Posted inଜାତୀୟ

କାହିଁକି ମୋଦି ନେଲେ ଏଭଳି ନିଷ୍ପତ୍ତି? ମାଳଦ୍ୱୀପ ଗସ୍ତ ଶେଷ କରି ଦିଲ୍ଲୀ ବଦଳରେ ସିଧା…ଜାଣନ୍ତୁ

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ଶେଷ ହୋଇଛି। ସେ ମାଲଦ୍ୱୀପରୁ ଭାରତ ଫେରୁଛନ୍ତି, କିନ୍ତୁ ଦିଲ୍ଲୀ ନ ଆସି ସିଧାସଳଖ ତାମିଲନାଡୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିମାନ ରାତିରେ ତାମିଲନାଡୁରେ ଅବତରଣ କରିବ। ବ୍ରିଟେନ ଗସ୍ତ ଶେଷ କରି ମୋଦି ମାଲଦ୍ୱୀପରେ ପହଞ୍ଚିଥିଲେ, ଯେଉଁଠାରେ ସେ ଶନିବାର ମାଳଦ୍ୱୀପର ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମାଲଦ୍ୱୀପ ପରେ କାହିଁକି ସିଧାସଳଖ ତାମିଲନାଡୁ?
ପ୍ରଧାନମନ୍ତ୍ରୀ ମୋଦି ଶନିବାର ରାତିରେ ତୂତିକୋରିନରୁ ତ୍ରିଚି ବିମାନ ମାର୍ଗରେ ପହଞ୍ଚିବେ। ତ୍ରିଚି ବିମାନବନ୍ଦରରେ ପହଞ୍ଚିବା ପରେ ସେ କଲେକ୍ଟର ଅଫିସ ରୋଡ଼ସ୍ଥିତ ଏକ ହୋଟେଲରେ ରାତ୍ରି ବିଶ୍ରାମ କରିବେ। ପରଦିନ ସକାଳେ ସେ ହୋଟେଲରୁ ବିମାନବନ୍ଦର ପର୍ଯ୍ୟନ୍ତ ଏକ ରୋଡ ଶୋ’ରେ ଅଂଶଗ୍ରହଣ କରିବେ ଏବଂ ପରେ ହେଲିକପ୍ଟର ଯୋଗେ ଅରିୟାଲୁର ଅଭିମୁଖେ ଯାତ୍ରା କରିବେ।

ତାମିଲନାଡୁକୁ ୪,୮୦୦ କୋଟିର ଉପହାର:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ତୂତିକୋରିନରେ ୪,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପଣ କରିବେ ଏବଂ ଅନେକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ।

ଆଧିକାରିକ ବିଜ୍ଞପ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ବିମାନବନ୍ଦରର ନୂଆ ଟର୍ମିନାଲ ଭବନର ଉଦଘାଟନ କରିବେ ଏବଂ ଏହାର ପରିଦର୍ଶନ ମଧ୍ୟ କରିବେ।ସେ ଦୁଇଟି ରଣନୀତିକ ଗୁରୁତ୍ୱପୂର୍ଣ୍ଣ ରାଜମାର୍ଗ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପଣ କରିବେ।

ଏହା ମଧ୍ୟରୁ ଏକ ହେଉଛି ଜାତୀୟ ରାଜପଥ-୩୬ର ସେଥିୟାଥୋପେରୁ ଚୋଲାପୁରମ ପର୍ଯ୍ୟନ୍ତ ୫୦ କିଲୋମିଟର ରାସ୍ତାକୁ ଚାରି ଲେନରେ ବିକଶିତ କରାଯାଇଛି, ଯାହା ବିକ୍ରବାଣ୍ଡି-ତଞ୍ଜାଭୁର କରିଡର ଅଧୀନରେ ୨,୩୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ।

ଦ୍ୱିତୀୟ ପ୍ରକଳ୍ପ ହେଉଛି NH-୧୩୮ର ୫.୧୬ କିଲୋମିଟର ତୂତିକୋରିନ ବନ୍ଦର ରାସ୍ତାକୁ ଛଅ ଲେନରେ ପ୍ରସାରିତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା। ଏହା ସହ ମୋଦି ଭି. ଓ. ଚିଦମ୍ବରନାର ବନ୍ଦରରେ ୨୮୫ କୋଟି ଟଙ୍କା ବ୍ୟୟରେ ର୍ନିମିତ ୬.୯୬ ଏମଏମଟିପିଏ ମାଲ ପରିଚାଳନା କ୍ଷମତା ସହିତ ନର୍ଥ କାର୍ଗୋ ବର୍ଥ-୩ର ଉଦଘାଟନ କରିବେ।

ସେ ଦକ୍ଷିଣ ତାମିଲନାଡୁରେ ତିନୋଟି ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ରାଷ୍ଟ୍ରକୁ ସମର୍ପଣ କରିବେ, ଯାହା ସ୍ଥାୟୀ ଓ ପ୍ରଭାବଶାଳୀ ସଂଯୋଗୀକରଣକୁ ବୃଦ୍ଧି କରିବ।

ଏହା ବ୍ୟତୀତ, ମୋଦି କୁଡନକୁଲମ ପରମାଣୁ ବିଦ୍ୟୁତ କେନ୍ଦ୍ରର ଇକାଇ ୩ ଓ ୪ (୨ସ୧୦୦୦ ମେଗାୱାଟ)ରୁ ବିଦ୍ୟୁତ ନିଷ୍କାସନ ପାଇଁ ଅନ୍ତର୍‌-ରାଜ୍ୟ ଟ୍ରାନ୍ସମିସନ ସିଷ୍ଟମ (IST)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପ ସ୍ବଚ୍ଛ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ ଏବଂ ତାମିଲନାଡୁ ସମେତ ଅନ୍ୟାନ୍ୟ ଲାଭାନ୍ବିତ ରାଜ୍ୟର ବିଦ୍ୟୁତ ଚାହିଦା ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।

ତାମିଲନାଡୁରେ ଚାଲିଛି ପ୍ରସ୍ତୁତି
ପ୍ରଧାନମନ୍ତ୍ରୀ ମୋଦିଙ୍କ ତାମିଲନାଡୁ ଗସ୍ତକୁ ନେଇ ଭାଜପାର ରାଜ୍ୟ ଇକାଇ ମଧ୍ୟ ବଡ଼ ଧରଣର ପ୍ରସ୍ତୁତି କରିଛି। ଭାଜପା ନେତା କେ. ଅନ୍ନାମଲାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ତାମିଲନାଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୂତିକୋରିନ ଓ ଐତିହାସିକ ଗଙ୍ଗେଇକୋଣ୍ଡା ଚୋଲପୁରମରେ ସ୍ବାଗତ କରି ଗର୍ବିତ। ଭାଜପା ନେତା ତଥା ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ କହିଛନ୍ତି, ଆମେ ବହୁତ ଖୁସି ଯେ ଆମ ପ୍ରଧାନମନ୍ତ୍ରୀ ତୂତିକୋରିନ ଆସୁଛନ୍ତି ଏବଂ ସେ କଲ୍ୟାଣକାରୀ ଯୋଜନାଗୁଡ଼ିକର ଉଦ୍‌ଘାଟନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?