Posted inଫୁରସତ

କଲ୍‌ ଉଠାଇଲେ କାହିଁକି କୁହାଯାଏ ‘ହେଲୋ’

ସେ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ହେଉ ଅବା ମୋବାଇଲ, ରିଂ ହେଲେ ତାକୁ ଉଠାଇବାମାତ୍ରେ ପାଟିରୁ ଆପେ ବାହାରିଯାଏ ‘ହେଲୋ’। ସେ ଧନୀ ହୁଅନ୍ତୁ ଅବା ଗରିବ, ଶିକ୍ଷିତ ହୁଅନ୍ତୁ ଅବା ଅଶିକ୍ଷିତ, ସହରୀ ହୁଅନ୍ତୁ ଅବା ଗାଉଁଲି ଫୋନ୍‌ ଉଠାଇବା ମାତ୍ରେ ‘ହେଲୋ’ ହିଁ କୁହନ୍ତି। ଏହି ଇଂରାଜୀ ଶବ୍ଦକୁ ପୃଥିବୀର ବିଭିନ୍ନ ସ୍ଥାନରେ ଫୋନ୍‌ ରିସିଭ୍‌ କରିବାବେଳେ କୁହାଯାଏ। ତେବେ ଜାଣନ୍ତି କି ଏଇ ଶବ୍ଦକୁ ହିଁ କାହିଁକି ଚୟନ କରାଯାଇଥିଲା?

ଟେଲିଫୋନ୍‌ର ଜନକ କୁହାଯାଏ। ହେଲେ ପ୍ରାରମ୍ଭିକ ସମୟରେ ଫୋନ୍‌ ରିସିଭ୍‌ କରୁ କରୁ ଯେଉଁଶବ୍ଦ କୁହାଯିବା ଲାଗି ସେ ଚୟନ କରିଥିଲେ ତାହା ହେଲୋ ନ ଥିଲା। ରିଡର୍ସ ଡାଇଜେଷ୍ଟ ଓ୍ବେବସାଇଟ୍‌ ଅନୁସାରେ ଗ୍ରାହାମ ବେଲ ସ୍ଥିର କରିଥିଲେ ଯେ, ଫୋନ୍‌ ଉଠାଇବା ପରେ ଲୋକେ ଯେଉଁ ଶବ୍ଦ କୁହିବେ ତାହା ହେଉଛି ‘ଅହୋୟ’। ଏହା ଡଚ୍‌ ଶବ୍ଦ ହାୟରୁ ଉଦ୍ଧୃତ ହୋଇଥିଲା, ଯାହାକୁ ଜାହାଜ କିମ୍ବା ଡଙ୍ଗାକୁ ଡକାଇବାର ଏକ କୋଡଓ୍ବାଡ୍‌ ଥିଲା। ଏହି ଶବ୍ଦକୁ ଅଭିନନ୍ଦନ ଜଣାଇବା, ସତର୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା। ତେବେ ଉକ୍ତ ଶବ୍ଦଟି ହେଲୋ ଶବ୍ଦଠାରୁ ୧୦୦ ବର୍ଷ ପୁରୁଣା ଥିଲା। ସେ ଏହି ଶବ୍ଦକୁ ସାରା ଜୀବନ ବ୍ୟବହାର କରିବାକୁ ପ୍ରସ୍ତୁତ ଥିଲେ। ଅନ୍ୟପକ୍ଷେ ସେତେବେଳେ ହେଲୋ ଶବ୍ଦକୁ ଗ୍ରିଟ୍‌ କରିବା ତଥା ଅଭିନନ୍ଦନ ଜଣାଇବା ପାଇଁ ବ୍ୟବହାର କରାଯାଉ ନ ଥିଲା, ବରଂ ଧ୍ୟାନ ଆକର୍ଷିତ କରିବା ଲାଗି ବ୍ୟବହାର କରାଯାଉଥିଲା। ଆଉ ଟେଲିଫୋନ୍‌କୁ ପ୍ରାରମ୍ଭିକ ସମୟରେ ଓ୍ବାକିଟକି ଭଳି ବ୍ୟବହାର କରାଯାଉଥିଲା। କଥାବାର୍ତ୍ତା ତ ହେଉଥିଲା ହେଲେ ଜଣାପଡୁ ନଥିଲା କେତେବେଳେ କଥା ଆରମ୍ଭ ହେଉଥିଲା ଓ କେବେ ସଜାଗ ହୋଇ ଶୁଣିବାକୁ ହେବ। ଏହି କାରଣରୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଥୋମାସ୍‌ ଏଡିସନ୍‌ ‘ହେଲୋ’ ଶବ୍ଦକୁ ବାଛିଥିଲେ। ସେ ନିଜର ପ୍ରତିଦ୍ୱନ୍ଦ୍ୱୀ ବୈଜ୍ଞାନିକ ଗ୍ରାହାମ ବେଲ୍‌ ବାଛିଥିବା ଶବ୍ଦ ସ୍ଥାନରେ ‘ହେଲୋ’କୁ ପ୍ରପୋଜ କରିଥିଲେ। ଆଉ ପିଟ୍‌ସବର୍ଗରେ ଥିବା ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଆଣ୍ଡ ପ୍ରିଣ୍ଟିଂ ଟେଲିଗ୍ରାଫ କମ୍ପାନୀର ପ୍ରେସିଡେଣ୍ଟଙ୍କୁ ଚିଠି ଲେଖି ‘ହେଲୋ’ ଶବ୍ଦର ବ୍ୟବହାର କରିବା ଲାଗି ପ୍ରସ୍ତାବ ପଠାଇଥିଲେ, ଯାହାକି ପରେ ମଞ୍ଜୁର ହୋଇଥିଲା। ଆଉ ସେ ସମୟରେ ପ୍ରଥମ ଟେଲିଫୋନ୍‌ ବୁକ୍‌ଗୁଡିକରେ ବି ହେଲୋକୁ ଆଧିକାରିକ ଗ୍ରିଟିଂ ଶବ୍ଦ ଭାବେ ଗ୍ରହଣ କରାଯାଇଥିଲା। ସେବେଠାରୁ ଫୋନ୍‌ ଉଠାଇବାପରେ ‘ହେଲୋ’ ଶବ୍ଦ ପ୍ରୟୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri