Posted inଜାତୀୟ

ସବୁବେଳେ ସୋନିଆଙ୍କୁ ସାକ୍ଷାତ୍‌ କରିବା କ’ଣ ଜରୁରୀ, ଦିଦିଙ୍କ ପ୍ରଶ୍ନ…

କୋଲକାତା,୨୫।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟସ୍ତରରେ ତାଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମସ)କୁ ବିସ୍ତାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥି ଲାଗି ଅନ୍ୟ ଦଳର ନେତାମାନଙ୍କୁ ବାଡ଼ ଡିଆଁଇବା କାମ ସେ ଆରମ୍ଭ କରିଛନ୍ତି ଏବଂ ଏଥିରେ ଦିଦିଙ୍କୁ ସଫଳତା ମଧ୍ୟ ମିଳୁଥିବା ଜଣାପଡିଛି। ମଙ୍ଗଳବାର କଂଗ୍ରେସ ନେତା କିର୍ତ୍ତୀ ଆଜାଦ ଏବଂ ପୂର୍ବତନ କଂଗ୍ରେସ ଏମ୍‌ପି ଅଶୋକ ତନୱାର ଟିଏମସିରେ ଯୋଗ ଦେଇଥିବା ବେଳେ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ସହ ୧୧ ଜଣ କଂଗ୍ରେସ ବିଧାୟକ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି। ଏସବୁ ମଧ୍ୟରେ ମମତା ବାନାର୍ଜୀଙ୍କ ଏକ ବିବୃତ୍ତି କଂଗ୍ରେସକୁ ଆଉ ଏକ ବଡ ଝଟକା ଦେଇଛି। ମମତାଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା । ଦିଦି ଯଉଁ ସ୍ବରରେ ସ୍ପଷ୍ଟ ଭାବରେ ଉତ୍ତର ଦେଇଛନ୍ତି ତାହା ଦର୍ଶାଉଛି ଯେ ସେ ଆଉ କଂଗ୍ରେସ ସହିତ ବୁଝାମଣା କରିବାକୁ ଚାହୁଁନାହାଁନ୍ତି। କଂଗ୍ରେସ ଅଧ୍ୟକ୍ଷାଙ୍କୁ ଭେଟିବା ବିଷୟରେ ପଚରାଯିବାରୁ ମମତା ଦିଦି କହିଛନ୍ତି ଯେ ଏଥର ମୁଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ୍‌ କରିବା ଲାଗି ସମୟ ମାଗିଥିଲି। ପଞ୍ଜାବ ନିର୍ବାଚନରେ ସମସ୍ତ ନେତା ବ୍ୟସ୍ତ ଅଛନ୍ତି। କାମ ପ୍ରଥମେ । ତେଣୁ ସୋନିଆ ଗାନ୍ଧୀଙ୍କୁ ଆମେ ପ୍ରତ୍ୟେକ ଥର କାହିଁକି ଭେଟିବା? ଏହା ସାମ୍ବିଧାନିକ ଭାବରେ ବାଧ୍ୟତାମୂଳକ କି? ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ମମତା କହିଛନ୍ତି ଯେ ଉତ୍ତରପ୍ରଦେଶରେ ଭାଜପାକୁ ପରାସ୍ତ କରିବା ଲାଗି ତୃଣମୂଳ କଂଗ୍ରେସ ଅଖିଳେଶ ଯାଦବଙ୍କୁ ସହାୟତା ଯୋଗାଇ ଦିଆଯିବ। ମମତା କହିଛନ୍ତି ଯେ କମଳାପତି ତ୍ରିପାଠୀଙ୍କ ପରିବାର ବର୍ତ୍ତମାନ ତୃଣମୂଳ ସହିତ ଥିବାରୁ ସେ ବାରାଣାସୀ ମଧ୍ୟ ଯିବେ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳାପତି ତ୍ରିପାଠୀଙ୍କ ପରିବାରର ରାଜେଶପତି ଏବଂ ଲଲିତେଶପତି ତ୍ରିପାଠୀ ଅକ୍ଟୋବରରେ ତୃଣମୂଳକଂଗ୍ରେସରେ ଯୋଗ ଦେଇଥିଲେ। ନଭେମ୍ବର ୩୦ ରେ ମମତା ଦୁଇ ଦିନିଆ ଭ୍ରମଣରେ ମହାରାଷ୍ଟ୍ର ଯିବେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri