି ରହନ୍ତି। ଆଉ ଏମାନେ ଭୂମିରୁ ଉଡାଣ ଭରି ପାରନ୍ତି ନାହିଁ। କାରଣ ଏମାନଙ୍କ ଆଗଗୋଡ ଯାହାକି ଡେଣାର କାମ କରେ ତା’ର ଗଠନ ଭିନ୍ନ। ଯାହାକି ଭୂମିରୁ ଉଡିବା ଲାଗି ଆବଶ୍ୟକୀୟ ଲିଫ୍ଟ ସୃଷ୍ଟି କରିପାରେ ନାହିଁ। ଏମିତି କ୍ଷେତ୍ରରେ କିଛିଟା ଦୌଡିବାପରେ ସେମାନେ ହୁଏତ ଉଡାଣ ଭରିପାରିଥାନ୍ତେ। ହେଲେ ସେମାନଙ୍କ ପଛ ଗୋଡ ବହୁତ ଛୋଟ ଏବଂ ଅବିକଶୀତ। ତେଣୁ ଏମାନେ ଦୌଡିକି ଗତି ଧରି ପାରନ୍ତି ନାହିଁ। ଫଳରେ ସେମାନଙ୍କ ପାଖରେ ପଛଗୋଡର ପଞ୍ଝା ସାହାଯ୍ୟରେ ଉଚ୍ଚ ସ୍ଥାନକୁ ଚଢି ପରେ ପଞ୍ଝା ଛାଡି ତଳକୁ ପଡ଼ିବା ଭଳି ଅବସ୍ଥାରେ ଉଡିଥାନ୍ତି। ବାଦୁଡିଙ୍କ ଧମନୀର ଓ୍ବାନ ଓ୍ବେ ଭାଲ୍‌ଭ ଥାଏ। ତେଣୁ ଓଲଟା ଝୁଲିବାବେଳେ ରକ୍ତ ଓଲଟା ପ୍ରବାହିତ ହୁଏ ନାହିଁ। ଏମାନେ ସାଧାରଣତଃ ଅନ୍ଧାରିଆ ଗୁମ୍ଫାରେ ଦିନସାରା ଆରାମ କରନ୍ତି। ରାତିରେ ବାହାରନ୍ତି। ଶୋଇବାବେଳେ ବି ଏମାନେ ପଡ଼ନ୍ତି ନାହିଁ। କାରଣ ସେମାନଙ୍କ ଗୋଡର ଶିରା ଏଭଳିଭାବେ ବ୍ୟବସ୍ଥିତ ଯେ, ସେମାନଙ୍କ ଓଜନ ହିଁ ସେମାନଙ୍କ ପଞ୍ଝାକୁ ମଜଭୁତର ସହ ଧରି ରଖିବାରେ ସାହାଯ୍ୟ କରେ। ଉଚ୍ଚ ସ୍ଥାନରେ ଝୁଲି ରହିବାଦ୍ୱାରା ପରଭକ୍ଷୀଙ୍କଠାରୁ ବି ଏମାନେ ସୁରକ୍ଷିତ ରୁହନ୍ତି। ମାସ ମାସ ଏମିତିକି ବର୍ଷ ବର୍ଷ ବି ଏମାନେ ଏଭଳି ଓଲଟା ଝୁଲି ରହିପାରନ୍ତି। କିଛି ବାଦୁଡି ୫-୬ ମାସ ପର୍ଯ୍ୟନ୍ତ ଶୀତସୁପ୍ତୀକୁ ଚାଲିଯାଆନ୍ତି। ଏହି ସମୟରେ ସେମାନେ ଶରୀରରେ ସଞ୍ଚତ୍ତ ରଖିଥିବା ଫ୍ୟାଟ ଦ୍ୱାରା ଜୀବନଧାରଣ କରନ୍ତି। ସାରା ପୃଥିବୀରେ ୧୪୦୦ରୁ ଉର୍ଦ୍ଧ୍ୱ ପ୍ରଜାତିର ବାଦୁଡ଼ି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri