Categories: ଫୁରସତ

ଜାଣନ୍ତି ଅପରେଶନ ସମୟରେ ଡାକ୍ତରମାନେ କାହିଁକି ପିନ୍ଧିଥାନ୍ତି ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ

ହସ୍ପିଟାଲରେ ଡାକ୍ତରମାନେ ଅପରେଶନ କରିବା ସମୟରେ ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ ପିନ୍ଧୁଥିବା ନିଶ୍ଚିତ ଦେଖିଥିବେ। କେବେ ମନକୁ ପ୍ରଶ୍ନ ଆସିଛି କି ଏତେ ରଙ୍ଗ ଥାଇ ଡାକ୍ତରମାନେ କାହିଁକି ଏହି ଦୁଇ ରଙ୍ଗର କପଡ଼ା ପିନ୍ଧୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ସମ୍ପର୍କରେ…


କୁହାଯାଏ, ହସ୍ପିଟାଲରେ ସମସ୍ତ କର୍ମଚାରୀ ଧଳା ରଙ୍ଗର କପଡ଼ା ପିନ୍ଧୁଥିଲେ। ମାତ୍ର ୧୯୧୪ ମସିହାରେ ଜଣେ ପ୍ରଭାବଶାଳୀ ଡାକ୍ତର ଏହି ପାରମ୍ପରିକ ପୋଷାକକୁ ସବୁଜ ରଙ୍ଗକୁ ପରିବର୍ତ୍ତନ କରିଦେଇଥିଲେ। ସେବେଠାରୁ ଏହି ପରମ୍ପରା ଚଳିଆସୁଛି। କିଛି କିଛି ହସ୍ପିଟାଲରେ ଡାକ୍ତରମାନେ ନୀଳ ରଙ୍ଗର କପଡ଼ା ପିନ୍ଧିଥାନ୍ତି। ସେହିପରି ଡାକ୍ତରଖାନାର ସ୍କ୍ରିନ୍‌ର ରଙ୍ଗ ମଧ୍ୟ ସବୁଜ କିମ୍ବା ନୀଳ ରଙ୍ଗ ହୋଇଥାଏ। ଏହା ବ୍ୟତୀତ ମାସ୍କ ମଧ୍ୟ ନୀଳ ରଙ୍ଗର।
ଏକ ରିପୋର୍ଟ ଅନୁଯାୟୀ, ଅପରେଶନ ସମୟରେ ସବୁଜ ରଙ୍ଗର କପଡ଼ା ପିନ୍ଧିବା ୧୯୯୮ ମସିହାରୁ ଆରମ୍ଭ ହୋଇଛି। କାରଣ ଏହା ଆଖିକୁ ଆରାମ ଦେଇଥାଏ। ଅନ୍ୟ କୌଣସି ରଙ୍ଗର କପଡ଼ା ପିନ୍ଧିଲେ ଆଖିରେ ଥକ୍କା ଅନୁଭବ ହୋଇଥାଏ। ସୂର୍ଯ୍ୟକିରଣ କିମ୍ବା ଅନ୍ୟ କୌଣସି ଚମକଦାର ଜିନିଷ ଦେଖିଲା ପରେ ଆମ ଆଖିକୁ କିଛି ସମୟ ଦେଖାଯାଏ ନାହିଁ। ସେହି ସମୟରେ ସବୁଜ ରଙ୍ଗ ଦେଖିବା ପାଇଁ ପରାମର୍ଶ ଦିଆଯାଇଥାଏ। କାରଣ ଏହି ରଙ୍ଗ ଆଖିକୁ ଆରାମ ଦେଇଥାଏ।


ଯଦି ବୈଜ୍ଞାନିକ ଦୃଷ୍ଟିକୋଣକୁ ଦେଖାଯାଏ ତେବେ, ଆମ ଆଖିର ଜୈବିକ ନିର୍ମାଣ ଏମିତି ହୋଇଛି ମୂଳତଃ ଏହା ଲାଲ୍‌, ସବୁଜ ଏବଂ ନୀଳ ରଙ୍ଗକୁ ସହଜରେ ଦେଖିପାରେ। ଏହି ରଙ୍ଗର ମିଶ୍ରଣରୁ ତିଆରି ଅନ୍ୟ ରଙ୍ଗଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରେ। କିନ୍ତୁ ଆଖି ପାଇଁ ସବୁଠୁ ଭଲ ସବୁଜ ଏବଂ ନୀଳ ରଙ୍ଗ। ତେଣୁ ଏହି କାରଣରୁ ହସ୍ପିଟାଲରେ ସବୁଜ ରଙ୍ଗର କପଡ଼ା ବ୍ୟବହାର କରାଯାଇଥାଏ।
ବିଶେଷକରି ଅପରେଶନ ସମୟରେ ଡାକ୍ତରମାନେ ସବୁଜ ରଙ୍ଗର କପଡ଼ା ପିନ୍ଧିଥାନ୍ତି। ଏହାର ବଡ଼ କାରଣ ହେଲା ରୋଗୀଙ୍କ ରକ୍ତ ବା ଅନ୍ୟ କିଛି ଅଙ୍ଗ ଦେଖିଲେ ଡାକ୍ତରମାନେ ମାନସିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି। ତେଣୁ ସବୁଜ ରଙ୍ଗ ଦେଖିଲେ ସେମାନଙ୍କର ମସ୍ତିଷ୍କ ଚିନ୍ତାମୁକ୍ତ ରହେ। କେବେକେବେ ନୀଳ ରଙ୍ଗର କପଡ଼ା ମଧ୍ୟ ପିନ୍ଧିଥାନ୍ତି।

Share