Posted inଫୁରସତ

ସରସ୍ବତୀ ପୂଜାରେ କାହିଁକି ଖାଆନ୍ତି ମାଛ? ଇଲିଶିକୁ ସିନ୍ଦୂର ଲଗାଇ…ଏହି ପ୍ରଥା ଜାଣିଲେ ତାଜୁବ ହେବେ

ବସନ୍ତ ପଞ୍ଚମୀ ଦିନ ମାଛ ଖାଇବାର ପ୍ରଥା ବାବଦରେ ଆପଣ ଜାଣିନଥିବେ । ଜାଣନ୍ତୁ କାରଣ। ଚଳିତ ବର୍ଷ ଫେବୃୟାରୀ ୨ରେ ଅର୍ଥାତ ଆସନ୍ତା କାଲି ସରସ୍ବତୀ ପୂଜା ପାଳନ କରାଯିବ। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷରେ ଦେବୀ ସରସ୍ବତୀଙ୍କୁ ପୂଜା କରାଯାଏ।

ସନାତନ ଧର୍ମରେ ମାତା ସରସ୍ବତୀଙ୍କ ଉପାସନର ବିଶେଷ ମହତ୍ତ୍ୱ ରହିଛି, କାରଣ ମା’ସରସୱତୀ ଜ୍ଞାନର ଦେବୀ ଓ ଜ୍ଞାନ ଜଗତର ଅନ୍ୟ ସମସ୍ତ ବିଷୟଠାରୁ ଅଧିକ ବିବେଚନା କରାଯାଏ । ଛାତ୍ରୀଛାତ୍ରମାନେ ପ୍ରତିବର୍ଷ ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରନ୍ତି । ସମସ୍ତେ ବିଭିନ୍ନ ରଙ୍ଗର ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ଦେବୀଙ୍କ ପୂଜାରେ ନିଜକୁ ମଗ୍ନ କରନ୍ତି । ସରସ୍ବତୀ ପୂଜା ଦିନ ୬ ପ୍ରକାର ପନିପରିବା ରାନ୍ଧି ଖାଇବା ନିୟମ ରହିଛି। ଏହି ଦିନ ସବୁ ପରିବାକୁ ମିଶାଇ ତରକାରୀ କରାଯାଏ ।

ବସନ୍ତ ପଞ୍ଚମୀ ଏବଂ ହଳଦିଆ ରଙ୍ଗ ମଧ୍ୟରେ ଏକ ସଂଯୋଗ ଅଛି । ଏହି ଦିନ ମା’ ସରସ୍ବତୀଙ୍କ ପୂଜା ସମୟରେ ହଳଦିଆ ଫୁଲ ଅର୍ପଣ କରାଯାଏ । ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ମଧ୍ୟ ବିଶେଷ ମହତ୍ତ୍ବ ରହିଛି । ଏସବୁ ବ୍ୟତୀତ ସରସୱତୀ ପୂଜାର ଆଉ ଏକ ପରମ୍ପରା ଅଛି । ତାହା ହେଉଛି ଏହି ଦିନ ଇଲିସି ମାଛ ଖାଇଲେ ଭଲ ବୋଲି କୁହାଯାଏ ।

ସରସୱତୀ ପୂଜା ସହ ଏହି ମାଛର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ଏହି ପୂଜା ପୂର୍ବ କୋଲକତାର ବଙ୍ଗୀୟମାନଙ୍କ ପାଇଁ ଇଲିସି ଖାଇବାର ସିଜିନ ଆରମ୍ଭ ବୋଲି ଜଣାଯାଏ । ପରିବାରର ପୁରୁଷ ସଦସ୍ୟ ଯୋଡ଼ା ଇଲିଶ ଆଣିଥାନ୍ତି ଓ ପରିବାରର ମହିଳାମାନେ ମାଛ, ହଳଦୀ ପେଷ୍ଟ, ସୋରିଷ ତେଲ, ସିନ୍ଦୁର ଇତ୍ୟାଦି ମାଛକୁ ସୱାଗତ କରନ୍ତି । ଦେବୀଙ୍କୁ ପ୍ରସାଦ ଲଗାଇ ତାପରେ ଘରର ଲୋକମାନେ ସେବନ କରନ୍ତି । ସେଥିପାଇଁ ସରସୱତୀ ପୂଜା ଦିନ ଇଲିସିର ଦାମ ମଧ୍ୟ ବଢିଯାଏ । ଚଢା ଦରରେ ଦୋକାନୀ ଗ୍ରାହକଙ୍କୁ ମାଛ ବିକ୍ରି କରିଥାନ୍ତି । ଏହି ସମୟରେ ଇଲିସି ରନ୍ଧାଯାଉଥିବା ଶୈଳୀ ସାଧାରଣ ଦିନ ତୁଳନାରେ ଅଲଗା ଥାଏ ।

ଅକ୍ଟୋବରରୁ ଫେବୃୟାରୀ ମଧ୍ୟରେ କୋଲକତାର ଅଧିକାଂଶ ଲୋକ ଇଲିସି ଖାଇବାକୁ ବାରଣ କରିଥାନ୍ତି । ଦୁର୍ଗା ପୂଜା ପରଠୁ ସେମାନେ ଖାଇବା ଛାଡ଼ିଦେଇଥାନ୍ତି । ବସନ୍ତ ପଞ୍ଚମୀରେ ପୁଣି ଖାଇବା ଆରମ୍ଭ କରନ୍ତି । ଜଣେ ଫୁଡ଼ ବ୍ଲଗରଙ୍କ କହିବାନୁସାରେ, ଦୁର୍ଗା ପୂଜା ପରଠୁ ଭଲ ଇଲିସି ମିଳିନଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri