Posted inUncategorized

‘କୁମ୍ଭୀର ବ୍ୟାଟେରି ଫାର୍ମିଂ’ କାହିଁକି ବିସ୍ମୃତ

ଦୈନିକ ଧରିତ୍ରୀରେ ୭ ଅକ୍ଟୋବର୨୦୨୫ରେ ପ୍ରକାଶିତ ‘କାରଖାନା କୃଷି ….’ ଲେଖାଟି ପଢ଼ିବା ପରେ କେଇ ଦଶନ୍ଧି ପଛକୁ ଫେରିଗଲି। ଓଡ଼ିଶାରେ ୧୯୭୫ ମସିହାରୁ ପ୍ରଥମ କରି ଯେତେବେଳେ କୁମ୍ଭୀର ଯୋଜନା ଆରମ୍ଭ କରାଗଲା, ସେତିକି ବେଳଠୁ ଫୁଡ ଆଣ୍ଡ୍‌ ଏଗ୍ରିକଲଚର ଅର୍ଗାନାଇଜେଶନ (ଏଫ୍‌ଏଓ)/ ୟୁନାଇଟେଡ ନେଶନ୍ସ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ(ୟୁନ୍‌ଡିପି)ତଥା ଡ.ବୁଷ୍ଟର୍ଡଙ୍କ ବିଭିନ୍ନ ପ୍ରୋଜେକ୍ଟ ରିପୋର୍ଟ ମାଧ୍ୟମରେ ଆମେ ବ୍ୟାଟେରି ଫାର୍ମିଂ ଶବ୍ଦ ସହିତ ପରିଚିତ ହେଲୁ। ସଂରକ୍ଷଣ ପ୍ରଚ୍ଛଦପଟରେ ଭବିଷ୍ୟତ ସମୟରେ ବ୍ୟାଟେରି ଫାର୍ମିଂ ଜରିଆରେ ଅଧିକ କୁମ୍ଭୀର ଉତ୍ପାଦନ କରି ରାଷ୍ଟ୍ର ପାଇଁ ବୈଦେଶିକ ମୁଦ୍ରା ଉପାର୍ଜ୍ଜନ କରିବାର ସମ୍ଭାବନା ଆମମାନଙ୍କ ସମ୍ମୁଖରେ ତଥା ଆନ୍ତର୍ଜାତିକ ସ୍ତରରେ ଗୋଟିଏ ବଡ଼ ଉଦ୍ଦେଶ୍ୟ ଓ ପ୍ରଲୋଭନ ରହିଥିଲା। ୧୯୭୫-୧୯୮୨ ସମୟରେ ସେହି ଦିଗରେ ଯେତେ କିଛି ଗବେଷଣା ହୋଇପାରିବ ତା’ ମଧ୍ୟ କରାଗଲା। ଯେପରିକି କୁମ୍ଭୀର ତା’ ପେଟକୁ କେତେ ଖାଇଲେ ଶରୀରରେ କେତେ ମାତ୍ରାରେ ବୃଦ୍ଧି ଘଟିବ ଇତ୍ୟାଦି। ଘଡ଼ିଆଳ କୁମ୍ଭୀର ଓ ଗୋମୁହାଁ କୁମ୍ଭୀରଙ୍କୁ ନେଇ ଏହି ଦିଗରେ ଶାତକୋଶିଆ ଗଣ୍ଡ ଅଭୟାରଣ୍ୟର ଟିକରପଡ଼ା ସ୍ଥିତ ଯୋଜନା ସମ୍ପର୍କିତ ଅଧ୍ୟୟନ ଓ ଗବେଷଣା ତଥ୍ୟ ଏଯାବତ ଇଣ୍ଟରନେଟରେ ଉପଲବ୍ଧ ରହିଆସିଛି। ବଉଳା କୁମ୍ଭୀର ପାଇଁ ଅନୁରୂପ କିଛିଟା ତଥ୍ୟ ଆନ୍ତର୍ଜାତିକ ଏବଂ ସ୍ଥାନୀୟ ଡାଙ୍ଗମାଳ ଯୋଜନାରୁ ମଧ୍ୟ ଉପଲବ୍ଧ ହେଉଥାଏ। ଅର୍ଥନୈତିକ ଦୃଷ୍ଟିକୋଣରୁ ଆଲୋଚନା କରି, ଜେ. ଏମ. ଡି-ୱାର୍‌ ନାମକ ବିଶେଷଜ୍ଞ ୧୯୭୫ ଓ ୧୯୭୮ରେ କୁମ୍ଭୀର ଓ ସମୁଦ୍ର କଇଁଛ ସମ୍ବନ୍ଧରେ ଦୁଇଟି ରିପୋର୍ଟ ପ୍ରଦାନ କରିଥିଲେ। ଓଡ଼ିଶାର ସୁପରିଚିତ ତତ୍କାଳୀନ ବନ ସଂରକ୍ଷକ ଭଗବାନ ଚରଣ କାନୁନଗୋ ମଧ୍ୟ ଅନୁରୂପ ବ୍ୟବହାରିକ ଯୋଜନା ପ୍ରସ୍ତୁତ କରିଥିଲେ। ଭାରତର ବିଭିନ୍ନ ରାଜ୍ୟର ବନ ବିଭାଗ ପଦାଧିକାରୀ, ତଥା ଆଖପାଖ ଦେଶଗୁଡ଼ିକରୁ ଆସୁଥିବା ଅଫିସରମାନଙ୍କୁ ହାଇଦ୍ରାବାଦଠାରେ କେନ୍ଦ୍ର ସରକାରଙ୍କ କୁମ୍ଭୀର ଅନୁଷ୍ଠାନରେ ଶିକ୍ଷା ପ୍ରଦାନ କରାଗଲା। ଯେପରିକି ଅନୁଦାନ ଭିତ୍ତିକ ଏଫ୍‌ଏଓ ପ୍ରୋଜେକ୍ଟ ବନ୍ଦ ହୋଇଗଲେ ମଧ୍ୟ ତାଲିମ-ପ୍ରାପ୍ତ ବ୍ୟକ୍ତିଙ୍କ ଅଭାବ ରହିବନି ସେଥିପ୍ରତି ସତର୍କତା ଅବଲମ୍ବନ କରାଗଲା।
୧୯୮୭ରେ ମୁଁ ସେଇ କୁମ୍ଭୀର ଅନୁଷ୍ଠାନ ଦାୟିତ୍ୱରେ ରହିବା ସହ କେନ୍ଦ୍ର ସରକାରଙ୍କର ଗୋଟିଏ ଟେକ୍‌ନିକାଲ କମିଟିର ଆବାହକ ଥାଏ। ସେତେବେଳେ ଜାନୁଆରୀରେ ପାଞ୍ଚୋଟି ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଓ ତତ୍କାଳୀନ ଏଫ୍‌ଏଓ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିବା କମିଟି କର୍ନାଟକରେ ଭେଟିଥିଲୁ। ସେଇଠି ନିଷ୍ପତ୍ତି ହେଲା ଯେ, କୁମ୍ଭୀରଙ୍କୁ ନେଇ ଯେଉଁ ପ୍ରକାରର ବ୍ୟାଟେରି ଫାର୍ମିଂ ପରିକଳ୍ପନା କରାଯାଇଥିଲା ତା’ କାର୍ଯ୍ୟକାରୀ ହୋଇପାରିବନି। କାରଣ ସ୍ପଷ୍ଟ ଥିଲା ଯେ, ବନ୍ୟପ୍ରାଣୀ ଅଧିନିୟମ ଅନୁଯାୟୀ କୁମ୍ଭୀରମାନେ ଅନୁସୁଚୀ-I ପ୍ରାଣୀ, ଯଦିବା ଆମେ ନିୟମ ବଦଳାଇବା, ଆମ ଅଭୟାରଣ୍ୟରେ କୁମ୍ଭୀର ମାନଙ୍କୁ ଯଥେଷ୍ଟ ସୁରକ୍ଷା ଦେଇ ପାରିବାନି। ବ୍ୟାଟେରି ଫାର୍ମିଂ ଆଢୁଆଳରେ ପ୍ରାକୃତିକ ପରିବେଶରେ ଥିବା କୁମ୍ଭୀରମାନେ ୧୯୭୫ ବର୍ଷ ପୂର୍ବାବସ୍ଥା ଭଳି ନୂତନ ପ୍ରକାରର ବିପଦ ଅନୁଭବ କରିବେ। ତେଣୁ କୁମ୍ଭୀରଙ୍କୁ କୌଣସି ପ୍ରକାର ବ୍ୟବସାୟିକ ସୂତ୍ରରେ ମାରିବା ସେଇଠୁ ବନ୍ଦ ହେଲା। ମାନେକା ଗାନ୍ଧୀଙ୍କ ସମୟରେ ସେଭଳି ପରିକଳ୍ପନାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲା।
ରାଷ୍ଟ୍ରୀୟ ଚମ୍ବଲ ଅଭୟାରଣ୍ୟ, ଶିମିଳିପାଳ-ରମତୀର୍ଥ ଓ ଅନ୍ୟାନ୍ୟ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଗବେଷଣା ଭିତ୍ତିକ କାର୍ଯ୍ୟ ସ୍ଥାପନ ହେଲା। ଯେପରକି, ବିଗତ ବର୍ଷ ଗୁଡିକରେ ହାସଲ କରିଥିବା କୁମ୍ଭୀର-ବିଦ୍ୟାକୁ ଆମେ ଭୁଲି ନ ଯାଉ। ଅଭୟାରଣ୍ୟଗୁଡ଼ିକରେ କୁମ୍ଭୀର ତଥା ସେମାନଙ୍କ ପାରିପାଶର୍‌ବିକ ଜୀବଜନ୍ତୁଙ୍କ ସମ୍ପର୍କରେ ଅନେକ ଗବେଷଣା-ଲବ୍ଧ ଜ୍ଞାନ ହାସଲ ହୋଇପାରିଲା। ଏପରିକି, ୧୯୯୧ରେ ମୁଁ ଓ ଡ. ସୁଧାକର କରଙ୍କୁ ତତ୍କାଳୀନ କେନ୍ଦ୍ର ପରିବେଶ ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ନେଇ ତାମିଲନାଡୁ ଯିବାକୁ ହୋଇଥିଲା। ସେ ରାଜ୍ୟରେ ସ୍ଥିତ ବିଭିନ୍ନ କୁମ୍ଭୀର କେନ୍ଦ୍ର ଓ ମହାବଳୀପୁରମରେ ଥିବା ରମୁଲସ ହୁଇଟେକରଙ୍କ କୁମ୍ଭୀର ବ୍ୟାଙ୍କ ଭବିଷ୍ୟତ କାର୍ଯ୍ୟାବଳୀ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲୁ।
ସାରାଂଶରେ, ଭାରତ ବର୍ଷରେ କୌଣସି ଅନୁସୁଚୀ-I ଜୀବମାନଙ୍କୁ ନେଇ ଆମେ ଆର୍ଥିକ ଉପାର୍ଜ୍ଜନ ପାଇଁ ଚିନ୍ତା କରିପାରିବାନି। ମାତ୍ର ସେଭଳି ଜୀବମାନଙ୍କ ଜରିଆରେ ଆମେ ଜନସାଧାରଣ ତଥା ଯୁବପିଢ଼ିଙ୍କୁ ଶିକ୍ଷାଦାନ କରିପାରିବା। ସହନୀୟ ଓ ଦାୟିତ୍ୱ ସମ୍ପନ୍ନ ଟୁରିଜମ ମାଧ୍ୟମରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ପୂର୍ବଭଳି ବନ୍ୟପ୍ରାଣୀ ସଂରକ୍ଷଣ ଛତ୍ରଛାୟାରେ ରୋଜଗାର ଦେଇ ପରିବା।
ପ୍ରାକ୍ତନ ଭାରପ୍ରାପ୍ତ ଅଧିକାରୀ, କେନ୍ଦ୍ରୀୟ କୁମ୍ଭୀର ପ୍ରଜନନ ତଥା ପରିଚାଳନା
ଶିକ୍ଷା ଅନୁଷ୍ଠାନ,
ମୋ: ୭୯୭୮୩୩୫୯୮୩

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri