କାହିଁକି ଗିରଫ ହେଲେ ହରିୟାଣା ପୋଲିସ ଆଇଜି

ଚଣ୍ଡିଗଡ଼, ୨୨।୮: ଜବରଦସ୍ତି ଘରେ ପଶି ୨ଜଣ ମହିଳାଙ୍କ ସହ ଖରାପ ବ୍ୟବହାର କରିବା ଅଭିଯୋଗରେ ହରିୟାଣା ପୋଲିସର ଜଣେ ବରିଷ୍ଠ ଆଇଜି ଗିରଫ ହୋଇଛନ୍ତି। ସୂଚନା ମୁତାବକ ହରିୟାଣା ପୋଲିସର ଇନ୍ସପେକ୍ଟର ଜେନେରାଲ (ଆଇଜି) ହେମନ୍ତ କଲସନ ଶୁକ୍ରବାର ପଞ୍ଚକୁଲାର ପିଞ୍ଜୋର ଅଞ୍ଚଳରେ ଘରେ ପ୍ରବେଶ କରି ୨ଜଣ ମହିଳାଙ୍କୁ ର୍ଦୁବ୍ୟବହାର କରିଥିଲେ। ଏପରିକି ଜଣେ ଯୁବକଙ୍କୁ ପିଟିଥିବା ଅଭିଯୋଗ ହୋଇଥିଲା। ଏହାପରେ ମହିଳାଙ୍କ ଅଭିଯୋଗ ଆଧାରରେ ହେମନ୍ତଙ୍କ ନାମରେ ମାମଲା ରୁଜୁ ହେବା ସହ ଶନିବାର ତାଙ୍କୁ ଗିରଫ କରାଯାଇଛି। ହରିୟାଣା ପୋଲିସର ପ୍ରବକ୍ତା କହିଛନ୍ତି, ‘୫୫ ବର୍ଷୀୟ ହେମନ୍ତ ୨୧ ଅଗଷ୍ଟ ରାତିରେ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ଝିଅଙ୍କୁ ଖରାପ ବ୍ୟବହାର କରିଥିଲେ। ଏହାପରେ ମହିଳାଙ୍କ ପୁଅକୁ ମାଡ଼ ମାରିଥିଲେ। ପିଞ୍ଜୋର ଥାନାରେ ମହିଳାଙ୍କ ଅଭିଯୋଗ ଆଧାରରେ ହେମନ୍ତଙ୍କ ନାମରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଶନିବାର ତାଙ୍କୁ ଗିରଫ କରାଯାଇଥିଲା।’ ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ପଞ୍ଚକୁଲା ଆଇଜି (ହୋମଗାର୍ଡ) ଥିବା ହେମନ୍ତ ପୂର୍ବରୁ ମଧ୍ୟ ଅନେକ ଘଟଣାରେ ବିବାଦ ଘେରରେ ରହିଥିଲେ। ଏପରିକି ପୂର୍ବରୁ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇସାରିଛି। ଗତବର୍ଷ ଏପ୍ରିଲରେ ତାମିଲନାଡ଼ୁ ନିର୍ବାଚନ ଡ୍ୟୁଟିରେ ଥିବାବେଳେ ହେମନ୍ତ ଶୂନ୍ୟକୁ ଫାୟାରିଂ କରି ବିବାଦକୁ ଆସିଥିଲେ। ଏହାପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ୨୦୧୮ ସେପ୍ଟେ୍‌ମ୍ବରରେ ମଧ୍ୟ ଗାଡ଼ି ଓଭରଟେକ୍‌ କରିବାକୁ ନେଇ ହେମନ୍ତ ଜଣେ ବ୍ୟକ୍ତିଙ୍କୁ ପିଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri