Posted inଜାତୀୟ

ପୂର୍ବତନ ସେନାମୁଖ୍ୟଙ୍କ ଅପ୍ରକାଶିତ ବହିକୁ ନେଇ ଲୋକସଭାରେ ଝଡ଼

ନୂଆଦିଲ୍ଲୀ,୨।୨: ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ଏମ.ଏମ. ନରଭାଣେଙ୍କ ଆତ୍ମଜୀବନୀ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’କୁ ନେଇ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି। ସୋମବାର ଲୋକସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ପ୍ରବଳ ହଙ୍ଗାମା ହୋଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଅପ୍ରକାଶିତ ପୁସ୍ତକର କିଛି ଅଂଶକୁ ସଂସଦରେ ପଢ଼ିବାକୁ ଚେଷ୍ଟା କରିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଜୋରଦାର ବିରୋଧ କରିଥିଲେ। ଏହି ବିବାଦ ଯୋଗୁ ଗୃହର କାର୍ଯ୍ୟଧାରା ବାଧାପ୍ରାପ୍ତ ହେବା ସହ ଏକାଧିକ ବାର ମୁଲତବୀ ରଖାଯାଇଥିଲା।

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ ରାହୁଲ ଗାନ୍ଧୀ ଜେନେରାଲ୍ ନରଭାଣେଙ୍କ ପୁସ୍ତକରୁ ‘ଗଲୱାନ୍’ ଓ ‘ଡୋକଲାମ୍’ ସୀମା ବିବାଦ ପ୍ରସଙ୍ଗରେ କିଛି ତଥ୍ୟ ଉପସ୍ଥାପନ କରିବାକୁ ଚାହିଁଥିଲେ। ସେ ଅଭିଯୋଗ କରିଥିଲେ ଯେ, ସୀମାରେ ଚାଇନା ଟ୍ୟାଙ୍କ ପ୍ରବେଶ କରିବା ସମୟରେ ରାଜନୈତିକ ନେତୃତ୍ୱ ନିଷ୍ପତ୍ତି ନେଇପାରିନଥିଲେ ଏବଂ ସମସ୍ତ ଦାୟିତ୍ୱ ସେନା ଉପରେ ଛାଡ଼ି ଦିଆଯାଇଥିଲା।

ତେବେ ରାଜନାଥ ସିଂହ ଏହାକୁ ବିରୋଧ କରି କହିଥିଲେ ଯେ, ଯେଉଁ ପୁସ୍ତକ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ, ତାହାର ତଥ୍ୟକୁ ସଂସଦରେ ଗ୍ରହଣ କରାଯାଇପାରିବ ନାହିଁ। ଅନ୍ୟପଟେ, ଜେନେରାଲ୍ ନରଭାଣେଙ୍କ ଏହି ପୁସ୍ତକ ଗତ ଦେଢ଼ ବର୍ଷ ହେବ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି ଅପେକ୍ଷାରେ ରହିଛି। ଏଥିରେ ‘ଅଗ୍ନିପଥ’ ଯୋଜନା ଓ ସୀମା ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଥିବାରୁ ଏହାକୁ ନେଇ ବିତର୍କ ତେଜିଛି। ରାହୁଲ ପ୍ରଶ୍ନ କରିଛନ୍ତି ଯେ, ସେନା ମୁଖ୍ୟଙ୍କ ଅନୁଭୂତିକୁ ନେଇ ସରକାର କାହିଁକି ଭୟଭୀତ ଅଛନ୍ତି?


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର: ଏମାନଙ୍କୁ ଏପ୍ରିଲରେ ମିଳିବ ୩ ମାସର…

ନୂଆଦିଲ୍ଲୀ,୨୧।୩: ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀ ଅଛନ୍ତି। ଯେଉଁମାନେ ପ୍ରତି ମାସରେ ରାଶନ କାର୍ଡ ମାଧ୍ୟମରେ ରାଶନ ପାଆନ୍ତି। କିନ୍ତୁ ଏହି ଏପ୍ରିଲ ମାସରେ ରାଶନ…

ସାଉଦି ଆରବରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାଉଦି ଆରବର ରିୟାଧରେ ଗତ ବୁଧବାର ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସେଠାର ଭାରତୀୟ ଦୂତାବାସ ଶୁକ୍ରବାର ସ୍ପଷ୍ଟ କରିଛି। ଦୂତାବାସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri