Posted inଫୁରସତ

ଏହି ମନ୍ଦିରକୁ କାହିଁକି ଯାଆନ୍ତିନି ରାଜ ପରିବାରର ସଦସ୍ୟ: ଜାଣନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ

କାଠମାଣ୍ଡୁ,୩୦।୬: ଭାରତ ଓ ନେପାଳ ମଧ୍ୟରେ ଗତ କିଛି ଦିନରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ କାହିଁ କେତେ କାଳରୁ ରହିଆସିଛି। ନେପାଳର ନାଗରିକମାନେ ଭାରତରେ ଥିବା ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି। ସେହିପରି ଭାରତର ନାଗରିକମାନେ ମଧ୍ୟ ନେପାଳରେ ଥିବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥାନ୍ତି। ତେବେ ନେପାଳରେ ଥିବା ପ୍ରସିଦ୍ଧ ମନ୍ଦିରମାନଙ୍କ ଭିତରେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ସାଧାରଣ ଲୋକ ଯାଇପାରିବେ କିନ୍ତୁ ନେପାଳର ରାଜପରିବାର ସେଠାକୁ ଯାଇପାରିବେ ନାହିଁ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥାଟି ସତ। କାଠମାଣ୍ଡୁରୁ ୮କିଲୋମିଟର ଦୂର ଶିବପୁରୀ ପାହାଡର ପାଦଦେଶରେ ରହିଛି ଭଗବାନ ବିଷ୍ଣୁଙ୍କ ମନ୍ଦିର। ଏହି ମନ୍ଦିରର ନାମ ହେଉଛି ବୁଦ୍ଧାନିକଣ୍ଠା।

ବୁଦ୍ଧାନିକଣ୍ଠାରେ ଭଗବାନଙ୍କ ବିଷ୍ଣୁଙ୍କ ଶୟନ ଅବସ୍ଥାରେ ପ୍ରତିମୂର୍ତ୍ତି ରହିଛି। ଏକ ପୋଖରୀରେ ପାଣି ଭିତରେ ବିଷ୍ଣୁ ଶୟନ ଅବସ୍ଥାରେ ଥିବା ବେଳେ ତାଙ୍କ ମୁଣ୍ଡରେ ୧୧ଟି ନାଗ ସାପ ବିରାଜମାନ କରିଛନ୍ତି। ଏହି ମୂର୍ତ୍ତିର ଲମ୍ବ ହେଉଛି ପ୍ରାୟ ୫ମିଟର। ଜଣେ କୃଷକ କାମ କରୁଥିବା ବେଳେ ଏହି ମୂର୍ତ୍ତିକୁ ପାଇଥିଲେ ବୋଲି କୁହାଯାଏ। ତେବେ ଏହି ମନ୍ଦିରକୁ ନେଇ କେତେକ ପୁରୁଣା କାହାଣୀ ରହିଛି। ସେଥିମଧ୍ୟରୁ ଗୋଟିଏ ରାଜପରିବାର ସହ ଜଡିତ ରହିଛି। କୁହାଯାଏ ଉକ୍ତ ମନ୍ଦିର ରାଜ ପରିବାରର ଲୋକଙ୍କ ପାଇଁ ଅଭିଶପ୍ତ। ଅଭିଶାପ ଭୟରେ ରାଜପରିବାରର ଲୋକେ ଏଠାକୁ ଆସନ୍ତି ନାହିଁ। କୁହାଯାଏ, ରାଜ ପରିବାରଙ୍କୁ ଏକ ଅଭିଶାପ ମିଳିଥିଲା। ଏହି ଅଭିଶାପ ଅନୁସାରେ ରାଜ ପରିବାରର କୌଣସି ସଦସ୍ୟ ମନ୍ଦିରରେ ସ୍ଥାପିତ ହୋଇଥିବା ମୂର୍ତ୍ତିର ଦର୍ଶନ କରନ୍ତି, ତେବେ ତାଙ୍କର ମୃତ୍ୟୁ ହୋଇଯିବ। ଏଥିଯୋଗୁ ରାଜପରିବାରର ଲୋକମାନେ କୌଣସି ମନ୍ଦିରରେ ସ୍ଥାପିତ ହୋଇଥିବା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri