ଶରୀର ଓଜନ ଶୀତଦିନେ ବଢେ କାହିଁକି…

ଶୀତଦିନେ ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଲୋକେ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଥଣ୍ଡାଯୋଗୁ ଶରୀରର ମେଟାବୋଲିଜିମ୍‌ ପ୍ରକ୍ରିୟା କମ୍‌ ହେବାରୁ ଗ୍ରହଣ କରାଯାଉଥିବା ଖାଦ୍ୟ ପଦାର୍ଥ ହଜମ ହେବା ଲାଗି ଅନ୍ୟ ଦିନ ତୁଳନାରେ ଶୀତଦିନେ ଅଧିକ ସମୟ ନେଇଥାଏ। ତେଣୁ ଶରୀରର ଓଜନ ବଢ଼ିଯାଇଥାଏ। ଏହା ସହିତ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ଚା, କଫି ଆଦି ପିଇଥାନ୍ତି। ଏହା ଯୋଗୁ ମଧ୍ୟ ଶରୀର ଓଜନରେ ବୃଦ୍ଧି ଘଟିଥାଏ। ଥଣ୍ଡାରେ ଛଣାଛଣି ଖାଇବା ପ୍ରତି ବହୁ ଲୋକଙ୍କର ଆଗ୍ରହ ରହିଥାଏ। ଏସବୁ ଖାଦ୍ୟପଦାର୍ଥ ଶରୀରର ଓଜନ ବଢ଼ାଇ ଦେଇଥାଏ। ସେହିପରି କେତେକ ମିଠା ଜାତୀୟ ଖାଦ୍ୟ ରୁଚି ବଢ଼ାଇଥାନ୍ତି। ଏସବୁ ଯୋଗୁ ଶରୀରର ଓଜନ ବଢ଼ିଯାଇଥାଏ। ପ୍ରତି ତେଣୁ କେତେକ ସତର୍କତା ଅବଲମ୍ବନ କଲେ ଏଭଳି ସମସ୍ୟା ସହଜରେ ଦୂର ହୋଇଥାଏ।