Categories: ଫୁରସତ

ନବବିବାହିତଙ୍କ ପାଇଁ କାହିଁକି ହୁଏ ହନିମୁନ୍‌…

ବୈବାହିକ ଜୀବନକୁ ନେଇ ପ୍ରତ୍ୟେକ ଯୁବତୀ ଯୁବକ କେତେ ସ୍ବପ୍ନ ଦେଖିଥାନ୍ତି । ବିବାହକୁ ସ୍ମରଣୀୟ କରିବା ପାଇଁ ସେମାନେ କରିଥାନ୍ତି ସବୁପ୍ରକାର ଚେଷ୍ଟା । ବିବାହ ପରେ ପ୍ରୀତି ଭୋଜନର ଆୟୋଜନ ସହିତ କରିଥାନ୍ତି ହନିମୁନ୍‌ ଯୋଜନା । ବିବାହ ପରେ ଦମ୍ପତି ହନିମୁନ୍‌ରେ ଯିବା ଆଜିକାଲି ଏକ ଟ୍ରେଣ୍ଡ ପାଲଟି ଗଲାଣି। ପରସ୍ପରକୁ ବୁଝିବା, ବିବାହକୁ ସ୍ମରଣୀୟ କରିବା, ମୌଜମସ୍ତି କରିବା, ନୂଆ ଯାଗା ବୁଲିବା ଆଦି ଇଚ୍ଛା ନେଇ ନବଦମ୍ପତି ହନିମୁନ୍‌ର ଯୋଜନା କରନ୍ତି । ନବଦମ୍ପତି ଘର ପରିବାର ଓ ବନ୍ଧୁ ବାନ୍ଧବଙ୍କ ମେଳରେ ରହିଲେ ନିଜ ପାର୍ଟନରଙ୍କୁ ଧ୍ୟାନ ଦେଇ ପାରି ନ ଥାନ୍ତି । ଫଳରେ ପରସ୍ପରର ପସନ୍ଦକୁ ଠିକ୍‌ ଭାବେ ଜାଣି ପାରନ୍ତି ନାହିଁ । ତେଣୁ ଏକାନ୍ତରେ କିଛି ସମୟ ବିତାଇବା ପାଇଁ ହନିମୁନ୍‌ ଯୋଜନା କରିଥାନ୍ତି। ତେବେ ପ୍ରାଚୀନ ଶାସ୍ତ୍ର ଅନୁସାରେ ଏହାଦ୍ୱାରା ନବଦମ୍ପତି ଘରଠାରୁ କିଛି ସମୟ ଏକାନ୍ତରେ ବିତାଇ ମାନସିକ ତଥା ଶାରୀରିକସ୍ତରରେ ପରସ୍ପରର ନିକଟବର୍ତ୍ତୀ ହୋଇ ବଂଶକୁ ଆଗକୁ ବଢ଼ାଇଥାନ୍ତି।

Share